ଉଇକିପିଡ଼ିଆ:ମେଳଣ/ଭୁବନେଶ୍ୱର/୧
୧ମ ଭୁବନେଶ୍ଵର ଉଇକି ମେଳଣ ଗତ ଇଂରାଜୀ ତା ୨୨ ଜୁନ ୨୦୧୩ ରିଖ, ଶନିବାର ଦିନ ଭୁବନେଶ୍ଵର ଇଉନିଟ ୮, ଗୋପବନ୍ଧୁ ନଗର ଛକ ସ୍ଥିତ ""କାଫେ କଫି ଡେ"" ରେ ଅପରାହ୍ଣ ୪ଟା ବେଳେ ଅନୁଷ୍ଠିତ ହେଇଯାଇଥିଲା ।ଏଥିରେ ଗୋର୍ବାଚୋଭ ପୋଥାଳ , ଶିତିକଣ୍ଠ ଦାଶ , ଶୈଳେଶ ପଟ୍ଟନାୟକ ଓ ଦୀପ୍ତିମାନ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏଥିରେ ନିମ୍ନଲିଖିତ ବିଷୟ ଉପରେ ଆଲୋଚନା ହେଲା। ୧. "ଆମ ଗାଁ ଆମ ପଂଚାୟତ" ପ୍ରକଳ୍ପ ସୀମିତ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଙ୍କ ସୀମିତ ଜ୍ଞାନ ଯୋଗୁଁ ଆଗେଇ ପାରୁ ନାହି। ଏହାକୁ ବ୍ୟାପକ କରିବା ପାଇଁ ଫେସବୁକ ରେ ଥିବା ଉଇକିପେଡିଆ ପୃଷ୍ଠା ରେ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଆଗରୁ ତିଆରି କର ଯାଇଥିବା " ଆମ ଗାଁ ଆମ ପଞ୍ଚାଯତ" ର ଛାଞ୍ଚ କୁ ମେଲ କରାହବ। ସେମାନେ ଯଥା ସମ୍ଭବ ଓଡିଆ ରେ କିମ୍ବା ଇଂରାଜୀ ରେ ଲେଖିବେ। ପ୍ରାୟ ୧୮୦୦ ସଦସ୍ୟ ମାନଙ୍କ ମଧ୍ୟରୁ ଅତି କମ ରେ ୨୦୦ ଲେଖା ଆସିଲେ ବଡ ଉପଲବ୍ଧି ହବ।ସେମାନେ ଲେଖିସାରିଲା ପରେ ଏହି ପୃଷ୍ଠା କୁ ମେଲ କରିବେ।
ଆମ ଗାଁ ଆମ ପଂଚାୟତ ବ୍ୟାପକତା ସବୁଠୁ ବେଶୀ ଆସିବ ଯଦି ଏହାକୁ ବିଦ୍ୟାଳୟ ରେ ଏକ ପ୍ରକଳ୍ପ ହିସାବ ରେ ନିଆ ହବ। ବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ ସହ ଏ ବିଷୟ ରେ କଥା ହେବା ପାଇଁ ଜଣେ ଅଭିଜ୍ଞ ଉଇକିଆଳି ସାଙ୍ଗରେ ଯିବା ଦରକାର ଯେମିତିକି ସେମାନଙ୍କର ପ୍ରତିଟି ପ୍ରଶ୍ନ ର ଉତ୍ତର ଦେଇ ହଉଥିବା। ଇଂରାଜୀ ମାଧ୍ୟମ ରେ ଏହା ବୁଝେଇବା ସହଜ କଥା କିନ୍ତୁ ସେଠି ଓଡିଆ ପିଲା କମ, ବିପରୀତ ଅବସ୍ଥା ଓଡିଆ ମାଧ୍ୟମ ରେ ସେଠି ବୁଝେଇବା କଷ୍ଟ କାମ କିନ୍ତୁ ଓଡିଆ ପଢୁଥିବା ପିଲା ବେଶୀ।
