ଚନ୍ଦ୍ରାଣି ମୁର୍ମୁ

ଓଡ଼ିଆ ରାଜନୀତିଜ୍ଞ

ଚନ୍ଦ୍ରାଣି ମୁର୍ମୁ (ଜନ୍ମ ୧୬ ଜୁନ, ୧୯୯୩)[୨] ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ସମାଜସେବୀ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝରରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଦୁଇ ଥର ସଂସଦର ସଦସ୍ୟ ଥିବା, ଅନନ୍ତ ନାୟକଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪] ଏହି ବିଜୟ ସହ ସେ ଲୋକ ସଭାର ସର୍ବକନିଷ୍ଠ ସଦସ୍ୟା ହୋଇଛନ୍ତି । ଜିତିବା ଅବସରରେ ତାଙ୍କୁ ୨୫ ବର୍ଷ ୧୧ ମାସ ଏବଂ ୯ ଦିନ ହୋଇଥିଲା ।[୫] ଏହା ପୂର୍ବରୁ ୧୬ଶ ଲୋକ ସଭାରେ ହରିୟାଣାହିସାର ଲୋକ ସଭା ଆସନରୁ ଜନନାୟକ ଜନତା ପାର୍ଟିର ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌଟାଲା ଏହି କୀର୍ତ୍ତିମାନରେ ଥିଲେ ।[୬]

ଚନ୍ଦ୍ରାଣି ମୁର୍ମୁ
ଲୋକ ସଭା ସଦସ୍ୟା
ନିର୍ବାଚନ ମଣ୍ଡଳୀକେନ୍ଦୁଝର
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଶକୁନ୍ତଳା ଲାଗୁରୀ, ବିଜେଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1993-06-16)ଜୁନ ୧୬, ୧୯୯୩
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀଅବିବାହିତା
ବାପା/ବୋଉସଞ୍ଜିବ ମୁର୍ମୁ (ବାପା)[୧]
ଉର୍ବଶୀ (ବୋଉ)
ବୃତ୍ତିରାଜନେତ୍ରୀ, ସମାଜସେବୀ

ଶିକ୍ଷା ଏବଂ ବ୍ୟକ୍ତିଗତ ଜୀବନ ସମ୍ପାଦନା

ଚନ୍ଦ୍ରାଣି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଆଇଟିଇଆର (ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ) ମହାବିଦ୍ୟାଳୟରୁ ବି.ଟେକ ମେକାନିକାଲ ଇଂଜିନିୟରିଂ ବିଭାଗରେ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୫] ଏହାପରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ସେ ପ୍ରସ୍ତୁତ ହେଉଥିଲେ ।[୬]

ରାଜନୈତିକ ଜୀବନ ସମ୍ପାଦନା

ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରୀ ଖୋଜୁଥିବା ଅବସରରେ ତାଙ୍କର ମାମୁଁ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସମାଜସେବୀ, ହରମୋହନ ସୋରେନ ତାଙ୍କୁ ବିଜେଡି ଟିକଟରୁ କେନ୍ଦୁଝରରୁ ଲଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଅପ୍ରେଲ ୨, ୨୦୧୯ରେ ସର୍ବସାଧାରଣରେ ତାଙ୍କୁ ବିଜେଡି ତରଫରୁ ଲୋକ ସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।[୭] ମଇ ୨୩ରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଅନନ୍ତ ନାୟକଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର ସମ୍ପାଦନା

  1. "Chandrani Murmu(BJD):Constituency- KEONJHAR(ODISHA) - Affidavit Information of Candidate:". myneta.info. Retrieved 2019-05-26.
  2. "Chandrani Murmu, BJD's 25-year-old candidate: 'No woman should be subjected to such humiliation'". The Indian Express (in Indian English). 2019-04-22. Retrieved 2019-05-26.
  3. ୩.୦ ୩.୧ "Keonjhar Lok Sabha Election Results 2019". The Indian Express. 24 May 2019. Retrieved 24 May 2019.
  4. "General Election 2019 - Election Commission of India". results.eci.gov.in. Retrieved 2019-05-26.
  5. ୫.୦ ୫.୧ "Election Results: At 25, BJD Lawmaker Is Youngest Member Of Parliament". NDTV.com (in ଇଂରାଜୀ). Retrieved 2019-05-26.
  6. ୬.୦ ୬.୧ "25-year-old Chandrani Murmu set to be youngest ever LS member". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2019-05-26. Retrieved 2019-05-26.
  7. "'Fairy Tale' for Chandu: At 25, Chandrani Murmu Becomes Youngest Female Lok Sabha MP From Odisha". News18. Retrieved 2019-05-26.