ମହେଶ ସାହୁ
ମହେଶ ସାହୁ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରୁଦ୍ର ନାରାୟଣ ପାଣିଙ୍କୁ ୩୫,୪୧୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ସେ ଏହା ପୂର୍ବରୁ ୧୧ଶ, ୧୨ଶ, ୧୩ଶ ଏବଂ ୧୫ଶ ବିଧାନ ସଭାର ସଭ୍ୟ ମଧ୍ୟ ଥିଲେ ।[୩]
ମହେଶ ସାହୁ | |
---|---|
ସାଂସଦ: ୧୭ଶ ଲୋକ ସଭା | |
Assumed office ୨୦୧୯ | |
ପୂର୍ବ ଅଧିକାରୀ | ତଥାଗତ ଶତପଥୀ, ବିଜେଡି |
ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ରବି ନାରାୟଣ ପାଣି, ବିଜେଡି |
ପର ଅଧିକାରୀ | ମୁକେଶ କୁମାର ପାଲ, ବିଜେଡି [୧] |
ନିର୍ବାଚନ ମଣ୍ଡଳୀ | ପାଳଲହଡ଼ା |
ବିଧାନ ସଭା ସଦସ୍ୟ | |
କାର୍ଯ୍ୟକାଳ ୧୯୯୫ – ୨୦୦୯ | |
ପର ଅଧିକାରୀ | ବ୍ରଜ କିଶୋର ପ୍ରଧାନ, ବିଜେଡି |
ନିର୍ବାଚନ ମଣ୍ଡଳୀ | ତାଳଚେର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅନୁଗୁଳ | ୧୦ ଫେବୃଆରୀ ୧୯୬୧
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜେପି |
ଜୀବନ ସାଥୀ | ନନ୍ଦିତା ବେହେରା |
ବାପା/ବୋଉ | ନବଘନ ସାହୁ (ବାପା) |
ଘର | ବ୍ରାହ୍ମଣ ଶାସନ, ତାଳଚେର ସହର, ଅନୁଗୁଳ |
ବୃତ୍ତି | ରାଜନୀତିଜ୍ଞ, ସମାଜସେବୀ |
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ମହେଶ ଭାରତୀୟ ଜନତା ପାର୍ଟି ତରଫରୁ ୧୯୯୫ରୁ ୨୦୦୪ ବିଧାନ ସଭା ନିର୍ବାଚନ ପର୍ଯ୍ୟନ୍ତ ତାଳଚେର ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇଆସିଥିଲେ । ସେ ୧୧ଶ, ୧୨ଶ ଏବଂ ୧୩ଶ ବିଧାନ ସଭାର ସଭ୍ୟ ହୋଇଥିଲେ । ୨୦୧୪ ମସିହା ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ପାଳଲହଡ଼ା ଆସନରୁ ୧୫ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ, ତଥାଗତ ଶତପଥୀ ସାମ୍ବାଦିକତାରେ କାମ କରିବାକୁ ମନୋନିବେଶ କରି ରାଜନୀତି ଜୀବନରୁ ସନ୍ନ୍ୟାସ ଗ୍ରହଣ କରିଥିଲେ ।[୪] ଏହି ଆସନରୁ ମହେଶଙ୍କୁ ଲୋକ ସଭା ପାଇଁ ବିଜେଡି ତରଫରୁ ଛିଡା କରାଯାଇଥିଲା ।[୫] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬]
ଆଧାରସମ୍ପାଦନ କରନ୍ତୁ
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-05-28.
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-28.
- ↑ ୩.୦ ୩.୧ https://odishaassembly.nic.in/memberprofile.aspx?img=122
- ↑ "BJD lawmaker to quit electoral politics, says 13-yr-old son convinced him". www.hindustantimes.com/ (in ଇଂରାଜୀ). 2019-03-05. Retrieved 2019-05-28.
- ↑ "BJD unveils names for 2 LS, 7 MLA seats". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2019-04-02. Retrieved 2019-05-28.
- ↑ "Dhenkanal Lok Sabha election results 2019 Odisha: BJD's Mahesh Sahoo wins". DNA India (in ଇଂରାଜୀ). 2019-05-24. Retrieved 2019-05-28.