୨୦୧୯ ଭାରତୀୟ ସାଧାରଣ ନିର୍ବାଚନ
ଭାରତୀୟ ସାଧାରଣ ନିର୍ବାଚନ ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇଥିଲା ।[୧][୨]
| |||||||||||||||||||||||||
ଲୋକ ସଭାରେ ୫୪୩ଟି ସ୍ଥାନ ୨୭୨ seats needed for a majority | |||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Opinion polls | |||||||||||||||||||||||||
| |||||||||||||||||||||||||
|
ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହୋଇଥିଲା: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ ।[୩] ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହୋଇଥିଲା ।[୪]
ନିର୍ବାଚନ ବ୍ୟବସ୍ଥା
ସମ୍ପାଦନା୫୪୩ ଜଣ ସାଂସଦଙ୍କୁ ଭାରତୀୟ ନାଗରିକଗଣ ଭୋଟ ଦେଇ ୫୪୩ଟି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ କରନ୍ତି । ବାକି ୨ ଜଣ ସାଂସଦଙ୍କୁ ଭାରତର ରାଷ୍ଟ୍ରପତି ଚାହିଁଲେ ଅଙ୍ଗ୍ଲୋ-ଇଣ୍ଡିଆନଙ୍କମଧ୍ୟରୁ ମନୋନୀତ କରନ୍ତି । [୫][୬]
ଓଡ଼ିଶାରେ ହେବାକୁ ଥିବା ଲୋକ ସଭା ନିର୍ବାଚନର କାର୍ଯ୍ୟକ୍ରମ ସୂଚୀ
ସମ୍ପାଦନାପୂର୍ବଥର ୧୬ଶ ଭାରତୀୟ ସାଧାରଣ ନିର୍ବାଚନ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲାବେଳେ ଏହି ଥର ଏହା ସୁବିଧାରେ ପରିଚାଳନା କରିବାକୁ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।[୭] ଓଡ଼ିଶା ବିଧାନ ସଭା ନିର୍ବାଚନ ସୂଚୀ ଅଲଗା ଭାବରେ ପ୍ରକାଶ ପାଇବ ।[୪][୮]
ନିର୍ବାଚନ ପର୍ଯ୍ୟାୟ | ନିର୍ବାଚନ ତାରିଖ | ଲୋକ ସଭା ନିର୍ବାଚନ ମଣ୍ଡଳୀ |
---|---|---|
ପ୍ରଥମ | ୧୧ ଅପ୍ରେଲ ୨୦୧୯ | କଳାହାଣ୍ଡି |
ନବରଙ୍ଗପୁର | ||
ବ୍ରହ୍ମପୁର | ||
କୋରାପୁଟ | ||
ଦ୍ୱିତୀୟ | ୧୮ ଅପ୍ରେଲ ୨୦୧୯ | ବରଗଡ଼ |
ସୁନ୍ଦରଗଡ଼ | ||
ବଲାଙ୍ଗୀର | ||
କନ୍ଧମାଳ | ||
ଆସିକା | ||
ତୃତୀୟ | ୨୩ ଅପ୍ରେଲ ୨୦୧୯ | ସମ୍ବଲପୁର |
କେନ୍ଦୁଝର | ||
ଢେଙ୍କାନାଳ | ||
କଟକ | ||
ପୁରୀ | ||
ଭୁବନେଶ୍ୱର | ||
ଚତୁର୍ଥ | ୨୯ ଅପ୍ରେଲ ୨୦୧୯ | ମୟୂରଭଞ୍ଜ |
ବାଲେଶ୍ୱର | ||
ଭଦ୍ରକ | ||
ଯାଜପୁର | ||
କେନ୍ଦ୍ରାପଡ଼ା | ||
ଜଗତସିଂହପୁର |
ଭାରତର ଅନ୍ୟ ପ୍ରାନ୍ତଗୁଡ଼ିକ ସହ ଓଡ଼ିଶାର ମଧ୍ୟ ଲୋକ ସଭା ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ରେ ପ୍ରକାଶ ପାଇବ ।
ନିର୍ବାଚନ କମିଶନର
ସମ୍ପାଦନାନିର୍ବାଚନ ହେଉଛନ୍ତି ଏକ ସ୍ୱାଧୀନ ସଂସ୍ଥା ଯିଏ କି ଭାରତରେ ନିର୍ବାଚନ ଆୟୋଜନ କରିଥାନ୍ତି ଏବଂ ଫଳାଫଳ ମଧ୍ୟ ଘୋଷଣା କରନ୍ତି ।
୨୦୧୯ ଲୋକ ସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ଏବଂ ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କହିଥିଲେ ।[୯]
- ନିର୍ବାଚନ କମିଶନଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କର ଦେଶ ଭିତରେ ଥିବା ସମ୍ପତ୍ତି ସହିତ ବିଦେଶ ସମ୍ପତ୍ତି ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । ଆୟକର ବିଭାଗ ଏ ବାବଦ ତଥ୍ୟର ଯାଞ୍ଚ କରିବ ଏବଂ କୌଣସି ଅନିୟମିତତା ମିଳିଲେ ତୁରନ୍ତ ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ଏହାକୁ ଅପ୍ଲୋଡ କରାଯିବ ଏବଂ ବିହୀତ କାର୍ଯ୍ୟାନୁଷ୍ଠାନ ହେବ ।
- ହିଂସା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ ଏବଂ ରାଜ୍ୟମାନଙ୍କର ଡିଜିପି ଏବଂ ମୁଖ୍ୟ ସଚିବ ଏ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବେ ।
