ସପ୍ତଗିରି ଶଙ୍କର ଉଲ୍ଲାକା

ଓଡ଼ିଆ ରାଜନୀତିଜ୍ଞ

ସପ୍ତଗିରି ଶଙ୍କର ଉଲ୍ଲାକା (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦକୁ ପ୍ରଥମ ଥର ପାଇଁ ୧୭ଶ ଲୋକ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ।[][] ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଜଣେ ସଭ୍ୟ ।

ସପ୍ତଗିରି ଶଙ୍କର ଉଲ୍ଲାକା
ସଦସ୍ୟ: ୧୭ଶ, ୧୮ଶ ଲୋକ ସଭା
ପୂର୍ବ ଅଧିକାରୀଝିନ୍ନ ହିକ୍‌କା
ନିର୍ବାଚନ ମଣ୍ଡଳୀକୋରାପୁଟ
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1979-01-01) ୧ ଜାନୁଆରୀ ୧୯୭୯ (ବୟସ ୪୫)
ରାୟଗଡ଼ା, ଓଡ଼ିଶା
ରାଜନୀତିକ ଦଳକଂଗ୍ରେସ
ବାପା/ବୋଉରାମଚନ୍ଦ୍ର ଉଲାକା (ବାପା)
ଶ୍ରୀମତି ରତ୍ନମଣି ଇଲାକା(ମାଆ)
ଘରରାୟଗଡ଼ା
ବୃତ୍ତିରାଜନୀତିଜ୍ଞ
୧୩ ମଇ, ୨୦୧୯ ସୁଦ୍ଧା
ଆଧାର: [୧]

ପରିବାର ଓ ଶିକ୍ଷା

ସମ୍ପାଦନା

ତାଙ୍କ ପିତା ରାମଚନ୍ଦ୍ର ଉଲାକା ମଧ୍ୟ କୋରାପୁଟରୁ ଦୁଇଥର ସାଂସଦ ଓ ରାୟଗଡ଼ାରୁ ସାତ ଥର ବିଧାୟକ[] ରହିଛନ୍ତି ।[] ସପ୍ତଗିରି ଜଣେ ସଫୱେୟାର ଇଞ୍ଜିନିୟର[] ଭାବରେ ଇନ୍ଫୋସିସ ଓ ଏଚସିଏଲ ଭଳି କମ୍ପାନୀରେ କାମ କରିଛନ୍ତି ।[]

ରାଜନୈତିକ ଜୀବନ

ସମ୍ପାଦନା

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର କୌଶଲ୍ୟା ହିକ୍କାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୭୧,୩୯୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍କାଙ୍କୁ ୧,୪୭,୭୪୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[]

  1. Pioneer, The. "Koraput LS seat win saving grace for Cong". The Pioneer (in ଇଂରାଜୀ). Retrieved 29 May 2019.
  2. "Saptagiri surprises all to win Koraput". The New Indian Express. Retrieved 29 May 2019.
  3. "Koraput LS seat win saving grace for Cong". www.dailypioneer.com. Pioneer. Retrieved 31 May 2019.
  4. "Odisha polls: Rama Chandra Ulaka's sons to battle it out in father's name". The New Indian Express. Retrieved 29 May 2019.
  5. "Odisha man who walked 1,500 km to meet PM gets Cong ticket. He declines". www.hindustantimes.com. Hindustan Times. Retrieved 31 May 2019.
  6. "Saptagiri surprises all to win Koraput". www.newindianexpress.com. Indian Express. Retrieved 31 May 2019.
  7. "General Election 2019 - Election Commission of India". results.eci.gov.in. Retrieved 2019-05-29.
  8. "2024 Indian General Election Results: Koraput (Odisha)". Election Commission of India. Retrieved 6 June 2024.

ବାହାର ଆଧାର

ସମ୍ପାଦନା