ରମେଶ ଚନ୍ଦ୍ର ମାଝି

ଓଡ଼ିଆ ରାଜନୀତିଜ୍ଞ

ରମେଶ ଚନ୍ଦ୍ର ମାଝି (ଜନ୍ମ ୯ ଅପ୍ରେଲ ୧୯୭୮) ହେଉଛନ୍ତି ଜଣେ ଭାରତୀୟ ରାଜନେତା । ସେ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁରରୁ ବିଜୁ ଜନତା ଦଳ ତରଫରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧] ସେ ଓଡ଼ିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସ୍ୱଳ୍ପ ଏବଂ ପଛୁଆ ବିଭାଗ ତଥା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ।[୨] ସେ ଓଡ଼ିଶାର ୧୩ଶ, ୧୪ଶ ଓ ୧୫ଶ ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ ।

ରମେଶ ଚନ୍ଦ୍ର ମାଝି
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀବଳଭଦ୍ର ମାଝି, ବିଜେଡି
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
୧୫ଶ ଏବଂ ୧୪ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୦୯ – ୨୦୧୯
ନିର୍ବାଚନ ମଣ୍ଡଳୀଝରିଗାଁ
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀଡାବୁଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1978-04-09) ୯ ଅପ୍ରେଲ ୧୯୭୮ (ବୟସ ୪୫)
ଦଣ୍ଡମୁଣ୍ଡା ଗ୍ରାମ, ଚନ୍ଦାହାଣ୍ଡି ପଞ୍ଚାୟତ, ନବରଙ୍ଗପୁର
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉଯାଦବ ମାଝି (ବାପା)
ଘରଦଣ୍ଡମୁଣ୍ଡା ଗ୍ରାମ, ଚନ୍ଦାହାଣ୍ଡି ପଞ୍ଚାୟତ, ନବରଙ୍ଗପୁର, ପିନ: ୭୬୪୦୭୭
ବୃତ୍ତିରାଜନୀତିଜ୍ଞ, କୃଷି

ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ ସମ୍ପାଦନା

୯ ଅପ୍ରେଲ ୧୯୭୮ମସିହାରେ ସେ ଯାଦବ ମାଝି ଏବଂ ବଳମତୀ ମାଝୀଙ୍କଠାରୁ ଜନ୍ମଗ୍ରହଣ ନେଇଥିଲେ । ତାଙ୍କର ଜନ୍ମ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମରେ ହୋଇଥିଲା । ତାଙ୍କର ଗୋଟିଏ ଭାଇ ଏବଂ ତିନି ଜଣ ଭଉଣୀ ଅଛନ୍ତି ।[୩] ନିଜର ରାଜନୈତିକ ଜୀବନ ଯୋଗୁଁ ସେ ଉଚ୍ଚଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଇପାରିନଥିଲେ । ୨୦୧୧ ମସିହାରେ ସେ କଳାରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ।[୪]

ରାଜନୈତିକ ଜୀବନ ସମ୍ପାଦନା

୨୦ ବର୍ଷ ବୟସରେ ମାଝି ଚନ୍ଦାହାଣ୍ଡି ପଞ୍ଚାୟତ ସମିତିର ଚେୟାରମ୍ୟାନ ହୋଇଥିଲେ । ୨୫ ବର୍ଷରେ ସେ ଜିଲ୍ଲା ପରିଷଦ ସଦସ୍ୟ, ୨୭ ବର୍ଷରେ ରାଜ୍ୟର ସର୍ବକନିଷ୍ଠ ବିଧାନ ସଭା ସଭ୍ୟ, ୩୧ ବର୍ଷରେ ମନ୍ତ୍ରୀ ହୋଇଥିଲେ । ୩୩ ବର୍ଷରେ ସେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ବସିଥିଲେ ।[୫]

  1. ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ
  2. ଜାନୁଆରୀ ୧୯୯୭: ଧୋଡିପାଣୀ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ
  3. ଚନ୍ଦାହାଣ୍ଡି ପଞ୍ଚାୟତର ଚେୟାରମ୍ୟାନ ହୋଇଥିଲେ
  4. ବିଜେଡିର ରାଜ୍ୟ ଏକଜେକ୍ୟୁଟିଭ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ
  5. ଫେବୃଆରୀ ୨୦୦୨: ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦାହାଣ୍ଡି

ବିଧାନ ସଭା ଏବଂ ସଂସଦ ସଦସ୍ୟତା ସମ୍ପାଦନା

ବିଜୁ ଜନତା ଦଳ ପକ୍ଷରୁ ୧୩ଶ ଏବଂ ୧୪ଶ ବିଧାନ ସଭାର ସଦସ୍ୟ ଯଥାକ୍ରମେ ଡାବୁଗାଁ ଏବଂ ଝରିଗ୍ରାମରୁ ହୋଇଥିଲେ ।[୬] ନବରଙ୍ଗପୁରରୁ ୨୦୧୯ ମସିହାରେ ସଂସଦର ତଳ ସଦନର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧]

ସମାଜସେବା ସମ୍ପାଦନା

ସେ ପ୍ରତି ପଞ୍ଚାୟତରେ ଯୁବକ ସଂଘ ଗଠନ କରିବାରେ ସାହାଯ୍ୟ କରିଥିଲେ ।ଏହି ସଙ୍ଘ ଗ୍ରାମୀଣ ଜୀବନର ଉନ୍ନତି, ପରିବେଶ ପରିସ୍ଥିତି ଅନୁଧ୍ୟାନ, ସ୍ୱାସ୍ଥ୍ୟ ଶିବିର, କ୍ରୀଡ଼ାରେ ଉନ୍ନତି ଇତ୍ୟାଦି କରିଥାଏ । ସେ ନବରଙ୍ଗପୁର ଗୋଣ୍ଡ ସାଂସ୍କୃତିକ ସମାଜର ମଧ୍ୟ ସଦସ୍ୟ ଅଟନ୍ତି । ଏହି ସମାଜ ଅରଣ୍ୟ ଭୂମି ସଂରକ୍ଷଣ, ଏବଂ ଦିବ୍ୟାଙ୍ଗ ପିଲାମାନଙ୍କର ଦୁଇଟି ବିଦ୍ୟାଳୟ ଚଳାଉଛି ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ "General Election 2019 - Election Commission of India". results.eci.gov.in. Retrieved 2019-05-29.
  2. http://odishaassembly.nic.in/memberprofile.aspx?img=1245
  3. "Archived copy". Archived from the original on 2009-06-19. Retrieved 2012-12-22.{{cite web}}: CS1 maint: archived copy as title (link)
  4. "RCM Exam". The Hindu. Chennai, India. 14 March 2011. Archived from the original on 18 March 2011. Retrieved 28 May 2019.
  5. "RCM career". The Hindu. Chennai, India. 14 March 2011. Archived from the original on 18 March 2011. Retrieved 28 May 2019.
  6. "Archived copy". Archived from the original on 2012-04-13. Retrieved 2011-04-30.{{cite web}}: CS1 maint: archived copy as title (link)
  7. https://upclosed.com/people/ramesh-chandra-majhi/