- ଏଥର ନିର୍ବାଚନରେ ସି ଭିଜିଲ୍ ଆପ୍ ପ୍ରଚଳନ ହେବ । ଏହାକୁ ପ୍ରଥମେ ପାଇଲଟ୍ ପ୍ରକଳ୍ପ ଭାବେ କର୍ଣ୍ଣାଟକରେ ଆରମ୍ଭ କରାଯିବ। ଏହି ପ୍ରକ୍ରିୟାରେ ନିର୍ବାଚନ ସଂପର୍କିତ ଅଭିଯୋଗକୁ ଏହି ଆପ୍ ମାଧ୍ୟମରେ ଜନସାଧାରଣ ଦାଖଲ କରିବେ ।
- ସୋସିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ କମିଶନ ସତର୍କ ନଜର ରଖିବେ ।
- ଦେଶର ସମସ୍ତ ୧, ୬୩,୩୩୧ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ମେସିନ ବ୍ୟବହାର ହେବ ।
ପୃଷ୍ଠଭୂମି
ସମ୍ପାଦନାପୂର୍ବ ଲୋକ ସଭା ନିର୍ବାଚନ ଅପ୍ରେଲ-ମଇ ମାସ ୨୦୧୪ ମସିହାରେ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏ ଜୟଲାଭ କରିଥିଲା । ଏହି ଦଳର ନେତାରୂପେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଇତିହାସରେ ଦେଖିବାକୁ ଗଲେ ଭାରତର ପ୍ରଥମ ଲୋକ ସଭା ନିର୍ବାଚନ ୧୯୫୧-୫୨ ମସିହାରେ ହୋଇଥିଲା ।
ପ୍ରଚାର
ସମ୍ପାଦନା୨୦୧୯ ମସିହା, ଜାନୁୟାରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ଥର ସରକାର ଗଢ଼ିବାକୁ ବିଜେପି ତରଫରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।[୧୦] ଏହା ପ୍ରାୟ ଜଣାଯାଉଛି ଯେ ବିଜେପି ହିନ୍ଦୁ-ଜାତୀୟତାକୁ ଗୂଢ଼କରି ନିର୍ବାଚନ ପ୍ରଚାର କରିବ ।[୧୧][୧୨]
ଠିକ ସେହିଦିନ ମାୟାବତୀ (ବହୁଜନ ସମାଜବାଦୀ ପାର୍ଟିର ସଭାପତି ) ଏବଂ ଅଖିଲେଶ ଯାଦବ (ସମାଜବାଦୀ ପାର୍ଟିର ସଭାପତି) ଏକ ଗଠବନ୍ଧନ କରି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୭୬ଟିରେ ପ୍ରାଥୀ ଦେବେବୋଲି ଘୋଷଣା କରିଥିଲେ । ଅମେଥି ଏବଂ ରାଏବରେଲୀରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଛିଡ଼ା ହେଉଥିବାରୁ, ଏହି ଗଠବନ୍ଧନ ଏହି ଦୁଇ ସ୍ଥାନରେ ପ୍ରାଥୀ ଦେବନାହିଁ ବୋଲି ଘୋଷଣା କରିଥିଲେ ।[୧୩]
ପ୍ରସଙ୍ଗଗୁଡ଼ିକ
ସମ୍ପାଦନାବେକାରୀ ସମସ୍ୟାରୁ ଆରମ୍ଭକରି ଚାଷୀ ଅସନ୍ତୋଷ ପର୍ଯ୍ୟନ୍ତ ଏହି ଲୋକ ସଭା ନିର୍ବାଚନରେ ଅନେକ ପ୍ରସଙ୍ଗ ରହିଛି । .
ଚାଷବାସ ଜନିତ ଅସନ୍ତୋଷ
ସମ୍ପାଦନାଖାଦ୍ୟର ମୁଦ୍ରାସ୍ଫୀତି ହାର ହ୍ରାସ[୧୪] ଏବଂ କୃଷି କ୍ଷେତ୍ରରେ କମ ଅଭିବୃଦ୍ଧି[୧୫] ଚାଷବାସ କ୍ଷେତ୍ରରେ ଗଭୀର ଅସନ୍ତୋଷର କାରଣ ହୋଇଛି ।[୧୬] ଏହି ଅସନ୍ତୋଷ ଯୋଗୁଁ ଦେଶସାରା ନାନାଦି ସ୍ଥାନରେ ଚାଷୀମାନେ ଧାରଣା ଏବଂ ଆନ୍ଦୋଳନ କରିଆସୁଛନ୍ତି ।[୧୭][୧୮] [୧୯] [୨୦] ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ଯାଇ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ବଢାଇଥିଲେ, ହେଲେ ଏହାକୁ ଅନେକ ସ୍ଥାନରୁ ସମାଲୋଚନା ମିଳିଥିଲା ।[୨୧][୨୨][୨୩] [୨୪][୨୫] କେନ୍ଦ୍ରରେ ସରକାର ଗଢ଼ିଲେ, ଗରିବ ଚାଷୀମାନଙ୍କୁ କଂଗ୍ରେସ ବାର୍ଷିକ ୭୨,୦୦୦ ଦେବ ବୋଲି ତାଙ୍କର ନିର୍ବାଚନ ଇସ୍ତିହାରରେ ଘୋଷଣା କରିଛି ।[୨୬]
ବେକାରୀ ସମସ୍ୟା
ସମ୍ପାଦନାବେକାରୀ ସମସ୍ୟା ଭାରତରେ ଏବେ ଗମ୍ଭୀରତାର ରୂପ ନେଇଛି ।[୨୭] ଗତ ୪୫ ବର୍ଷରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ୬.୧% ହୋଇଛି ।[୨୮][୨୯][୩୦] ନୋଟବନ୍ଦୀ ଯୋଗୁଁ ୧୫ ଲକ୍ଷ୍ୟ ବ୍ୟକ୍ତି ବେକାର ହୋଇଯାଇଥିଲେ । [୩୧] ଜିଏସଟି ଯୋଗୁଁ ମଧ୍ୟ ବେକାରୀ ସଂଖ୍ୟାରେ ବୃଦ୍ଧି ଘଟିଥିଲା ।[୩୨][୩୩]
ଗଣତାନ୍ତ୍ରିକ ସଂସ୍ଥା ଏବଂ ଅନୁଷ୍ଠାନଗୁଡିକୁ ଏବଂ ପ୍ରକ୍ରିୟାର ଅଣଦେଖା
