ରୁଦ୍ର ନାରାୟଣ ପାଣି

ଭାରତୀୟ ରାଜନୀତିଜ୍ଞ

ରୁଦ୍ର ନାରାୟଣ ପାଣି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ରାଜ୍ୟ ସଭାର ଜଣେ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।

ରୁଦ୍ର ନାରାୟଣ ପାଣି
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀମହେଶ ସାହୁ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ସାଂସଦ: ରାଜ୍ୟ ସଭା
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-04-22) ୨୨ ଅପ୍ରେଲ ୧୯୫୯ (ବୟସ ୬୫)
ବଲାଙ୍ଗୀର, ଓଡ଼ିଶା
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଘରଢେଙ୍କାନାଳ, ଓଡ଼ିଶା
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ

ସମ୍ପାଦନା

ରୁଦ୍ର ନାରାୟଣ ପାଣି ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧] ଏହି ନିର୍ବାଚନରେ, ସେ ସମୁଦାୟ ୫,୯୮,୭୨୧ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କୁ ୭୬,୫୬୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]

  1. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  2. "2024 Indian General Election Results: Dhenkanal (Odisha)". Election Commission of India. Retrieved 6 June 2024.