ଉଇକିମିଡ଼ିଆ ସଂଘ ଓ ପ୍ରକଳ୍ପସବୁ ୨୦୩୦ ବେଳକୁ କେମିତି ହେବ ସେ ବାବଦରେ ଏହି ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜି ଆଲୋଚନା । ଏବେର ଅସୁବିଧା ସବୁକୁ ସୁଧାରି କିପରି ଆଗକୁ ବଢ଼ିବା ଏ ବାବଦରେ ପୃଥିବୀସାରା ସବୁ ଉଇକିମିଡ଼ିଆ ସଂଘ ଆଲୋଚନା କରୁଛନ୍ତି । ଏସବୁ ଆଲୋଚନା ଭିନ୍ନ ଭିନ୍ନ ଭାଷାର ଉଇକିମିଡ଼ିଆ ସଂଘ ନିଜ ନିଜ ଭାଷାରେ କରି ତାକୁ ଏକାଠି କଲାପରେ ଉଇକିମିଡ଼ିଆ ଫାଉଣ୍ଡେସନ ସେସବୁ ଆଲୋଚନାର ସାରାଂଶରୁ ଆଗକୁ ଆମ ସହ ମିଶି ଯୋଜନା ତିଆରି କରିବ । ଏଣୁ ସ୍ଥାନୀୟ ସ୍ତରରେ ଆମେ ଓଡ଼ିଆ ଉଇକିଆଳିମାନେ ଏକାଠି ହୋଇ ଏହି ଆଲୋଚନା କରିବୁ ଓ ଏଥିରେ କେତେ ଜଣ ବାହାର ପରାମର୍ଶଦାତାଙ୍କୁ ଡକାଇ ସେମାନଙ୍କ ପରାମର୍ଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବୁ ।

ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ କିଛି ଦିନ ତଳେ ଏକ ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜି ଆଲୋଚନା ବାବଦରେ ଲେଖାଯାଇଥିଲା ।

ଆମ ଓଡ଼ିଆ ସଂଘ ପାଇଁ ଲାଭ ସମ୍ପାଦନା

  • ଆମେ ଉଇକିମିଡ଼ିଆ ୨୦୩୦ରେ ଏଯାବତ କଣ ହୋଇଛି ଆଉ ଓଡ଼ିଆ ଭାଷାରେ ଉଇକିମିଡ଼ିଆ ପ୍ରକଳ୍ପସବୁ ଏଥିରେ କିପରି ଭାଗନେବେ ଓ ଆଗକୁ କଣ କଣ ବଡ଼ ଯୋଜନା କରିବୁ ସେ ବାବଦରେ ଆଲୋଚନା
  • ନିକଟ ଭବିଷ୍ୟତରେ ଆମର ଓଡ଼ିଆ ଉଇକିପିଡ଼ିଆର ୧୫ ବର୍ଷ ପୂରଣ ଓ ଉଇକିପାଠାଗାରର ୩ୟ ଜନ୍ମତିଥି ପାଳନ ବାବଦରେ ଯୋଜନା ଓ ଗ୍ରାଣ୍ଟ ଲିଖନ, କି କି କାମ ହେବ ସେ ବାବଦରେ ସବୁ ଚୂଡ଼ାନ୍ତ କରିବା । ଏହି ଆଲୋଚନା ଏକ ସ୍ଥାନରେ ଅନୁଷ୍ଠିତ ହେବ ତେଣୁ ଏଥିରେ ଯେଉଁମାନେ ଭାଗନେବେ ସେମାନେ ମିଶି ଗ୍ରାଣ୍ଟ ଆବେଦନ ଫର୍ମଟିରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଏକାଠି ଆଲୋଚନା କରି ଲେଖିପାରିବେ । ପରେ ତାହା ଆମ ସଂଘର ବାକି ଉଇକିଆଳିମାନେ ଦେଖିବା ପରେ ଚୂଡ଼ାନ୍ତ ହେବ ।
  • "ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ" ବା ଆମ ଉଇକିଆଳି ସଂଘକୁ ଏକ ଉଇକିମିଡ଼ିଆ ଆଫିଲିଏଟ ଭାବେ ନିଷ୍ପତ୍ତି ଚୂଡ଼ାନ୍ତ ହେବା ଉପରେ । ତେଣୁ ଆଗକୁ ଆମେ ଏକ ଦଳ ଭାବେ କଣ କଣ କରିବୁ ସେ ବାବଦରେ ଏକ ପ୍ରାରମ୍ଭିକ ଆଲୋଚନା ।
  • ଏ ବର୍ଷ କାନାଡ଼ାର ମଣ୍ଟ୍ରିଲଠାରେ ହେବାକୁ ଥିବା ଉଇକିମାନିଆରେ ସୁବାସ ସାର, ଶୈଳେଶ ଓ ମୁଁ ବୃତ୍ତି ପାଇଥିଲୁ । ତେଣୁ ସେଠାରେ ଆମେ ମାନେ କଣ କରିବୁ ଓ ଓଡ଼ିଆ ଉଇକିଆଳିମାନେ ଆମଠାରୁ କଣ ଆଶା କରୁଛନ୍ତି ସେ ବାବଦରେ କିଛି ଆଲୋଚନା ତଥା ଆମ ଉପରେ ସେଠାରୁ କିଛି ଶିଖିବା ଓ ପରେ ତାହା ବାକି ସଭିଙ୍କ ସାଙ୍ଗେ ବାଣ୍ଟିବା ବାବଦରେ ଆଲୋଚନା ।