ସମ୍ପାଦନାବିରୋଧୀ ଦଳ ମତଦେଉଛନ୍ତି ଯେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି ।[୩୪] ଜୁଡ଼ିସିଆରି, ନ୍ୟାୟତନ୍ତ୍ର[୩୫][୩୬], ସଂସଦ[୩୫], ମିଡ଼ିଆ[୩୫], ଭାରତୀୟ ରିଜର୍ଭ ବ୍ୟାଙ୍କ [୩୭], ସିବିଆଇ[୩୮][୩୯] ଏବଂ ସୂଚନା ଅଧିକାର ଆଇନ[୩୮] ସରକାରଙ୍କଦ୍ୱାରା ଅଣଦେଖା କରାଯାଉଛି ବୋଲି କୁହାଯାଉଛି । ଏହି ପ୍ରସଙ୍ଗନେଇ ବିରୋଧୀଦଳଗୁଡିକ ପ୍ରଚୁର ମାତ୍ରାରେ ନିର୍ବାଚନ ପ୍ରଚାର କରୁଛନ୍ତି ।[୪୦]
ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀ ୩ ଫେବୃୟାରୀ ୨୦୧୯ ଦିନ ପଶ୍ଚିମବଙ୍ଗଠାରେ ସମ୍ବିଧାନ ବଞ୍ଚାଅ ଧାରଣା ଦେଇଥିଲେ ।[୪୧][୪୨] ବିଜେପି ମତରେ ଏହି ଧାରଣା କେବଳ ଚିଟ ଫଣ୍ଡ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରଦାରେ ରଖିବାକୁ କରାଯାଇଥିଲା ।[୪୩] ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦମୀ ପାର୍ଟି, ତେଲୁଗୁ ଦେଶମ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଜମ୍ମୁ ଓ କାଶ୍ମୀର ଜାତୀୟ କନଫରେନ୍ସ, ଦ୍ରାବିଡ଼ ମୁନେତ୍ରା କାଗମ ଦଳଗୁଡ଼ିକ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।[୪୪] ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ଧାରଣା ୫ ଫେବୃୟାରୀ ୨୦୧୯ ତାରିଖରେ ବନ୍ଦ ହୋଇଥିଲା ।[୪୫]
ରାମ ମନ୍ଦିର
ସମ୍ପାଦନାଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପି ସମର୍ଥନ କରୁଅଛି । ଏହା ଦେଖାଯାଇଛି ଯେ ଦଳ ଏହି ପ୍ରସଙ୍ଗକୁ ନେଇ ଜୋରସୋରରେ ନିର୍ବାଚନ ପ୍ରଚାର କରିବ । ଏହା ଦେଖାଯାଇଛି ଯେ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ହିନ୍ଦୁ ଭୋଟ ପାଇବା ଆଶାରେ ଏହି ମନ୍ଦିର ଗଢ଼ିବା ପ୍ରସଙ୍ଗ ଉଠାଉଛନ୍ତି ।[୪୬][୪୭] [୪୮]
ରାଫେଲ ବିମାନ ଚୁକ୍ତି
ସମ୍ପାଦନାବିରୋଧୀ ଦଳଗୁଡ଼ିକ ରାଫେଲ ବିମାନ କିଣା ଚୁକ୍ତିର ମୂଲ୍ୟବୃଦ୍ଧି ଏବଂ କେତେକ ନିର୍ଦ୍ଧିଷ୍ଟ କମ୍ପାନୀଗୁଡିକୁ ଅଧିକ ପକ୍ଷପାତ ହେଉଛି ବୋଲି ଆଙ୍ଗୁଳି ଉଠାଇଛନ୍ତି ।[୪୯][୫୦] ଅନ୍ୟ ପକ୍ଷ୍ୟରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ଏହି ସବୁ ଆରୋପକୁ ଏଡ଼ାଇଦେଇଛନ୍ତି ।[୫୧][୫୨][୫୩][୫୪][୫୫]
ଭାରତୀୟ ଜାତୀୟ କଂଗ୍ରେସ ଏକ ସାମୁହିକ ସଂସଦୀୟ କମିଟି ଗଠନ କରିବାକୁ ଦାବି କରିଛନ୍ତି । [୫୬][୫୭] ସିଏଜି ରିପୋର୍ଟ ହିସାବରେ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫାଲ ରାଜିନାମାଠାରୁ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ରାଫେଲ ମୂଲଚାଲ ୨.୮% ଶସ୍ତା ବୋଲି କୁହାଯାଇଛି ।[୫୮]
ନାଗରିକ ସଂଶୋଧନ ବିଲ
ସମ୍ପାଦନାବେଆଇନ ଅନୁପ୍ରବେଶକାରୀମାନଙ୍କର ସଂଜ୍ଞା ପରିବର୍ତ୍ତନ କରିବାକୁ ସଂସଦ ନାଗରିକ ସଂଶୋଧନ ବିଲ ଜରିଆରେ ଚେଷ୍ଟା କରୁଛି ।.[୫୯] ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ଆସାମରେ ଏହା ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ।[୬୦][୬୧][୬୨]
ବିଭିନ୍ନ ଦଳ ଏବଂ ଗଠବନ୍ଧନ
ସମ୍ପାଦନାବି. ଦ୍ର. : ନିମ୍ନଲିଖିତ ତଥ୍ୟ କେବଳ କିଛି ନିର୍ଦ୍ଧିଷ୍ଟ ରାଜ୍ୟ ପାଇଁ ସମସ୍ତ ଦେଶର ତଥ୍ୟ ନୁଁହେ ।
ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନରେ ଥିବା ଦଳଗୁଡିକ: [୬୩]
ଦଳ | ରାଜ୍ୟ | ସ୍ଥାନ | |
---|---|---|---|
ଲଢ଼ିଥିଲେ | ଜିତିଥିଲେ | ||
ଭାରତୀୟ ଜନତା ପାର୍ଟି | ଅନେକ ରାଜ୍ୟ | ||
ଜନତା ଦଳ(ସଂଯୁକ୍ତ) | ବିହାର | ୧୭ | |
ଶିରୋମଣୀ ଅକାଳୀ ଦଳ | ପଞ୍ଜାବ | ୧୦ | |
ଲୋକ ଜନଶକ୍ତି ପାର୍ଟି | ବିହାର | ୬ | |
ଶିବ ସେନା[୬୪] | ମହାରାଷ୍ଟ୍ର | ୨୩ | |
ଏଆଇଡିଏମକେ + ପିଏମକେ | ତାମିଲନାଡୁ ଏବଂ ପଣ୍ଡିଚେରୀ | ୩୫[୬୫] |