୨.ଫେସବୁକ ରେ ଥିବା "ଓଡିଆସ ଇନ ଫେସବୁକ" ରେ ଥିବା ଲୋକ ମାନଙ୍କୁ ଓଡିଆ ଉଇକିପେଡିଆ ଉପରେ ସଚେତନ କରେଇବା ପାଇଁ , ଓଡିଆ ଉଇକିପିଡିଆ ଉପଲବ୍ଧି କରୁଥିବା ପ୍ରତ୍ୟେକ ସଫଳତା କୁ ସେଥିରେ ଜଣେଇବା ଦରକାର ତା ସହ ଏହା ବି ଜଣେଇବା ଦରକାର କି ସେମାନେ ବି ଉଇକିପିଡିଆ ରେ ଲେଖିପାରିବେ। ଯଦି ଓଡିଆ ପଢି ଲେଖି ଜାଣିନାହାନ୍ତି ତେବେ ଇଂରାଜୀ ଅକ୍ଷର ରେ ଲେଖା ଲେଖି ଉଇକିପେଡିଆ ର କର୍ତ୍ତୃପକ୍ଷ ଙ୍କୁ ପଠେଇପାରିବେ।
୩. ଆଜି ମେଳଣ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଉଇକିଆଳି ଅନୁପସ୍ଥିତ ଥିବାରୁ ଭୁବନେଶ୍ବର ରେ ଉଇକି କ୍ଲବ ତିଆରି ଉପରେ କିଛି ନିଷ୍ପତ୍ତି ନିଆ ହେଇପାରିଲାନି। ତା ଛଡା, ଏଠିକାର ଅଧିକାଂଶ ଉଇକିଆଳି ଛାତ୍ର, ବାହାର ସହର/ଗାଁ ର , କାର୍ଯ୍ୟ ବ୍ୟସ୍ତତା, ଓ ବହୁତ ଦୂର ଦୂର ରେ ରହୁଥିବାରୁ କ୍ଲବ ଗଠନ କରି ସାରିଲା ପରେ ତା' ର ରକ୍ଷଣାବେକ୍ଷଣ କରିବା ବହୁତ କଷ୍ଟ ହେଇପାରେ।
୪.ଓଡିଶା ରେ ଉଇକି ମେଳଣ ଓ କାର୍ମଶାଳା ଏପର୍ଯ୍ୟନ୍ତ କେବଳ ପୂର୍ବ,ମଧ୍ୟ ଓ ଉତ୍ତର ଓଡିଶା ରେ ହେଇଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ଆଦୌ ହେଇପାରିନି। ଏହାର ସବୁଠୁ ବଡ କାରଣ ଏଇଆ ହେଇପାରେ କି ପଶ୍ଚିମ ଓ ଦକ୍ଷିଣ ଓଡିଶା ର ଅଧିକାଂଶ ବୈଷୟିକ ଓ ପ୍ରଯୁକ୍ତି (ଇଞ୍ଜିନିଅରିଂ) ଛାତ୍ର ସବୁ ଭୁବନେଶ୍ବର ରେ ପଢୁଛନ୍ତି। ସେମାନେ ଊଣା ଅଧିକେ ଭୁବନେଶ୍ବର ର ଉଇକି ମେଳଣ / କର୍ମଶାଳା ରେ ଉପସ୍ଥିତ ରହୁଛନ୍ତି। ତେଣୁ ସେହି ଅଞ୍ଚଳ ରେ କାର୍ମଶାଳା/ମେଳଣ ଆୟୋଜନ କରିବା ପାଇଁ ପ୍ରଥମେ ପୁରୁଖା ଓ ଅଭିଜ୍ଞ ଉଇକିଆଳି ଙ୍କ ମାର୍ଗଦର୍ଶନ ଅତ୍ୟନ୍ତ ଆବଶ୍ୟକ।
ବିଷୟବସ୍ତୁ
ସମ୍ପାଦନା- ଭୁବନେଶ୍ଵରରେ ଉଇକିଆଳି ସଂଗଠନ ତିଆରି
- ବିଭିନ୍ନ ଗାଁ ଓ ସହର ଉପରେ ତଥ୍ୟ ସଂଗ୍ରହ ର ଯୋଜନା
- ସୋସିଆଲ ନେଟୱାର୍କିଙ୍ଗ ସାଇଟ ଫେସବୁକର ସବୁଠୁ ସଚଳ ଓଡିଆ ସମାଜ "ଓଡ଼ିଆସ ଇନ ଫେସବୁକ" ରେ ଓଡ଼ିଆ ଉଇକିପିଡ଼ିଆ ଉପରେ ବରାବର ଆଲୋଚନା ।
- ଅନ୍ୟାନ୍ୟ ଜାଗା ମାନଙ୍କ ରେ ମେଳଣ ଓ କର୍ମଶାଳା ଆୟୋଜନ ଉପରେ ଆଲୋଚନା
ଯୋଗ ଦେଇଥିବା ଉଇକିଆଳି
ସମ୍ପାଦନାତଳେ ନିଜ ନାମ # [[ବ୍ୟବହାରକାରୀ:ଇଉଜର ନେମ|ପ୍ରକୃତ ନାମ]] ଫରମାଟରେ ଲେଖନ୍ତୁ ।