ଜନଜାତି ସଂଗ୍ରହାଳୟ

ଜନଜାତି ସଂଗ୍ରହାଳୟ , ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ, ତାଙ୍କର ସମସ୍ତ କାର୍ଯ୍ୟକଳାପ, ବୃତ୍ତି, ସଂସ୍କୃତି, ପରମ୍ପରା ଓ କଳାକୁ ଲୋକାଲୋଚନକୁ ଆଣିବା ପାଇଁ ସରକାର ଏକ ଅଭିନବ ପ୍ରୟାସ କରାଇଛନ୍ତି । ସରକାରଙ୍କଦ୍ୱାରା ୧୯୫୩ ମସିହାରେ ଭୁବନେଶ୍ୱରର ସି.ଆର୍.ପି.ଏଫ୍. ନିକଟରେ ଏକ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ଏହା ଭୁବନେଶ୍ୱରର କଳ୍ପନା ଛକସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଥିଲା । ଏହି ଜନଜାତି ସଂଗ୍ରହାଳୟ ସଂସ୍ଥାନଟି ସମଗ୍ର ଦେଶରେ ଏକ ଭିନ୍ନ ସଂସ୍ଥାନ ଅଟେ । ଓଡ଼ିଶାରେ ମୋଟ ୬୨ଟି ଜନଜାତି ସମାଜ ଅଛନ୍ତି, କିନ୍ତି ଏଠାରେ ୪୪ଟି ଜନଜାତି ସମାଜ ଉପରେ ତଥ୍ୟ ସଂଗ୍ରହ କରାଯାଇଛି । ଯେପରିକି ସାନ୍ତାଳ, କୁଟିଆ କନ୍ଧ, ବଣ୍ଡା, ଲାଞ୍ଜିଆ ସଉରା, ଗଣ୍ଡ, ସଉରା, ଗଡବା, ଡଙ୍ଗରିଆ କନ୍ଧ, ଜୁଆଙ୍ଗ, ଭୂୟାଁ, ଖଇରିଆ, ଲୋଧା ଇତ୍ୟାଦି । ଏଠାରେ ପ୍ରାଚୀନ ଜନଜାତି ସଂଗ୍ରହାଳୟ ନାମରେ ଏକ ଘର ଅଛି, ଯେଉଁଠାରେ ସେମାନଙ୍କର ଦୁନିଆ ବିଷୟରେ ଜାଣିବା ପାଇଁ ଜୀବନ୍ତଚିତ୍ର ପ୍ରଦର୍ଶିତ କରାଯାଇଛି । ଏଠାରେ ପ୍ରଦର୍ଶିତ ଆଦିବାସୀଙ୍କ ଆକର୍ଷଣୀୟ ଚିତ୍ରକଳା, ହସ୍ତତନ୍ତ୍ର, ସଂସ୍କୃତି ଓ ପରମ୍ପରା ପାଇଁ ଏହା ଆର୍ନ୍ତଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ଏବଂ ବିଦେଶୀ ପର୍ଯ୍ୟଚକ ଓ ଦର୍ଶକମାନଙ୍କୁ ମଧ୍ୟ ଆକୃଷ୍ଟ କରାିପାରିଛି ।[]

ଜନଜାତି ସଂଗ୍ରହାଳୟ
ଜନଜାତି ସଂଗ୍ରହାଳୟ ମୂଖ୍ୟ ଫାଟକ
ଅବସ୍ଥାନସି.ଆର୍.ପି.ଏଫ୍. ଛକ, ଭୁବନେଶ୍ୱର, ଭାରତ
ସ୍ୱତ୍ୱାଧିକାରୀଓଡ଼ିଶା ସରକାର

