ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୩/ସେପ୍ଟେମ୍ବର

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ସେପ୍ଟେମ୍ବର ୨୪ ତାରିଖ ଦିନ ସନ୍ଧ୍ୟା ୮ଟାରୁ ୮ଟା ୩୦ ଯାଏଁ ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା ।

ଅଂଶଗ୍ରହଣ କରିଥିବା ଉଇକିଆଳି ସମ୍ପାଦନା

  • ସଂଗ୍ରାମ କେଶରୀ ସେନାପତି
  • ଅଲିଭା ସାହୁ
  • ଜ୍ଞାନ ରଞ୍ଜନ ସାହୁ

ଆଲୋଚନା ବିଷୟ ସମ୍ପାଦନା

  • ପୂର୍ବମାସର କାମ ଉପରେ ବୀବରଣୀ ପାଠ
  • ପରମ ବୀର ଚକ୍ର ଗଣ-ସମ୍ପାଦନା ଉପରେ ଆଲୋଚନା
  • ଉଇକିମିଡ଼ିଆ ସମିଟ୍ ଉପରେ ହୋଇଥିବା ଅନ୍‌ଲାଇନ୍ କଲ୍ ଉପରେ ଆଲୋଚନା
  • ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ

ଆଲୋଚିତ ପ୍ରସଙ୍ଗ ସମ୍ପାଦନା

ପୂର୍ବ ମାସର ପ୍ରମୁଖ କାର୍ଯ୍ୟ ମଧ୍ୟରୁ ହୋଇ ସାରିଥିବା କାମର ବିବରଣୀ ପ୍ରଦାନ କରାଯିବା ପରେ ଏହି ମାସ ପାଇଁ ପୂର୍ବ ନିର୍ଦ୍ଧାରିତ ବିଷୟଗୁଡ଼ିକ ଆଲୋଚନା ହୋଇଥିଲା ।

ପରମ ବୀର ଚକ୍ର ଗଣ-ସମ୍ପାଦନା ଉପରେ ଆଲୋଚନା ସମ୍ପାଦନା

ଗତ ୧୫ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ଯାଏଁ ଆୟୋଜନ କରାଯାଇଥିବା ପରମ ବୀର ଚକ୍ର ଗଣ-ସମ୍ପାଦନା ବିଷୟରେ ଆଲୋଚନା କରାଗଲା ଓ ଏଥିରେ କ'ଣ ସୁବିଧା ଓ ଅସୁବିଧା ଭୋଗ କଲେ, ସେ ଉପରେ ମଧ୍ୟ ଆଲୋଚନା କରାଗଲା ।
  • ଜ୍ଞାନ ରଞ୍ଜନ ସାହୁ ଅନେକ ଦିନ ପରେ ପ୍ରସଙ୍ଗ ଲେଖିଲେ ଆଉ ସର୍ବାଧିକ ୭ଟି ପ୍ରସଙ୍ଗ ଲେଖିଛନ୍ତି ।
  • ଓଡ଼ିଆ ଉଇକିପିଡ଼ିଆକୁ ଛାଡ଼ି ଅଲଗା ଭାଷାର ୭ଟି ଉଇକିପିଡ଼ିଆରେ ଏହି ଗଣ-ସମ୍ପାଦନା ଆୟୋଜନ କରାଯାଇଥିଲା ।

ଉଇକିମିଡ଼ିଆ ସମିଟ୍ ଉପରେ ହୋଇଥିବା ଅନ୍‌ଲାଇନ୍ କଲ୍ ଉପରେ ଆଲୋଚନା ସମ୍ପାଦନା

ଅପ୍ରେଲ ୨୦୨୪ରେ ବର୍ଲିନ୍‌‌ରେ ହେବାକୁ ଉଇକିମିଡ଼ିଆ ସମିଟ୍‌‌ରେ ଓଡ଼ିଆ ଇଉଜର ଗ୍ରୁପ୍ ତରଫରୁ ଦୁଇଜଣଙ୍କୁ ପଠାଇବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ଆୟୋଜକଙ୍କ ନିୟମାନୁସାରେ କେବଳ ଜଣେ ହିଁ ଭାଗ ନେଇପାରିବେ । ତେଣୁ ଏହି ସମିଟ୍‌‌ରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେବା ପାଇଁ ଚିନ୍ମୟୀ ମିଶ୍ରଙ୍କ ନାମ ଅନୁମୋଦନ କରାଯାଇଛି ଓ ସେ ଏହାର ଫର୍ମ ଫିଲ୍ଅପ୍ କରିସାରିଛନ୍ତି । ୨ୟ ଅଂଶଗ୍ରହଣକାରୀ, ସଂଗ୍ରାମ ଅନ୍‌ଲାଇନ୍‌‌ରେ ଯୋଗ ଦେଇପାରିବେ ।

ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ ସମ୍ପାଦନା

ପୂର୍ବ ଆଲୋଚିତ ପ୍ରସଙ୍ଗ, "୨୦୨୫ ସୁଦ୍ଧା ୨୫ ହଜାର ପ୍ରସଙ୍ଗ" ଲକ୍ଷ୍ୟକୁ ଆଗକୁ ବଢ଼େଇବାକୁ ପ୍ରଥମେ ପ୍ରକଳ୍ପର ନାମ ନିର୍ଦ୍ଧାରଣ କରିବାକୁ ପଡ଼ିବ । ତେଣୁ ଆଲୋଚନା ସଭାରେ ଆଲୋଚନା କରାଯାଇ ଏହାର ନାମ ଶୀଘ୍ର ନିର୍ଣ୍ଣୟ କରାଯିବ ।
ଆଗାମୀ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଥିବାରୁ ଓ ଏହା ସୋମବାରେ ପଡ଼ୁଥିବାରୁ ସେହି ସମୟରେ ଗାନ୍ଧୀଙ୍କ ଉପରେ ଏକ କ୍ଷୁଦ୍ର ଗଣ-ସମ୍ପାଦନା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାକି ଉପସ୍ଥିତ ଥିବା ଉଇକିଆଳିମାନଙ୍କର ସମ୍ମତି କ୍ରମେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା ।
ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଅଲିଭା ସାହୁ ନିଜ ତରଫରୁ ୩୦ ଦିନରେ ୬୦ଟି ପ୍ରସଙ୍ଗ ଲେଖିବାର ନିର୍ଣ୍ଣୟ ନେଇଛନ୍ତି ଓ ସେପ୍ଟେମ୍ବର ୨୦ରୁ ଆରମ୍ଭ କରିଥିବା ଏହି କାର୍ଯ୍ୟ ଅକ୍ଟୋବର ୨୦ ଯାଏଁ ଚାଲିବ । ପରବର୍ତ୍ତୀ ମାସକ ପାଇଁ ସେ ଏମିତି ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକୁ ଏକ ଗଣ-ସମ୍ପାଦନା ଭାବରେ ଆୟୋଜନ କରିବା ପାଇଁ ଅନ୍ୟମାନେ ମତ ଦେଇଥିଲେ । ଭବିଷ୍ୟତରେ ସେ ମହିଳା ପ୍ରସଙ୍ଗ ବଢ଼େଇବା ପାଇଁ ଏହାକୁ ଗଣ-ସମ୍ପାଦନାର ରୂପ ଦେବେ ବୋଲି ନିଷ୍ପତ୍ତି ନେଲେ ।

ଜ୍ଞାନଙ୍କ ପ୍ରସ୍ତାବ ସମ୍ପାଦନା

ଉଇକିପିଡ଼ିଆର ଅନେକ ଛାଞ୍ଚ ଅନୁବାଦ ହୋଇନାହିଁ, ଏହାକୁ ଏକ ଗଣ-ସମ୍ପାଦନା କିମ୍ବା ପ୍ରକଳ୍ପ ରୂପେ ନେଇ ଅନୁବାଦ କରିବାର ପ୍ରସ୍ତାବ ଦେଇଥିଲେ ପରିଚାଳକ ଜ୍ଞାନ ରଞ୍ଜନ ସାହୁ । ଉପସ୍ଥିତ ଉଇକିଆଳିଙ୍କ ସହମତି କ୍ରମେ ଏହି କାର୍ଯ୍ୟ ଆଗକୁ ବଢ଼ିବାର ନିଷ୍ପତ୍ତି ନିଆଗଲା ।

ସଂଗ୍ରାମଙ୍କ ପ୍ରସ୍ତାବ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଓ ଏହାର ଉଇକିଡାଟାରେ ଉଚ୍ଚାରଣ ଯୋଡ଼ିବାକୁ ଏକ ପ୍ରକଳ୍ପ ଆୟୋଜନ କରିବାକୁ ସଂଗ୍ରାମ କେଶରୀ ସେନାପତି ପ୍ରସ୍ତାବ ଦେଇଥିଲେ, ଯାହାକୁ ବାକିମାନେ ସମର୍ଥନ କରିଥିଲେ ଏବଂ ଭବିଷ୍ୟତରେ ଏହାର ନାମ ନିର୍ଦ୍ଧାରଣ କରାଯାଇ ପ୍ରକଳ୍ପ ଆରମ୍ଭ କରାଯିବ ।

ପ୍ରମୁଖ କାର୍ଯ୍ୟ ସମ୍ପାଦନା

  • ପରମ ବୀର ଚକ୍ର ଗଣ-ସମ୍ପାଦନା ପାଇଁ ଇ-ମାନପତ୍ର ପ୍ରଦାନ କରାଯିବ । - ସଂଗ୍ରାମ
  • "୨୦୨୫ ସୁଦ୍ଧା ୨୫ ହଜାର ପ୍ରସଙ୍ଗ" ପ୍ରକଳ୍ପ ପାଇଁ ଆଲୋଚନା ସଭାରେ ଆଲୋଚନା କରାଯାଇ ନାମ ନିର୍ଦ୍ଧାରଣ କରାଯିବ । - ସଂଗ୍ରାମ
  • ଗାନ୍ଧୀ ଜୟନ୍ତୀ ଗଣ-ସମ୍ପାଦନା ଆୟୋଜନ । - ସଂଗ୍ରାମ ଆଲୋଚନା ଲିଙ୍କ୍
  • ଛାଞ୍ଚ ଗୁଡ଼ିକର ଅନୁବାଦ ଉପରେ ପ୍ରକଳ୍ପ/ଗଣ-ସମ୍ପାଦନାର କାର୍ଯ୍ୟ - ଜ୍ଞାନ