ରାଷ୍ଟ୍ରୀୟ ଲୋକ ସମତା ପାର୍ଟି
ସମ୍ପାଦନାଟିକଟ ବଣ୍ଟାକୁ ହେଇଥିବା ବିବାଦ ଯୋଗୁଁ ଏହି ଦଳ, ଗଠବନ୍ଧନରୁ ୧୦ ଡିସେମ୍ବର ୨୦୧୮ରେ ବାହାରିଯାଇଥିଲା ।[୬୬]
ଆସାମ ଗଣ ପରିଷଦ
ସମ୍ପାଦନାନାଗରିକ ସଂଶୋଧନ ବିଲ ବିରୋଧରେ ଆନ୍ଦୋଳନ କରି ଏହି ଦଳ ଗଠବନ୍ଧନରୁ ଓହରି ଆସିଥିଲା ।[୬୭]
ଗୋର୍ଖା ଜନମୁକ୍ତି ମୋର୍ଚ୍ଚା
ସମ୍ପାଦନାନିଜର ଦାବିଗୁଡ଼ିକ ପୁରଣନହେବାରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ୨୧ ଜାନୁୟାରୀ ୨୦୧୯ରେ ଗଠବନ୍ଧନରୁ ବାହାରିଆସି ତୃତୀୟ ଗଠବନ୍ଧନରେ ଯୋଗଦାନ କରିଥଲେ ।[୬୮]
ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନରେ ଥିବା ଦଳଗୁଡ଼ିକର ତାଲିକା:[୬୯]
ଦଳ | ରାଜ୍ୟ | ସ୍ଥାନ | |
---|---|---|---|
ଲଢ଼ିଥିଲେ | ଜିତିଥିଲେ | ||
ଭାରତୀୟ ଜାତୀୟ କଂଗ୍ରେସ | ଅନେକ ରାଜ୍ୟ | ||
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି | ଅନେକ ରାଜ୍ୟ | ୨୪ | |
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ଝାଡ଼ଖଣ୍ଡ | ୪ | |
ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତନ୍ତ୍ରୀକ) | ଝାଡ଼ଖଣ୍ଡ | ୨ | |
ଡିଏମକେ | ତାମିଲନାଡୁ | ୩୦[୬୫] | |
ରାଷ୍ଟ୍ରୀୟ ଜନତା ଦଳ | ବିହାର |
ମହାଗଠବନ୍ଧନ
ସମ୍ପାଦନାଦଳ | ରାଜ୍ୟ | ସ୍ଥାନ | |
---|---|---|---|
ଲଢ଼ିଥିଲେ | ଜିତିଥିଲେ | ||
ବହୁଜନ ସମାଜ ପାର୍ଟି [୧୩] | ଅନେକ ରାଜ୍ୟ | ୬୮ | |
ସମାଜବାଦୀ ପାର୍ଟି [୧୩] | ଅନେକ ରାଜ୍ୟ | ୪୧ | |
ରାଷ୍ଟ୍ରୀୟ ଲୋକ ଦଳ[୭୦] | ଉତ୍ତରପ୍ରଦେଶ | ୩ |
ଓଡ଼ିଶାର ପ୍ରାର୍ଥୀ ତାଲିକା
ସମ୍ପାଦନାଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ଛିଡାହୋଇଥିବା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ।[୭୧][୭୨][୭୩][୭୪][୭୫][୭୬][୭୭][୭୮]
(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ
ଜନମତ ସର୍ବେକ୍ଷଣ
ସମ୍ପାଦନାଆଗାମୀ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ସଂସ୍ଥା ଜନମତ ସର୍ବେକ୍ଷଣ ନେଇ ଲୋକମାନଙ୍କର ମତ ଆଗୁଆ ଜାଣିବାକୁ ଚେଷ୍ଟା କରୁଛନ୍ତି । ସେହି ସବୁ ସର୍ବେକ୍ଷଣର ଫଳାଫଳ ନିମ୍ନରେ ଦର୍ଶାଗଲା । ଗତ ୨୦୧୪ ନିର୍ବାଚନରୁ ଜାନୁୟାରୀ ୨୦୧୯ ଯାଏଁ ଏହି ତଥ୍ୟ ଅନ୍ତର୍ଭୁକ୍ତ । [୮୦]
Date published | Polling agency | Others | Leadα | Majority | |||
---|---|---|---|---|---|---|---|
NDA | UPA | ||||||
ଫେବୃୟାରୀ ୨୦୧୯ | VDP Associates | ୨୪୨ | ୧୪୮ | ୧୫୩ | ୯୪ | ଝୁଲା | |
Jan 2019 | Times Now-VMR | 252 | 147 | 144 | 105 | Hung | |
Jan 2019 | Deccan Herald | 160-175 | 180-200 | 160-180 | 40-5 | Hung | |
Jan 2019 | ABP News -Cvoter Archived 2019-04-29 at the Wayback Machine. | 233 | 167 | 143 | 66 | Hung | |
Jan 2019 | India Today -Karvy | 237 | 166 | 140 | 67 | Hung | |
Jan 2019 | VDP Associates | 225 | 167 | 150 | 58 | Hung | |
Dec 2018 | India Today | 257 | 146 | 140 | 111 | Hung | |
Dec 2018 | ABP News - C Voter Archived 2019-09-15 at the Wayback Machine. | 247 | 171 | 125 | 76 | Hung | |
Dec 2018 | India TV - CNX | 281 | 124 | 138 | 157 | 9 | |