ଏହି ସଂଗ୍ରହାଳୟରେ ୫ଟି ଗ୍ୟାଲେରି ବା ପ୍ରକୋଷ୍ଠ ରହିଛି । ପ୍ରଥମ ପ୍ରକୋଷ୍ଠରେ ଆଦିବାସୀଙ୍କର ଅଳଙ୍କାରମାନ ରହିଛି । ଯେପରିକି ରୂପା ଅଳଙ୍କାର, ସାନ୍ତାଳଙ୍କ ଶଙ୍ଖଚୁଡି,୨୩ ପ୍ରକାରର ମୁଦ୍ରା ମିର୍ମିତ ହାର, ୨୭ ପ୍ରକାରର ପାଉଁଜି, ପ୍ଲାଷ୍ଟିକରେ ନିର୍ମିତ ଅଳଙ୍କାର ଏବଂ ସେମାନଙ୍କ ପାରମ୍ପରିକ ଅଳଙ୍କାରମାନ ରହିଛି । ୨ୟ ପ୍ରକୋଷ୍ଠରେ ସେମାନଙ୍ର ବିଭିନ୍ନ ପ୍ରକାରର ଚିତ୍ରକଳା ଓ ଫଟୋଗ୍ରାଫି ରହିଛି । ଏଠାରେ ଡଙ୍ଗରିଆ କନ୍ଧ, ଭୂୟାଁ, ସଉରା, କୁଟିଆ କନ୍ଧ, ଗଣ୍ଡ ଜାତିମାନଙ୍କର ମାଦକ ଦ୍ରବ୍ୟ ସେବନ କରୁଥିବା ପାତ୍ରର ଫଟୋରହିଛି । ସାନ୍ତାଳ, କୋଲ୍ହ, ଜୁଆଙ୍ଗ ଓ ଲାଞ୍ଜିଆ ସଉରାମାନେ କାନ୍ଥରେ କରୁଥିବା ଚିତ୍ରକଳା, ସେମାନେ ବ୍ୟବହାର କରୁଥିବା ପାନିଆ ଏବଂ ମାଲକାନାଗିରି ମୁଦୁଲିପଡା ବଣ୍ଡା ପାହାଡରେ ରହୁଥିବା ବଣ୍ଡା ସଂପ୍ରଦାୟ ଓ କେନ୍ଦୁଝରଗଡ ଗୋନାସିକା ପାହାଡରେ ରହୁଥିବା ଜୁଆଙ୍ଗ ସଂପ୍ରଦାୟ ଲୋକମାନଙ୍କର ଫଟୋମାନ ଅଛି । ସେହିପରି ୩ୟ ପ୍ରକୋଷ୍ଠରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ସାମଗ୍ରୀ ରହିଛି । ଯେଉଁଠାରେ ୧୮ ପ୍ରକାରର କୁରାଢୀ, ୧୩ ପ୍ରକାରର ବର୍ଚ୍ଛା, ୩୦ ପ୍ରକାରର ଧନୁ ଓ ଶର, ୧୦ ପ୍ରକାରର ଖଣ୍ଡା, ୩୫ ପ୍ରକାରର ଛୁରୀ, ୬୩ ପ୍ରକାରର ମାଛଧରା ଜାଲ, ପଶୁପକ୍ଷୀ ଧରିବା ଯନ୍ତା ଏବଂ ବନ୍ଧୁକ ରହିଛି । ସେହିପରି ୪ର୍ଥ ପ୍ରକୋଷ୍ଠରେ ସୋମାନଙ୍କ ବ୍ୟବହାର କରୁଥିବା ଘରୋଇ ଉପକରଣମାନ ରହିଛି । ଏ ୫ମ ପ୍ରକୋଷ୍ଠରେ ୭୫ରୁ ଉର୍ଦ୍ଧ୍ୱ ପ୍ରକାରର ନାଚ ଗୀତର ଉପକରଣମାନ ରହିଛି ।

  1. "Scheduled Castes & Schedule Tribes Research & Training Institute, Bhubaneswar". ST, SC, Minorities, and Backward Classes Welfare Department, Government of Odisha. Retrieved 21 February 2013.