ପ୍ରମିଳା ବିଶୋଇ

ଓଡ଼ିଶାର ଲୋକସଭା ସାଂସଦ

ପ୍ରମିଳା ବିଶୋଇ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ, ସମାଜସେବୀ ଏବଂ କବି । ସେ ଭାରତର ୧୭ତମ ଲୋକ ସଭାକୁ ଆସ୍କାରୁ ନିର୍ବାଚିତ ହୋଇଥିଲେ । ସେ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ପ୍ରତିନିଧିତ୍ବ କରିଥିଲେ ।[୧] ଏଥିରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଅନିତା ଶୁଭଦର୍ଶିନୀଙ୍କୁ ୨,୦୪,୭୦୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]

ପ୍ରମିଳା ବିଶୋଇ
ସାଂସଦ: ୧୭ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଲଡୁ କିଶୋର ସ୍ୱାଇଁ, ବିଜେଡି
ନିର୍ବାଚନ ମଣ୍ଡଳୀଆସ୍କା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୪୯ ମସିହା, ୭୦ ବର୍ଷ
ଚେରମାରିଆ, ନଳବଣ୍ଟା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବାଞ୍ଛାନିଧି ବିଶୋଇ
ସନ୍ତାନ
ଘରଚେରମାରିଆ, ନଳବଣ୍ଟା, ଆସ୍କା, ଗଞ୍ଜାମ, ଓଡ଼ିଶା
ବୃତ୍ତିକୃଷକ ଏବଂ ସମାଜସେବୀ


ଶିକ୍ଷା ଏବଂ ବ୍ୟକ୍ତିଗତ ଜୀବନ ସମ୍ପାଦନା

ପ୍ରମିଳା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।[୩] ସେ କେବଳ ଓଡ଼ିଆ ଭାଷା ଶିଖିଛନ୍ତି । ତାଙ୍କର ଦୁଇଟି ପୁତ୍ର ଏବଂ ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ସେ ମାତ୍ର ପାଞ୍ଚ ବର୍ଷ ବୟସରେ ବାଞ୍ଛାନିଧି ବିଶୋଇଙ୍କୁ ବିବାହ କରିଥିଲେ । ବାଞ୍ଛାନିଧି ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ ଏବଂ କୃଷକ ଅଟନ୍ତି ।[୩] ତାଙ୍କର ବଡ଼ ପୁଅ, ଦିଲୀପ ଏକ ଚା' ଦୋକାନ ଖୋଲିଥିଲା ବେଳେ, ସାନ ପୁଅ, ରଞ୍ଜନ ଏକ ଗାଡ଼ି ଗ୍ୟାରେଜରେ କାମ କରନ୍ତି । ଦୁଇ ଝିଅ ରୁନୁ ଏବଂ ସୁଲତା ବିବାହ କରି ଶାଶୁଘରେ ରହୁଛନ୍ତି ।[୪] ତାଙ୍କର କୌଣସି ନିରବଛିନ୍ନ ଆୟ ନାହିଁ, ଜମିରେ ଗହମ ଏବଂ ମାଣ୍ଡିଆ ଚାଷ କରି ପାଖାପାଖି ବର୍ଷକୁ ୧୦,୦୦୦ରୁ ୧୨,୦୦୦ ଆୟ କରନ୍ତି ।[୪]

ସମାଜ ସେବା ଏବଂ କାମ ସମ୍ପାଦନା

ସେ ପାଖାପାଖି ୧୯୯୯ ମସିହାରୁ ତାଙ୍କର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲାନଳବଣ୍ଟାରେ ଥିବା ସାତ ଶଙ୍ଖ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସେ ଜଡ଼ିତ । ଏହି ଗୋଷ୍ଠୀ ଜରିଆରେ ସେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଷଣ କରୁଥିଲେ । ପ୍ରମିଳା ତାଙ୍କ ଗ୍ରାମରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ରହି ନିଜ ଉଦ୍ୟମରେ ନିଜ ଗ୍ରାମକୁ ଖୋଲା ଶୌଚମୁକ୍ତ ଗ୍ରାମ କରିପାରିଥିଲେ । ଏହାଛଡ଼ା ସେ ତାଙ୍କ ଗାଁ ନିକଟସ୍ଥ ପାକିଡି ପାହାଡ଼ରେ ଥିବା ପିକକ ପ୍ରୋଟେକ୍ସନ ସମିତି ବା ମୟୁର ସୁରକ୍ଷା ସମିତିର ଜଣେ ସକ୍ରିୟ ସଦସ୍ୟା ଅଟନ୍ତି ।[୫]

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

  • ପ୍ରକୃତି ମିତ୍ର
  • ପ୍ରକୃତି ବନ୍ଧୁ [୫]

ଆଧାର ସମ୍ପାଦନା

  1. "Aska Election Result 2019". Times Now. 23 May 2019. Retrieved 24 May 2019.
  2. "General Election 2019 - Election Commission of India". results.eci.gov.in. Retrieved 2019-05-25.
  3. ୩.୦ ୩.୧ "Pramila Bisoyi(BJD):Constituency- ASKA(ODISHA) - Affidavit Information of Candidate:". myneta.info. Retrieved 2019-05-25.
  4. ୪.୦ ୪.୧ "From Leading a Women's Movement to Electoral Politics, the Journey of Pramila Bisoi". The Wire. Retrieved 2019-05-25.
  5. ୫.୦ ୫.୧ "Grass root level worker Pramila Bisoi is BJD's candidate for Aska Lok Sabha constituency". www.aninews.in (in ଇଂରାଜୀ). Retrieved 2019-05-25.