Nov 2018 | ABP News - C Voter Archived 2019-04-29 at the Wayback Machine. | 261 | 119 | 163 | 142 | Hung | |
Oct 2018 | ABP News-CSDS Archived 2019-04-29 at the Wayback Machine. | 276 | 112 | 155 | 164 | 4 | |
Aug 2018 | India Today- Karvy | 281 | 122 | 140 | 159 | 9 | |
May 2018 | ABP News-CSDS | 274 | 164 | 105 | 110 | 2 | |
Jan 2018 | Republic-CVoter Archived 2018-06-29 at the Wayback Machine. | 335 | 89 | 119 | 246 | 63 | |
Jan 2018 | India Today | 309 | 102 | 132 | 207 | 37 | |
Aug 2017 | India Today | 349 | 75 | 119 | 276 | 77 | |
Jan 2017 | India Today | 370 | 60 | 123 | 310 | 98 | |
Aug 2016 | India Today | 304 | 94 | 145 | 210 | 32 | |
Feb 2016 | India Today | 286 | 110 | 147 | 176 | 14 | |
Aug 2015 | India Today | 288 | 81 | 174 | 207 | 16 | |
April–May 2014 | General election results | 336 | 60 | 113 | 276 | 64 | |
ମଇ ୨୦୧୯ | ରିପବ୍ଲିକ ଏବଂ ସି ଭୋଟର | ୨୮୭ | ୧୨୮ | ୧୨୭ | ୧୫୯ | ||
ଟାଇମସ ନାଓ ଏବଂ ଭିଏମଆର୍ | ୩୯୬ | ୧୩୨ | ୧୦୪ | ୨୬୪ | |||
ଜନ କି ବାତ୍ | ୩୦୫ | ୧୨୪ | ୧୧୩ | ୧୮୧ | |||
ଚାଣକ୍ୟ | ୩୪୦ | ୭୦ | ୧୩୩ | ୨୦୭ | |||
ଆଜତକ୍ ଆକ୍ସିସ୍ ଇଣ୍ଡିଆ | ୧୭୫-୧୮୮ | ୭୩-୯୬ | ୩୭-୫୨ | ୧୦୨-୧୧୫ |
ଓଡ଼ିଶା
ସମ୍ପାଦନାଓଡ଼ିଶାର ୨୧ଟି ଆସନରେ ହୋଇଥିବା ଏକଜିଟ ପୋଲ:[୮୧]
ସଂସ୍ଥାର ନାମ | ବିଜେଡି | ବିଜେପି | କଂଗ୍ରେସ + |
---|---|---|---|
ସମ୍ବାଦ-କନକ ନ୍ୟୁଜ୍ | <୧୦ | ୦୮-୧୨ | ୦୦ |
ରିପବ୍ଲିକ -ସି ଭୋଟର | ୧୦ | ୧୧ | ୦୦ |
ଏନଡିଟିଭି ପୋଲସ ଅଫ ପୋଲ | ୧୦ | ୧୦ | ୦୧ |
ଜନ କି ବାତ୍ | ୦୮ | ୧୨ | ୦୧ |
ଟାଇମସ ନାଓ ଭିଏମଆର୍ | ୦୮ | ୧୨ | ୦୧ |
ଇଣ୍ଡିଆଟିଭି | ୧୫ | ୦୬ | ୦୦ |
ଫଳାଫଳ
ସମ୍ପାଦନାନିର୍ବାଚନ ପରେ ଜଣାପଡ଼ିବ ।
ଆହୁରି ପଢ଼ନ୍ତୁ
ସମ୍ପାଦନାବାହ୍ୟ ଆଧାର
ସମ୍ପାଦନାଆଧାର
ସମ୍ପାଦନା- ↑ Singh, Vijaita (2018-09-01). "General election will be held in 2019 as per schedule, says Rajnath Singh". The Hindu (in Indian English). ISSN 0971-751X. Archived from the original on 2020-07-24. Retrieved 2019-01-04.
- ↑ Staff, Scroll. "2019 General Elections: Voting to be held in 7 phases from April 11 to May 19, counting on May 23". Scroll.in (in ଆମେରିକୀୟ ଇଂରାଜୀ). Archived from the original on 2019-05-07. Retrieved 2019-03-10.
- ↑ "Lok Sabha elections 2019: Congress MP favours more seats for RJD in Bihar" (in ଆମେରିକୀୟ ଇଂରାଜୀ). 2018-09-04. Archived from the original on 2019-04-04. Retrieved 2018-09-29.
- ↑ ୪.୦ ୪.୧ Bureau, Samajalive. "ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-10.
- ↑ Electoral system Archived 2017-05-06 at the Wayback Machine. IPU
- ↑ "General Voters". Systematic Voters’ Education and Electoral Participation (in Indian English). Archived from the original on 2019-01-04. Retrieved 2019-01-04.
