ସୁରେଶ ପୂଜାରୀ
ଓଡ଼ିଆ ରାଜନୀତିଜ୍ଞ
ସୁରେଶ ପୂଜାରୀ ଜଣେ ଭାରତୀୟ ରାଜନେତା, ଓକିଲ ଏବଂ ଲୋକ ସଭା ସଦସ୍ୟ । ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ, ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । [୨]
ସୁରେଶ ପୂଜାରୀ | |
---|---|
ବିଧାୟକ: ୧୮ଶ ଓଡ଼ିଶା ବିଧାନସଭା ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡ଼ିଶା ସରକାର | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପର ଅଧିକାରୀ | ପ୍ରଦୀପ ପୁରୋହିତ |
ନିର୍ବାଚନ ମଣ୍ଡଳୀ | ବ୍ରଜରାଜନଗର ବିଧାନ ସଭା ଆସନ |
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ପ୍ରଭାସ କୁମାର ସିଂହ[୧] |
ପର ଅଧିକାରୀ | ପ୍ରଦୀପ ପୁରୋହିତ |
ନିର୍ବାଚନ ମଣ୍ଡଳୀ | ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୬୧ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ଭୀମସେନ ପୂଜାରୀ (ବାପା) |
ବୃତ୍ତି | ରାଜନେତା ଏବଂ ଆଇନଜୀବୀ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାତାଙ୍କର ପତ୍ନୀ ଅତିରିକ୍ତ ପଞ୍ଚାୟତ ଶିକ୍ଷା କର୍ମଚାରୀ ଅଟନ୍ତି । ସମ୍ବଲପୁରରୁ ସେ ଭୋଟ ଦେଇଥାନ୍ତି । ସମ୍ବଲପୁର ଜିଲ୍ଲାର ସାକ୍ଷୀପଡ଼ାଠାରେ ସେ ରହନ୍ତି । ସେ ଜଣେ ଆଇନଜୀବୀ ଅଟନ୍ତି ।
ଶିକ୍ଷା
ସମ୍ପାଦନା୧୯୭୯ ମସିହାରେ ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଅର୍ଜନ କରିଥିଲେ । ୧୯୮୧ ମସିହାରେ ସ୍ନାତକତ୍ତୋର ଏବଂ ୧୯୮୪ ମସିହାରେ ଏଲଏଲବି ପାସ କରିଥିଲେ ।
କାର୍ଯ୍ୟ ଜୀବନ
ସମ୍ପାଦନା୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳର ନଗେନ୍ଦ୍ର କୁମାର ପ୍ରଧାନଙ୍କଠୁ ସେ ପରାସ୍ତ ହୋଇଥିଲେ ।[୩]
ଆଧାର
ସମ୍ପାଦନା- ↑ "General Election 2019 - Election Commission of India". results.eci.gov.in. Retrieved 2019-05-25.
- ↑ "Bargarh Election Results 2019". News 18. 23 May 2019. Retrieved 24 May 2019.
- ↑ "SURESH PUJARI - Sambalpur - Lok Sabha Election Results 2014". www.electiontak.in. Retrieved 2019-05-24.