ଉଇକିପିଡ଼ିଆ:କର୍ମଶାଳା/କିସ/୧
ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନକୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନଭେମ୍ବର ୧୪ (ଗୁରବାର) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ୧୫ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ ।
ଏଥିରେ କଣ କଣ ଶିଖିବାକୁ ମିଳିବ?
ସମ୍ପାଦନା- ନଥିକରଣ ବାବଦରେ ସାଧାରଣ ଆଲୋଚନା
- ଗବେଷଣାଭିତ୍ତିକ ନଥିକରଣ
- ଓଡ଼ିଆରେ ଟାଇପିଂ
- ଓଡ଼ିଆ ଉଇକିପିଡ଼ିଆ: ଏକ ଅନଲାଇନ ଜ୍ଞାନକୋଷ, ଏହାର ପ୍ରସଙ୍ଗ ପରିସର, ସମ୍ପାଦନା ପଦ୍ଧତି
ସ୍ଥାନ ଓ ସମୟ
ସମ୍ପାଦନାKISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ), ଭୁବନେଶ୍ୱର
ନଭେମ୍ବର ୧୪ (ଗୁରବାର), ସକାଳ ୧୦:୦୦
ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ
ସମ୍ପାଦନା- ସୁବାସ ଚନ୍ଦ୍ର ରାଉତ
- --ସୁଭାସିସ ପାଣିଗାହିମୋ ସାଙ୍ଗେ କଥାବାର୍ତ୍ତା ୦୮:୧୩, ୧୦ ନଭେମ୍ବର ୨୦୧୩ (UTC)
ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ
ସମ୍ପାଦନାକାମ ବିତରଣ
ସମ୍ପାଦନାଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଆଗମୀ କର୍ମଶାଳା ଭିତରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।
କ୍ର.ନଂ. | ପ୍ରସଙ୍ଗ ନାମ | ଶିକ୍ଷକଙ୍କ ନାମ | ଶିକ୍ଷକଙ୍କ ନାମ | ଛାତ୍ର/ଛାତ୍ରୀଙ୍କ ନାମ | ଛାତ୍ର/ଛାତ୍ରୀଙ୍କ ନାମ |
---|---|---|---|---|---|
୧ | ସାନ୍ତାଳୀ ଲୋକସଂସ୍କୃତି | ମହତ ଶତପଥୀ | ରୁକ୍ମଣ ବରିହା | କାହ୍ନୁରାମ ହେମ୍ବ୍ରମ | |
୨ | ବଣ୍ଡା ଜନଜାତିର ଖାଦ୍ୟାଭାସ | ଅର୍ଜୁନ ଚରଣ ବେହେରା | |||
୩ | ହୋ ଜନଜାତିର ପର୍ବପର୍ବାଣୀ | ଦୀପ୍ତିରଞ୍ଜନ ବେହେରା | ସୂର୍ଯ୍ୟମଣି ସଏ | ତରଣୀସେନ ସାମଡ | |
୪ | ହୋ ଜନଜାତିର ବିବାହ ପ୍ରଥା | ସୌମିତ୍ରୀ ସାମନ୍ତରାୟ | ଦୁଲା ବାଙ୍କିରା | ଜଗଦୀଶ କୁମାର ସିଂ | |
୫ | ଲାଞ୍ଜିଆ ସଉରା ଜନଜାତିର ଘର | ପ୍ରୀତିନନ୍ଦା ରାୟ | ସୁବାସ ଚନ୍ଦ୍ର ସାମଲ | ଗିରିଜା ଶଙ୍କର ମଲିକ | |
୬ | କାନ୍ଦୁଲ ପରବ | ନିବେଦିତା ନାଥ | |||
୭ | ସାନ୍ତାଳୀ ଜନଜାତିର ପର୍ବପର୍ବାଣୀ | ସାଇ ବିଶ୍ୱନାଥ ତ୍ରିପାଠୀ | ପ୍ରିୟମ୍ବଦା ସ୍ୱାଇଁ | ରାଜକୁମାର ମୁର୍ମୁ | କାପୁରା ସୋରେନ |
୮ | ସାନ୍ତାଳୀ ସଙ୍ଗୀତ | ନୀଳିମା ସାମନ୍ତ | ସୁଜ୍ଞାନୀ ରଥ | ବାସୁଦେବ ମାରାଣ୍ଡି | କୁମୁଦିନୀ ମୁର୍ମୁ |
୯ | ସାନ୍ତାଳୀ ଜନଜାତିର ଜୀବନ ଜୀବିକା | ଶୁଭଲକ୍ଷ୍ମୀ ମହାନ୍ତି | କ୍ରିଷ୍ଣା ସୋରେନ | ମହେନ୍ଦ୍ର ବେଶ୍ରା | |
୧୦ | ମୁଣ୍ଡା ଜନଜାତିର ବଂଶାନୁକ୍ରମ | ସରୋଜିନୀ ସିଂ | ନିତିମା ମୁଣ୍ଡା |
ବିବରଣୀ