- ↑ The Quint (2019-03-09), Lok Sabha Elections 2019 : CEC Sunil Arora Announces Polling Dates, archived from the original on 2019-03-10, retrieved 2019-03-10
- ↑ Bureau, Samaja Live. "ସାଧାରଣ ନିର୍ବାଚନ ତାରିଖ ଘୋଷିତ, ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ,୨୩ ମେ'ରେ ମତଗଣନା | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-10.
- ↑ "ମୁଖ୍ୟ ନିର୍ବାଚନ କମିସନରଙ୍କ ଘୋଷଣା : ନିର୍ଦ୍ଧାରିତ ସମୟରେ ଲୋକ ସଭା ନିର୍ବାଚନ". Sambad (in ଆମେରିକୀୟ ଇଂରାଜୀ). 2019-03-01. Archived from the original on 2019-03-03. Retrieved 2019-03-02.
- ↑ "Country has to decide what kind of 'pradhan sevak' it wants: PM Modi - Times of India". The Times of India. Archived from the original on 2019-01-13. Retrieved 2019-01-12.
- ↑ "ଆର୍କାଇଭ୍ କପି". Archived from the original on 2019-05-21. Retrieved 2019-02-07.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2019-02-03. Retrieved 2019-02-07.
{{cite web}}
: Cite has empty unknown parameter:|1=
(help) - ↑ ୧୩.୦ ୧୩.୧ ୧୩.୨ "SP, BSP announce tie-up for Lok Sabha polls, to contest 38 seats each in UP - Times of India ►". The Times of India. Archived from the original on 2019-01-12. Retrieved 2019-01-12.
- ↑ Bera, Sayantan (2018-09-14). "Low food inflation doesn't bode well for farmers". www.livemint.com (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
- ↑ Mukherjee, Sanjeeb (2018-11-29). "Farm growth in UPA era better than 4 years of NDA even under new series". Business Standard India. Archived from the original on 2019-02-02. Retrieved 2019-02-02.
- ↑ Iyer, Aparna (2018-12-03). "Agrarian crisis clear & present danger for Indian economy". www.livemint.com (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
- ↑ "India's deepening farm crisis: 76% farmers want to give up farming, shows study". www.downtoearth.org.in (in ଇଂରାଜୀ). Retrieved 2019-02-02.[permanent dead link]
- ↑ "Why the farmers have stormed Delhi, what they want". The Economic Times. 2018-11-30. Archived from the original on 2019-02-02. Retrieved 2019-02-02.
- ↑ "Why Maharashtra's farmers are protesting and why Mumbaikars are supporting them: 10 points - Times of India ►". The Times of India. Archived from the original on 2019-03-23. Retrieved 2019-02-02.
- ↑ "Farmers' protest 2nd day live: Haryana CM stirs controversy". The Economic Times. 2018-06-02. Archived from the original on 2019-02-02. Retrieved 2019-02-02.
- ↑ "PM Modi hails 'historic increase in MSP', Congress calls it jumla". dna (in ଇଂରାଜୀ). 2018-07-04. Archived from the original on 2019-02-02. Retrieved 2019-02-02.
- ↑ "Does Modi govt's hike in MSP really help farmers?- Business News". www.businesstoday.in. Archived from the original on 2019-02-02. Retrieved 2019-02-02.
- ↑ Himanshu (2018-07-16). "Will the MSP increase for kharif crops reduce India's agrarian distress?". www.livemint.com (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
- ↑ "In MP & Rajasthan, Farmers Not Getting MSP". NewsClick (in ଇଂରାଜୀ). 2018-11-15. Archived from the original on 2019-02-02. Retrieved 2019-02-02.
- ↑ "Modi Government's 'Historic' MSP Hike Is Nothing More Than a Band-Aid for Farmers". The Wire. Archived from the original on 2019-02-03. Retrieved 2019-02-02.
- ↑ Dharitri. "କଂଗ୍ରେସ ଜାରି କଲା ନିର୍ବାଚନୀ ଘୋଷଣାପତ୍ର: ଗରିବଙ୍କୁ ବର୍ଷକୁ ମିଳିବ ୭୨ ହଜାର". Dharitri.com (in ଇଂରାଜୀ). Archived from the original on 2019-04-02. Retrieved 2019-04-02.
- ↑ Tandon, Suneera; Tandon, Suneera. "India's stunning economic growth is hiding a staggering job crisis". Quartz India (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
- ↑ "India unemployment rate highest in 45 years: Report". www.aljazeera.com. Archived from the original on 2019-02-06. Retrieved 2019-02-07.
- ↑ "ଆର୍କାଇଭ୍ କପି". Archived from the original on 2019-12-28. Retrieved 2019-02-07.
{{cite web}}
: Cite has empty unknown parameter:|1=
(help) - ↑ "India's unemployment rate hit a 45-year high in 2017/18". The Economic Times. 2019-01-31. Archived from the original on 2019-02-02. Retrieved 2019-02-02.
- ↑ Safi, Michael (2018-08-30). "Demonetisation drive that cost India 1.5m jobs fails to uncover 'black money'". The Guardian (in ବ୍ରିଟିଶ୍ ଇଂରାଜୀ). ISSN 0261-3077. Archived from the original on 2019-02-02. Retrieved 2019-02-02.
- ↑ "Dip in jobs, profits for MSMEs; noteban, GST to blame: Survey". The Indian Express (in Indian English). 2018-12-17. Archived from the original on 2019-02-02. Retrieved 2019-02-02.
- ↑ "Job loss! Demonetisation, GST led to dip in jobs, profits for MSMEs, traders: AIMO survey". The Financial Express. 2018-12-17. Archived from the original on 2019-02-02. Retrieved 2019-02-02.
- ↑ "'Muzzling of Democratic Institutions': Congress Attacks Modi After SC Brings Back CBI Chief". News18. Archived from the original on 2019-02-02. Retrieved 2019-02-03.
