ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀ (ଜନ୍ମ ୮ ଅକ୍ଟୋବର, ୧୯୬୯) ଜଣେ ଭାରତୀୟ ରାଜନେତ୍ରୀ ଅଟନ୍ତି । ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।[][] ୧୯୯୪ ମସିହା ଆଇଏଏସ ବା ସର୍ବଭାରତୀୟ ପ୍ରଶାସନିକ ସେବା ବ୍ୟାଚର ସେ ସଦସ୍ୟା ଥିଲେ । ସେ ନିଜର ପ୍ରଶାସନିକ ସେବାରୁ ଅବସର ନେଇ ୨୦୧୮ ମସିହା ନଭେମ୍ବର ମାସ ୨୭ ତାରିଖରେ ବିଜେପିରେ ଯୋଗଦାନ କରିଥିଲେ ।[][] ନିର୍ବାଚନରେ ବିଜୁ ଜନତା ଦଳର ଅରୂପ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ।[]

ଅପରାଜିତା ଷଡ଼ଙ୍ଗୀ
ଲୋକ ସଭା ସଦସ୍ୟ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ
Assumed office
୨୦୧୯
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଟ୍ଟଶାଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1969-10-08)ଅକ୍ଟୋବର ୮, ୧୯୬୯
ମୁଜାଫରପୁର, ବିହାର, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳBharatiya Janata Party
ଜୀବନ ସାଥୀସନ୍ତୋଷ କୁମାର ଷଡ଼ଙ୍ଗୀ[]
ସନ୍ତାନ
ବୃତ୍ତିରାଜନେତ୍ରୀ, ପୂର୍ବ ପ୍ରଶାସନ କର୍ମଚାରୀ

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ବିହାର ରାଜ୍ୟର ଭାଗଲପୁର ଜିଲ୍ଲାରେ ଅପରାଜିତାଙ୍କ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଉଭୟ ମାତାପିତା ଶିକ୍ଷକ ଥିଲେ । ଅପରାଜିତା ନିଜ ପୁରା ଛାତ୍ରୀ ଜୀବନରେ ବହୁମୁଖୀ ପ୍ରତିଭାର ଅଧିକାରୀଣି ଥିଲେ, ସ୍କୁଲ, କଲେଜରେ ଟପର୍ ମଧ୍ୟ ଥିଲେ । ନିଜ ମହାବିଦ୍ୟାଳୟରେ ଲାଗାତାର ତିନି ବର୍ଷ ଶ୍ରେଷ୍ଠ ନଟ୍ୟକାର ପୁରସ୍କାର ବିଜେତା, ସେହିପରି ନୂଆଦିଲ୍ଲୀରେ ଇଣ୍ଡିଆନ୍ କାଉନସିଲ ଅଫ ୱାର୍ଲଡ ଆଫାୟାର୍ସଦ୍ୱାରା ଆୟୋଜିତ ସର୍ବଭାରତୀୟ ବତ୍କୃତା ପ୍ରତିଯ଼ୋଗିତାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହୋଇଥିଲେ ।[]

ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୧୯୯୪ ମସିହାରେ କୃତକାର୍ଯ୍ୟ ହୋଇଥିଲେ । ଉତ୍ତରାଖଣ୍ଡର ମସୁରିଠାରେ ତାଲିମ ନେବା ସମୟରେ ସେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଭେଟିଥିଲେ ଏବଂ ପରେ ବିବାହ କରିଥିଲେ ।[] ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଭୁବନେଶ୍ୱରର ଆଇଆରସି ଭିଲେଜରେ ବାସ କରନ୍ତି ।[]

କାର୍ଯ୍ୟ ଜୀବନ

ସମ୍ପାଦନା

୧୯୯୪ ମସିହାରେ ସେ ଢେଙ୍କାନାଳ ଜିଲ୍ଲାହିନ୍ଦୋଳରେ ଉପ-ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଥିଲେ । ସେ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଏବଂ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ରୂପେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।[]

୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ୱର ମ୍ୟୁନସିପାଲ କମିଶନର ଭାବରେ ମଧ୍ୟ କାମ କରିଥିଲେ । ଏହି ଅବଧିରେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ଉଠାଦୋକାନୀମାନଙ୍କ ପାଇଁ ଭେଣ୍ଡିଂଜୋନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ।

୨୦୧୦ ମସିହାରେ ଗଣଶିକ୍ଷା ବିଭାଗରେ ସେ ରାଜ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଗଣବେଶ ଲାଗୁ, ସମୟାନୁବର୍ତ୍ତିତାକୁ କଡ଼ାକଡ଼ି କରିବା ସହିତ ଅଚାନକ କୌଣସି ବିଦ୍ୟାଳୟ ପରିଦର୍ଶନରେ ଯାଇ ଯାଞ୍ଚପରଖ କରୁଥିଲେ ।

