ଅଭିମନ୍ୟୁ ସେଠୀ

ଓଡ଼ିଆ ରାଜନୀତିଜ୍ଞ

ଅଭିମନ୍ୟୁ ସେଠୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।[୧][୨][୩]

ଅଭିମନ୍ୟୁ ସେଠୀ
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀମଞ୍ଜୁଲତା ମଣ୍ଡଳ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଅର୍ଜୁନ ଚରଣ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଅଭିମନ୍ୟୁ ସେଠୀ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅର୍ଜୁନ ଚରଣ ସେଠୀ ଜଣେ ରାଜନେତା ଥିଲେ, ଯିଏକି ବିଧାୟକ, ସାଂସଦ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ମାଆଙ୍କ ନାମ ସୁଭଦ୍ରା ସେଠୀ ।

ରାଜନୈତିକ ଜୀବନ

ସମ୍ପାଦନା

ଅଭିମନ୍ୟୁ ସେଠୀ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ପୁଣିଥରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୫,୭୩,୩୧୯ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ୯୧,୫୪୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

  1. "Bhadrak, Odisha Lok Sabha Election Results 2024 Highlights: Avimanyu Sethi Emerges Victorious". India Today (in ଇଂରାଜୀ). 2024-06-04. Retrieved 2024-06-05.
  2. "Odisha Lok Sabha Election Result 2024: BJP Won on 20 Seats of Odisha Chunav. Check Stats at results.eci.gov.in". Jagranjosh.com (in ଇଂରାଜୀ). 2024-06-05. Retrieved 2024-06-05.
  3. "Bhadrak election results 2024 : BJP's Avimanyu Sethi triumphs in Bhadrak Election, Defeats BJD's Manjulata Mandal by 91,544 Votes". The Times of India. 2024-06-05. ISSN 0971-8257. Retrieved 2024-06-05.
  4. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  5. "2024 Indian General Election Results: Bhadrak (Odisha)". Election Commission of India. Retrieved 6 June 2024.