- ↑ ୩୫.୦ ୩୫.୧ ୩୫.୨ "India's democratic institutions are crumbling. And Modi government is to blame for it". www.dailyo.in. Archived from the original on 2019-02-04. Retrieved 2019-02-03.
- ↑ "India's democratic institutions are crumbling. And Modi government is to blame for it". www.dailyo.in. Archived from the original on 2019-02-04. Retrieved 2019-02-03.
- ↑ Ghosh, Shayan (2018-10-26). "RBI deputy governor bats for its independence". www.livemint.com (in ଇଂରାଜୀ). Archived from the original on 2019-02-04. Retrieved 2019-02-03.
- ↑ ୩୮.୦ ୩୮.୧ "How Modi Government Is Destroying Key Indian Institutions". NewsClick (in ଇଂରାଜୀ). 2018-10-27. Archived from the original on 2019-02-04. Retrieved 2019-02-03.
- ↑ Ch, Munish; P, ra; DelhiNovember 19, ey New; November 20, 2018UPDATED:; Ist, 2018 06:08. "CBI war gets murkier, senior officer claims NSA Ajit Doval interfered in Asthana probe". India Today (in ଇଂରାଜୀ). Archived from the original on 2019-02-04. Retrieved 2019-02-03.
{{cite web}}
:|first5=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ "Mamata's Opposition rally top quotes: 'One ambition — save India, save democracy'". The Indian Express (in Indian English). 2019-01-19. Archived from the original on 2019-04-02. Retrieved 2019-02-03.
- ↑ "Mamata Banerjee begins dharna, says PM Modi, Amit Shah plotting coup in Bengal". www.hindustantimes.com/ (in ଇଂରାଜୀ). 2019-02-03. Archived from the original on 2019-02-03. Retrieved 2019-02-06.
- ↑ "After 13 years, Mamata Banerjee returns to dharna politics, as chief minister - Times of India ►". The Times of India. Archived from the original on 2019-02-05. Retrieved 2019-02-06.
- ↑ "Yogi Adityanath in Purulia: Nothing more shameful than a CM on dharna to protect corrupt officer". The Indian Express (in Indian English). 2019-02-06. Archived from the original on 2019-02-05. Retrieved 2019-02-06.
- ↑ "Opposition supports Mamata in battle against Centre, but CPM has a different take". www.hindustantimes.com/ (in ଇଂରାଜୀ). 2019-02-04. Archived from the original on 2019-02-05. Retrieved 2019-02-06.
- ↑ "Centre vs Mamata: Standoff ends; SC says no arrest, police chief Rajeev Kumar has to face CBI". The Indian Express (in Indian English). 2019-02-06. Archived from the original on 2019-02-06. Retrieved 2019-02-06.
- ↑ "ଆର୍କାଇଭ୍ କପି". Archived from the original on 2019-02-03. Retrieved 2019-02-07.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2019-02-03. Retrieved 2019-02-07.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2019-02-06. Retrieved 2019-02-07.
{{cite web}}
: Cite has empty unknown parameter:|1=
(help) - ↑ "Centre increased Rafale jet deal price by 3 billion: Congress - Times of India". The Times of India. Archived from the original on 2019-03-25. Retrieved 2019-02-03.
- ↑ India, Press Trust of (2019-02-02). "Rahul alleges Modi helped Ambani through Rafale deal". Business Standard India. Archived from the original on 2019-02-02. Retrieved 2019-02-03.
- ↑ "Jaitley dismisses report of price escalation in Rafale deal as 'fudged arithmetic' - Times of India". The Times of India. Archived from the original on 2019-03-10. Retrieved 2019-02-03.
- ↑ DelhiDecember 14, India Today Web Desk New; December 14, 2018UPDATED:; Ist, 2018 17:24. "No objection to Rafale deal: Supreme Court dismisses PILs". India Today (in ଇଂରାଜୀ). Archived from the original on 2019-01-08. Retrieved 2019-02-03.
{{cite web}}
:|first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ Rautray, Samanwaya (2019-01-03). "Rafale ruling based on errors: Review plea in Supreme Court". The Economic Times. Archived from the original on 2019-02-07. Retrieved 2019-02-06.
- ↑ "Did the Supreme Court Get Its Facts Wrong on the CAG Report on Rafale?". The Wire. Archived from the original on 2019-02-07. Retrieved 2019-02-06.
- ↑ "Govt misled SC on Rafale deal, where is CAG report, asks Rahul Gandhi - Times of India". The Times of India. Archived from the original on 2019-03-23. Retrieved 2019-02-06.
- ↑ Khanna, Pretika (2018-12-14). "Rafale verdict: Congress demands JPC probe". www.livemint.com (in ଇଂରାଜୀ). Archived from the original on 2018-12-25. Retrieved 2019-02-06.
- ↑ "No setback, our stand has been vindicated, we want JPC: Congress on Rafale verdict". www.hindustantimes.com/ (in ଇଂରାଜୀ). 2018-12-14. Archived from the original on 2019-02-07. Retrieved 2019-02-06.
- ↑ Dharitri. "ୟୁପିଏଠାରୁ ଏନଡିଏ ରାଫାଲ ରାଜିନାମା ଶସ୍ତା: ସିଏଜି ରିପୋର୍ଟ". Dharitri.com (in ଇଂରାଜୀ). Archived from the original on 2019-02-16. Retrieved 2019-02-13.
- ↑ Purkayastha, Debasree (2018-05-26). "What is the Citizenship (Amendment) Bill, 2016?". The Hindu (in Indian English). ISSN 0971-751X. Archived from the original on 2018-11-27. Retrieved 2019-01-30.
- ↑ Das, Shaswati (2019-01-16). "Why citizenship amendment bill has created a row". www.livemint.com (in ଇଂରାଜୀ). Archived from the original on 2019-01-30. Retrieved 2019-01-30.