୨୦୧୪ ମସିହାରୁ ୨୦୧୮ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସେ ଯୁକ୍ତ ସଚିବ ଭାବରେ ପାଞ୍ଚ ବର୍ଷ ଧରି କାମ କରିଥିଲେ ।[୧୦][][୧୧]

ରାଜନୈତିକ ଜୀବନ

ସମ୍ପାଦନା

ସେ ନିଜର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ୨୭ ନଭେମ୍ବର ୨୦୧୮ରେ ବିଜେପିରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ ।[] ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।[][] ପରେ ତାଙ୍କୁ ସଂସଦୀୟ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।[୧୨] ତାଙ୍କୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା।[୧୩]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ପୁଣିଥରେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧୪] ଏହି ନିର୍ବାଚନରେ, ସେ ସମୁଦାୟ ୫,୧୨,୧୫୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ ୩୫,୧୫୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୫]

ପୁରସ୍କାର ଏବଂ ସମ୍ମାନ

ସମ୍ପାଦନା
  • ଅପରାଜିତାଙ୍କୁ ୨୦୧୨ ମସିହାରେ ଶକ୍ତି ସମ୍ମାନରେ ଆଭୂଷିତ କରାଯାଇଥିଲା ।
  • ଏସିଆ ପୋଷ୍ଟ ଏବଂ ଫେମ ଇଣ୍ଡିଆ ତରଫରୁ ୨୦୨୦ରେ ଶ୍ରେଷ୍ଠ ସାଂସଦ |

ବାହାର ଆଧାର

ସମ୍ପାଦନା
  1. "Aparajita Sarangi(Bharatiya Janata Party(BJP)):Constituency- BHUBANESWAR(ODISHA) - Affidavit Information of Candidate:". myneta.info. Retrieved 2019-05-24.
  2. Sarangi, Aparajita (2019-08-25). "aparajitasarangi@gmail.comhttps://twitter.com/sujatpat/status/1165530190010650624 …". @AprajitaSarangi (in in). Retrieved 2019-08-25. {{cite web}}: no-break space character in |title= at position 82 (help)CS1 maint: unrecognized language (link)
  3. ୩.୦ ୩.୧ ୩.୨ ୩.୩ Mohanty, Meera (23 March 2019). "Former IAS officer Aparajita Sarangi puts in long hours as politician too". The Economic Times. Retrieved 23 May 2019.
  4. ୪.୦ ୪.୧ "Bhubaneswar Election Results 2019 Live Updates: Counting of Votes On". 23 May 2019. Retrieved 23 May 2019.
  5. ୫.୦ ୫.୧ "ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ". OTV Khabar (in ଆମେରିକୀୟ ଇଂରାଜୀ). 2018-11-27. Archived from the original on 2019-05-24. Retrieved 2019-05-24.
  6. Chaki, Bijay (22 April 2019). "Arup Patnaik vs Aparajita Sarangi battle to go down to wire". The New India Express. Retrieved 23 May 2019.
  7. Nanda, Prashant (28 March 2019). "Odisha polls: It's IAS vs IPS in Bhubaneswar Lok Sabha seat". Mint. Retrieved 23 May 2019.
  8. ୮.୦ ୮.୧ localwire.me https://localwire.me/%E0%AC%85%E0%AC%AC%E0%AC%B8%E0%AC%B0-%E0%AC%A8%E0%AD%87%E0%AC%89%E0%AC%A5%E0%AC%BF%E0%AC%AC%E0%AC%BE-%E0%AC%86%E0%AC%87%E0%AC%8F%E0%AC%8F%E0%AC%B8%E0%AD%8D-%E0%AC%85%E0%AC%AB%E0%AC%BF%E0%AC%B8/. Retrieved 2019-05-24. {{cite web}}: Missing or empty |title= (help)
  9. Das, Prafulla (20 April 2019). "Fierce contest among 2 political novices, 1 seasoned leader". The Hindu. Retrieved 23 May 2019.
  10. Sen, Amiti (16 April 2019). "The development-oriented focus of the BJP inspired me: Aparajita Sarangi". The Hindu Business Line. Retrieved 23 May 2019.
  11. "Must Read More Read". indianmandarins.com. Retrieved 2019-05-24.
  12. "Two Odisha MPs to head Parliamentary Standing Committees". The New Indian Express. Retrieved 2022-10-18.
  13. PTI. "BJP's New List Of National Office-Bearers". BQ Prime (in ଇଂରାଜୀ). Retrieved 2022-10-18.
  14. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  15. "2024 Indian General Election Results: Bhubaneswar (Odisha)". Election Commission of India. Retrieved 6 June 2024.