ଭାଗନେଉଥିବା ସଭିଙ୍କ ପାଇଁ ସୂଚନା ସମ୍ପାଦନା

ଏଥିରେ ଭାଗନେଉଥିବା ସଭିଙ୍କୁ ଅନୁରୋଧ ତଳେ ଥିବା ଲିଙ୍କକୁ ଯାଇ ସେଥିରେ ଥିବା ବିଷୟଗୁଡ଼ିକୁ ଭଲ ଭାବେ ପଢ଼ି, ପ୍ରସ୍ତୁତ ହୋଇ ଆସିଥିବେ । ଫଳରେ ଆଲୋଚନା ସମୟରେ ସେମାନେ ସେଥିରେ ଭାଗନେଇପାରିବେ ଓ ନିଜ ନିଜ ମତ ଦେଇପାରିବେ ।

କାର୍ଯ୍ୟସୂଚୀ ସମ୍ପାଦନା

ଜୁଲାଇ ୩୦ ତାରିଖ (ରବିବାର) ସକାଳ ୯:୩୦ରୁ ଉପରଓଳି ୨ ଘଟିକା

କେଉଁଠି ସମ୍ପାଦନା

ପ୍ରାଙ୍ଗଣ ବାଏ ମାଙ୍ଗୋ ହୋଟେଲ
୬୯୨, ବୁଦ୍ଧେଶ୍ୱରୀ ମନ୍ଦିର, ପୁରୀ-କଟକ ରୋଡ଼, ବୁଦ୍ଧ ନଗର, ଲକ୍ଷ୍ମୀ ସାଗର
ଭୁବନେଶ୍ୱର, ଓଡ଼ିଶା ୭୫୧୦୦୬
ଫୋନ: 0674 711 9000

ପରିଚାଳନା ସମ୍ପାଦନା

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ

ଯୋଗଦାନକାରୀ ସମ୍ପାଦନା

ଏଥିରେ ସମସ୍ତ ଭୁବନେଶ୍ୱରବାସୀ ଉଇକିଆଳି ଓ କେତେଜଣ ଭୁବନେଶ୍ୱର ବାହାର ଉଇକିଆଳି ଭାଗନେଇପାରିବେ । ଏହା ବାଦ ୨-୩ ଜଣ ଅଣ ଉଇକିଆଳି ପରାମର୍ଶଦାତା ଭାବେ ଭାଗନେବେ । ଉଇକିଆଳିମାନଙ୍କୁ ଅନୁରୋଧ ତଳେ ନିଜ ନାମ ଲେଖି ଆସିବା ବାବଦରେ ନିଶ୍ଚିତ କରନ୍ତୁ ।

  1. ମୁଁ ଏଥିରେ ଭାଗ ନେଉଛି । --Pmsarangi (ମୋ ଆଲୋଚନା) ୧୧:୧୨, ୨୪ ଜୁଲାଇ ୨୦୧୭ (IST)[reply]
  2. --Radhadwibedi (ମୋ ଆଲୋଚନା) ୧୧:୪୮, ୨୪ ଜୁଲାଇ ୨୦୧୭ (IST)[reply]
  3. ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୨:୩୫, ୨୪ ଜୁଲାଇ ୨୦୧୭ (IST)[reply]
  4. --ସୁଭାସିସ ପାଣିଘରି (ଆଳାପ) ୧୭:୪୧, ୨୪ ଜୁଲାଇ ୨୦୧୭ (IST)[reply]
  5. -- Subas Chandra Rout (ମୋ ଆଲୋଚନା) ୧୯:୨୬, ୨୫ ଜୁଲାଇ ୨୦୧୭ (IST)[reply]
  6. --ଶୈଳେଶ (କିଛି ପଚାରିବେ?)   ୨୧:୩୨, ୨୫ ଜୁଲାଇ ୨୦୧୭ (IST)[reply]
  7. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୧୫, ୨୭ ଜୁଲାଇ ୨୦୧୭ (IST)[reply]
  8. --Aliva Sahoo (ମୋ ଆଲୋଚନା) ୦୦:୦୬, ୨୯ ଜୁଲାଇ ୨୦୧୭ (IST)[reply]
  9. --ବିକାଶ ଓଝା (ମୋ ଆଲୋଚନା) ୦୮:୩୪, ୩୦ ଜୁଲାଇ ୨୦୧୭ (IST)[reply]
  10. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୩:୫୩, ୩୦ ଜୁଲାଇ ୨୦୧୭ (IST)[reply]

ବିବରଣୀ ସମ୍ପାଦନା