ଭର୍ତ୍ତୃହରି ମହତାବ
ଭର୍ତ୍ତୃହରି ମହତାବ (ଜନ୍ମ: ୮ ସେପ୍ଟେମ୍ବର ୧୯୫୭) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳରେ ସକ୍ରିୟ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାର ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେହି କଟକରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଏବଂ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ୨୦୧୭ ମସିହାରେ ତାଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]
ଭର୍ତ୍ତୃହରି ମହତାବ | |
---|---|
ଭର୍ତ୍ତୃହରି ମହତାବ | |
ସାଂସଦ: ଲୋକ ସଭା | |
Assumed office ୧୯୯୮ | |
ପୂର୍ବ ଅଧିକାରୀ | ବିଜୁ ପଟ୍ଟନାୟକ |
ପର ଅଧିକାରୀ | ଏବେଯାଏଁ |
ନିର୍ବାଚନ ମଣ୍ଡଳୀ | କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଗରପଡ଼ା, ଓଡ଼ିଶା, ଭାରତ | ୮ ସେପ୍ଟେମ୍ବର ୧୯୫୭
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ମହାଶ୍ୱେତା ମହତାବ |
ସନ୍ତାନ | ୧ ପୁଅ, ୧ ଝିଅ |
ବାପା/ବୋଉ | ହରେକୃଷ୍ଣ ମହତାବ (ବାପା) ସୁଭଦ୍ରା ମହତାବ(ବୋଉ) |
ଘର | କଟକ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପେଷା | ପତ୍ରକାର, ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଭର୍ତ୍ତୃହରି ମହାତାବ ୧୯୫୭ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହରେକୃଷ୍ଣ ମହତାବ ହେଉଛନ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ଜଣେ ସଂଗ୍ରାମୀ ତଥା ସ୍ୱାଧୀନତା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ଭର୍ତ୍ତୃହରି ମହାଶ୍ୱେତା ମହତାବଙ୍କୁ ବିବାହ କରିଥିଲେ । ସେ ପେଶାରେ ଜଣେ ପତ୍ରକାର ।
ରାଜନୈତିକ ଜୀବନ
ସମ୍ପାଦନାଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୫,୩୧,୬୦୧ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ୫୭,୦୭୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]
ଆଧାର
ସମ୍ପାଦନା- ↑ "Lok Sabha". 164.100.47.132. 2012. Retrieved 27 March 2012.
Fifteenth Lok Sabha Members Bioprofile
- ↑ Bureau, Samajalive (2019-05-24). "ଓଡ଼ିଶା ଲୋକ ସଭା ପ୍ରାର୍ଥୀଙ୍କ ବିଜୟ ତାଲିକା". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-05-25.
- ↑ Media report
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Cuttack (Odisha)". Election Commission of India. Retrieved 6 June 2024.