- ↑ KolkataJanuary 7, Manogya Loiwal; January 7, 2019UPDATED:; Ist, 2019 23:26. "Citizenship bill row: 70 organisations observe disgust day in Assam". India Today (in ଇଂରାଜୀ). Archived from the original on 2019-01-30. Retrieved 2019-01-30.
{{cite web}}
:|first3=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ "At Assam meet, 10 Northeast political parties, JD(U) oppose Citizenship Bill - Times of India". The Times of India. Archived from the original on 2019-01-29. Retrieved 2019-01-30.
- ↑ Chaturvedi, Rakesh Mohan (2018-12-24). "BJP, JDU, LJP finalise 17:17:6 seat sharing formula for Bihar Lok Sabha polls". The Economic Times. Archived from the original on 2019-01-25. Retrieved 2019-01-24.
- ↑ "Citing Hindutva and Pulwama, BJP & Sena agree on poll deal". The Indian Express (in Indian English). 2019-02-19. Archived from the original on 2019-02-18. Retrieved 2019-03-02.
- ↑ ୬୫.୦ ୬୫.୧ "ତାମିଲନାଡୁରେ କଂଗ୍ରେସ – ଡିଏମକେ ମେଣ୍ଟ". Sambad (in ଆମେରିକୀୟ ଇଂରାଜୀ). 2019-02-20. Archived from the original on 2019-02-25. Retrieved 2019-02-21.
- ↑ Agencies (2018-12-10). "RLSP Chief Upendra Kushwaha quits NDA, resigns as union minister". Business Standard India. Archived from the original on 2019-01-25. Retrieved 2019-01-25.
- ↑ "AGP quits NDA as Cabinet approves citizenship bill - Times of India â–º". The Times of India. Archived from the original on 2019-01-08. Retrieved 2019-01-25.
- ↑ "Morcha dumps BJP". telegraphindia.com (in ଇଂରାଜୀ). Archived from the original on 2019-01-25. Retrieved 2019-01-25.
- ↑ "Congress-NCP seal seat sharing agreement except for 6 Lok Sabha seats in Maharashtra". www.hindustantimes.com/ (in ଇଂରାଜୀ). 2018-12-22. Archived from the original on 2019-01-14. Retrieved 2019-01-24.
- ↑ Bureau, Samajalive. "ଉତ୍ତରପ୍ରଦେଶରେ ଏସ୍ପି-ବିଏସ୍ପି-ଆରଏଲଡି ଆସନ ଭାଗବଣ୍ଟା ଶେଷ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-21.
- ↑ Dharitri. "ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା: ହିଞ୍ଜିଳି ଓ ବିଜେପୁରରୁ ଲଢ଼ିବେ ନବୀନ". Dharitri.com (in ଇଂରାଜୀ). Archived from the original on 2019-03-21. Retrieved 2019-03-21.
- ↑ Bureau, Samaja Live. "ବାରଣାସୀରୁ ଲୋକ ସଭା ନିର୍ବାଚନ ଲଢିବେ ମୋଦୀ: ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷିତ | Samaja Live" (in ଆମେରିକୀୟ ଇଂରାଜୀ). Archived from the original on 2019-03-21. Retrieved 2019-03-21.
- ↑ "କଂଗ୍ରେସ ଘୋଷଣା କଲା ୬ ଲୋକ ସଭା ଏବଂ ୩୬ ବିଧାନ ସଭା ପାଇଁ ପ୍ରାର୍ଥୀ". Satya Patha (in ଆମେରିକୀୟ ଇଂରାଜୀ). 2019-03-19. Retrieved 2019-03-21.[permanent dead link]
- ↑ "ଓଡ଼ିଶାର ଆଉ ପାଞ୍ଚଟି ଲୋକ ସଭା ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି". Sambad (in ଆମେରିକୀୟ ଇଂରାଜୀ). 2019-03-23. Archived from the original on 2019-03-23. Retrieved 2019-03-23.
- ↑ Dharitri. "ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକ ସଭା, ୯ ବିଧାନ ସଭା". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-26.
- ↑ Dharitri. "ଲୋକ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ଲଢିବେ ଅନୁଭବ". Dharitri.com (in ଇଂରାଜୀ). Archived from the original on 2019-03-27. Retrieved 2019-03-27.
- ↑ Dharitri. "ଭାଜପାର ୩ ଲୋକ ସଭା, ୧୧ ବିଧାନ ସଭା ପ୍ରାର୍ଥୀ ଘୋଷିତ". Dharitri.com (in ଇଂରାଜୀ). Archived from the original on 2019-04-02. Retrieved 2019-04-02.
- ↑ Bureau, Samajalive (2019-05-24). "ଓଡ଼ିଶା ଲୋକ ସଭା ପ୍ରାର୍ଥୀଙ୍କ ବିଜୟ ତାଲିକା". Samaja Live (in ଆମେରିକୀୟ ଇଂରାଜୀ). Archived from the original on 2019-05-24. Retrieved 2019-05-24.
- ↑ Dharitri. "ତୀବ୍ର ହେବ ଢେଙ୍କାନାଳ ଲୋକ ସଭା ଲଢ଼େଇ, ୧୫ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ କେପି". Dharitri.com (in ଇଂରାଜୀ). Archived from the original on 2019-03-30. Retrieved 2019-03-30.
- ↑ Dharitri (2019-05-19). "ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ". dharitri (in ଆମେରିକୀୟ ଇଂରାଜୀ). Archived from the original on 2019-05-22. Retrieved 2019-05-20.
- ↑ Dharitri (2019-05-19). "ଓଡ଼ିଶାକୁ ନେଇ ଏକଜିଟ୍ ପୋଲ: ଭାଜପା କରିବ ଭଲ ପ୍ରଦର୍ଶନ". dharitri (in ଆମେରିକୀୟ ଇଂରାଜୀ). Archived from the original on 2019-05-22. Retrieved 2019-05-20.