ସମ୍ପାଦନାକଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ନଥିକରଣ ଓ ଉଇକିପିଡ଼ିଆ କର୍ମଶାଳାଟି ଆନୁଷ୍ଠାନିକ ଭାବେ ଅନୁଷ୍ଠାନର ଚିଫ ଅପରେଟିଂ ଅଫିସର ସୂର୍ଯ୍ୟକାନ୍ତ ମହାନ୍ତି ଓ ଅଧ୍ୟକ୍ଷ ମଦନ ମୋହନ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏଥିରେ ୧୨ ଜଣ ଶିକ୍ଷକ-ଶିକ୍ଷିକା ଓ ୧୬ ଜଣ ଛାତ୍ରଛାତ୍ରୀ ଭାଗନେଇ ନଥିକରଣର ଉପଯୋଗୀତା ଓ ଉଇକିପିଡ଼ିଆ ମାଧ୍ୟମରେ କିପରି ନାନାଦି ଦରକାରୀ ତଥ୍ୟର ରକ୍ଷଣାବେକ୍ଷଣା କରାଯାଇପାରିବ ତାହା ବାବଦରେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମର ସୁଭାସିସ ପାଣିଗାହିଙ୍କ ଠାରୁ ଜାଣିଥିଲେ । ପରେ ସୁଭାସିସ ସେମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ବତାଇଥିଲେ ଓ ସେଥିରେ କିପରି ସେମାନେ ଆଦିବାସୀ ଜନଜାତିଙ୍କର ବେଷଭୂଷା, ଚଳଣି, ଭାଷା, ଜୀବନଶୈଳୀ, ପର୍ବପର୍ବାଣୀ, ଯାନିଯାତ୍ରା, ଖାଦ୍ୟପେୟ ଆଦି ବାବଦରେ ଅନେକ ତଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଲେଖିପାରିବେ ତାହା ବୁଝାଇଥିଲେ । ଅଭିଜ୍ଞ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବିଷୟରେ ଦେଖାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରାଯାଇ ଦଶଟି ପ୍ରସଙ୍ଗ ଆରମ୍ଭ କରାଯାଇଥିଲା । ଏହି ଦଶଟି ପ୍ରସଙ୍ଗ ପାଇଁ ଶିକ୍ଷକ ଓ ଛାତ୍ରମାନଙ୍କୁ ଦଶଟି ଦଳରେ ଭାଗ କରାଯାଇଥିଲା । ସେମାନ ନିଜର ଅଭିଜ୍ଞତା, ଉପଲବ୍ଧ ପୁସ୍ତକ ଓ ଅନ୍ୟାନ୍ୟ ତଥ୍ୟର ଭଣ୍ଡାର, ବିଭିନ୍ନ ଜନଜାତିର ଛାତ୍ରଛାତ୍ରୀମାନଙ୍କ ପାଖରେ ଥିବା ତଥ୍ୟକୁ ଭିତ୍ତିକରି ନିଜ ନିଜର ପ୍ରସଙ୍ଗ ବାଛିଥିଲେ । ଛାତ୍ରଛାତ୍ରୀମାନେ ନିଜ ନିଜର ଜନଜାତି ସମ୍ବନ୍ଧରେ ଥିବା ପ୍ରସଙ୍ଗଥିବା ଦଳରେ ନିଜ ନାମ ଯୋଗ କରିଥିଲେ । ଏହାପରେ ସେମାନେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ଖାତା ଖୋଲି ନିଜ ନିଜ ଦଳର ସଦସ୍ୟମାନଙ୍କ ସହ ପ୍ରସଙ୍ଗ ବାବଦରେ ଆଲୋଚନା କରିଥିଲେ ଓ ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ତିଆତି କରିଥିଲେ । ଏହି ପ୍ରାରମ୍ଭିକ କର୍ମଶାଳାରେ ସେମାନେ ନୂଆ କରି ଓଡ଼ିଆରେ ଟାଇପ କରିବା ଓ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଶିଖିଥିଲେ । ଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ-ଶିକ୍ଷିକା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦ୍ୱିତୀୟ ସୋପାନର କର୍ମଶାଳା ଡିସେମ୍ବର ମାସରେ କରାଯିବ ଯେଉଁଥିରେ ସେମାନେ ଏହି ପ୍ରସଙ୍ଗମାନଙ୍କ ବାବଦରେ ତଥ୍ୟସବୁ ସଂଗ୍ରହ କରି ତାହା ତାଙ୍କ ଅନୁଷ୍ଠାନର ଏକ ପ୍ରକଳ୍ପ ପୋର୍ଟାଲ କରି ଲେଖିବେ । ପରେ ସେହି ଲେଖାସମୁହରୁ ତଥ୍ୟ ସଂଗ୍ରହ କରି ଓଡ଼ିଆ ଉଇକିପିଡ଼ିଆରେ ଲେଖିବେ ।
ଫଟୋ
ସମ୍ପାଦନାଫଟୋସବୁ ଉଇକି କମନ୍ସରେ ଏହି ଶ୍ରେଣୀରେ ଅଛି ।
-
କର୍ମଶାଳାରେ ଭାଗନେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଗଣ
-
କର୍ମଶାଳାରେ ଯୋଗଦେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ନଥିକରଣ ଓ ଉଇକିପିଡ଼ିଆ ବାବଦରେ ଉଦବୋଧନ ଦେଉଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ମଦନ ମୋହନ ସାହୁ
-
ଜଣେ ଶିକ୍ଷୟିତ୍ରୀ ନିଜ ଦଳର ଛାତ୍ରଙ୍କୁ ଓଡ଼ିଆ ଟାଇପ କରିବାରେ ସାହାଯ୍ୟ କରୁଛନ୍ତି
-
ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନାରତ ଶିକ୍ଷକ-ଶିକ୍ଷିକାଗଣ