ଅନୁଭବ ମହାନ୍ତି
ଅନୁଭବ ମହାନ୍ତି (ଜନ୍ମ: 20 January 1977) ଓଡ଼ିଶାରେ ରହୁଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ଲୋକ ସଭା ସଭ୍ୟ ତଥା ପୁର୍ବତନ ରାଜ୍ୟ ସଭା ସଭ୍ୟ । ସେ ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଅରମ୍ଭ କରିଥିଲେ । ସେ ସାଥି ଅମର୍ କଥାଚିତ୍ର ମଧ୍ୟମରେ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନେତା ଜୀବନ ଆରମ୍ଭ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।[୨]
ଅନୁଭବ ମହାନ୍ତି | |
---|---|
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି | |
ଜନ୍ମ | ଅନୁଭବ ମହାନ୍ତି ୨୦ ଜାନୁଆରୀ ୧୯୮୧ |
ଅନ୍ୟ ନାମ | ଫାପୁନ୍ |
ଶିକ୍ଷା | ସ୍ନାତକ |
ପୁରାତନ ଛାତ୍ର | ଖ୍ରୀଷ୍ଟ ମହାବିଦ୍ୟାଳୟ, ଡିଏଭି ସ୍କୁଲ କଟକ, ମଡର୍ଣ୍ଣ୍ ପବ୍ଳିକ ସ୍କୁଲ କଟକ[୧] |
ଜଣାଶୁଣା | ଓଡ଼ିଆ ଅଭିନେତା, ପ୍ରଯୋଜକ ଓ କାହାଣୀକାର |
ଜୀବନସାଥୀ | ବର୍ଷା ପ୍ରିୟଦର୍ଶିନୀ |
ପିତାମାତା(s) | ଅଭୟ କୁମାର ମହାନ୍ତି ମଧୁସ୍ମିତା ମହାନ୍ତି |
ୱେବସାଇଟ | ଦି ଅନୁଭବ ଡଟ ଇନ |
ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ
ସେ ଓଡ଼ିଶାର କଟକସ୍ଥିତ ନନ୍ଦୀ ସାହି ରେ,ଠାରେ ଜନ୍ମ ନେଇଥିଲେ । ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଓ ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ । ସେ ବିଦ୍ୟାଳୟ ଶିକ୍ଷା ଡିଏଭି ପବ୍ଲିକ୍ ସ୍କୁଲ, କଟକରେ ସମ୍ପୁର୍ଣ୍ଣ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟ,କଟକଠାରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ, ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ ।
ଚଳଚ୍ଚିତ୍ର ଜୀବନ ସମ୍ପାଦନ କରନ୍ତୁ
୨୦୦୪ ମସିହାରେ ଆଇ ଲଭ ୟୁ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଅନୁଭବ[୩], ବର୍ତ୍ତମାନ ସୁଦ୍ଧା ୩୩ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ
ଅଭିନୀତ ବଙ୍ଗଳା କଥାଚିତ୍ର ସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ସାଥୀ ଆମାର | ||
ଖଳ ନାୟକ | ||
ସ୍ୱାର୍ଥପର | ||
ଏରି ନାମ୍ ପ୍ରେମ | ||
ଜୀବନସାଥୀ |
ମାନ ସମ୍ମାନ ସମ୍ପାଦନ କରନ୍ତୁ
- ଶ୍ରେଷ୍ଠ ଅଭିନେତା, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୯
ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
୨୭ ଅପ୍ରେଲ ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୯] ଜୁନ ମାସ ୨୦୧୪ରେ ରାଜ୍ୟସଭା ସାଂସଦରୂପେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ ।[୧୦]
୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୧]
ଆଧାର ସମ୍ପାଦନ କରନ୍ତୁ
- ↑ କାଦମ୍ବିନୀ ଓଡ଼ିଆ ପତ୍ରିକାରେ ଅକ୍ଟୋବର ୨୦୧୨ରେ ପ୍ରକାଶିତ ଇତି ସାମନ୍ତଙ୍କ ସହିତ ଅନୁଭବଙ୍କର ସାକ୍ଷାତକାର
- ↑ "ବୈଜୟନ୍ତଙ୍କୁ ହରାଇଲେ ଅନୁଭବ". Sambad (in ଆମେରିକୀୟ ଇଂରାଜୀ). 2019-05-24. Retrieved 2019-05-24.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "ଅନୁଭବଙ୍କ ଅନୁଭୂତି". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
- ↑ https://www.fullodisha.com/bakshi-jagabandhu-anubhav-mohantys-new-odia-film/
- ↑ http://www.odia99.com/2018/03/prem-kumar-odia-movie-hd-video-song-anubhav.html
- ↑ "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013.
Release Date – 11th January 2013
- ↑ http://articles.timesofindia.indiatimes.com/2012-10-19/bhubaneswar/34582975_1_odia-films-multiplexes-acp-ranveer
- ↑ "Reel hero courts BJD - Chief minister inducts Anubhav Mohanty into party". www.telegraphindia.com (in ଇଂରାଜୀ). Retrieved 2019-03-27.
- ↑ "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary (in ଆମେରିକୀୟ ଇଂରାଜୀ). Retrieved 2019-03-27.
- ↑ Dharitri. "ଲୋକ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ଲଢିବେ ଅନୁଭବ". Dharitri.com (in ଇଂରାଜୀ). Retrieved 2019-03-27.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁଭବ ମହାନ୍ତି
- ଅନୁଭବଙ୍କ ନିଜସ୍ୱ ପୃଷ୍ଠା