ବୈଜୟନ୍ତ ପଣ୍ଡା

ଓଡ଼ିଆ ରାଜନୀତିଜ୍ଞ, ଶିଳ୍ପପତି

ବୈଜୟନ୍ତ ପଣ୍ଡା (ଜନ୍ମ: ୧୨ ଜାନୁଆରୀ ୧୯୬୪) ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ରାଜନୀତିଜ୍ଞ ଓ ଶିଳ୍ପପତି । ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ ।

ବୈଜୟନ୍ତ ପଣ୍ଡା
Shri Baijayant Panda.jpg
କାର୍ଯ୍ୟକାଳ
୨୦୦୯ – ୧୯ ଜୁଲାଇ ୨୦୧୮
ପୂର୍ବ ଅଧିକାରୀଅର୍ଚ୍ଚନା ନାୟକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
କାର୍ଯ୍ୟକାଳ
୪ ଅପ୍ରେଲ ୨୦୦୦ – ୨୦୦୯
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବୈଜୟନ୍ତ ପଣ୍ଡା

(1964-01-12) ୧୨ ଜାନୁଆରୀ ୧୯୬୪ (ବୟସ ୫୯)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (ପୂର୍ବରୁ ବିଜୁ ଜନତା ଦଳ)
ଜୀବନ ସାଥୀଜାଗି ମଙ୍ଗତ ପଣ୍ଡା (ବିବାହ 1994–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: ଜାଗି ମଙ୍ଗତ ପଣ୍ଡା to ବୈଜୟନ୍ତ ପଣ୍ଡା" Location: (linkback://or.wikipedia.org/wiki/%E0%AC%AC%E0%AD%88%E0%AC%9C%E0%AD%9F%E0%AC%A8%E0%AD%8D%E0%AC%A4_%E0%AC%AA%E0%AC%A3%E0%AD%8D%E0%AC%A1%E0%AC%BE)
ବାପା/ବୋଉଇଲା ପଣ୍ଡା (ମାଆ)
ବଂଶୀଧର ପଣ୍ଡା (ବାପା)
ଘରଭୁବନେଶ୍ୱର, ଓଡ଼ିଶା (ସ୍ଥାୟୀ)
ନୂଆ ଦିଲ୍ଲୀ (ବର୍ତ୍ତମାନ)
ଶିକ୍ଷାନୁଷ୍ଠାନମିସିଗାନ ଟେକ୍ନୋଲୋଜିକାଲ ୟୁନିଭର୍ସିଟି
ପେଷାଶିଳ୍ପପତି, ରାଜନୀତିଜ୍ଞ
ସନ୍ତକ
ୱେବସାଇଟOfficial Website

ବିଜୁ ଜନତା ଦଳରୁ ସେ ନିର୍ଦଳୀୟ କାର୍ଯ୍ୟକ୍ରମ କରୁଥିବାର ତାଙ୍କ ଉପରେ ୨୪ ଜାନୁୟାରୀ ୨୦୧୮ ମସିହାରେ ଆରୋପ କରାଯାଇଥିଲା ଏବଂ ଦଳରୁ ବହିଷ୍କାର କରାଯାଇଥିଲା । ୨୮ ମଇ ୨୦୧୮ ମସିହାରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।[୧] ସେ ଏହି ଆରୋପକୁ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିବା କହିଥିଲେ ।[୨] ସନ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ସ୍ୱାଧୀନ ଭବେ ରାଜ୍ୟସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ମସିହା ମାର୍ଚ୍ଚ ମାସ ୪ ତାରିଖରେ ସେ ନୁଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । [୩] କେନ୍ଦ୍ରାପଡ଼ାରୁ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଲୋକ ସଭା ସଦସ୍ୟ ହେବାପାଇଁ ଛିଡ଼ା ହୋଇଥିଲେ, କିନ୍ତୁ ବିଜୁ ଜନତା ଦଳର ପ୍ରତିଦ୍ୱନ୍ଦୀ ଅନୁଭବ ମହାନ୍ତିଙ୍କଠାରୁ ହାରିଯାଇଥିଲେ ।[୪]


ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଶିଳ୍ପ ପତି ବଂଶୀଧର ପଣ୍ଡା ଏବଂ ଇଲା ପଣ୍ଡା ତାଙ୍କର ପିତା ଏବଂ ମାତା ଥିଲେ । ୧୨ ଜାନୁୟାରୀ ୧୯୬୪ ମସିହାରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ । ଯନ୍ତ୍ର ଶିକ୍ଷା ଏବଂ ପରିଚାଳନା (Engineering & Management) ବିଷୟରେ ସେ ମିସିଗାନ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରୁ ପଢ଼ିଥିଲେ । ସେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ତାଙ୍କର ପୁତ୍ର ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କୁ ରାଜନୈତିକ କ୍ଷେତ୍ରରେ ସହାୟତା କରିଥିଲେ ।

ଜାଗି ମଙ୍ଗତ ପଣ୍ଡାଙ୍କୁ ସେ ୧୩ ଅଗଷ୍ଟ ୧୯୯୪ ମସିହାରେ ବିବାହ କରିଥିଲେ । ତାଙ୍କର ପତ୍ନୀ ଏବେ ଅରଟେଲ କମ୍ୟୁନିକେସନ କମ୍ପାନୀର ମ୍ୟନେଜିଙ୍ଗ ଡାଇରେକ୍ଟର ଅଛନ୍ତି ।[୫][୬]

ଆଧାରସମ୍ପାଦନ କରନ୍ତୁ

  1. "Unwanted" Jay Panda Quits Naveen Patnaik's BJD Before 2019 Odisha Polls". NDTV.
  2. "BJD MP Baijayant Panda suspended for 'anti-party activities' - Times of India". The Times of India (in ଇଂରାଜୀ). Retrieved 2018-01-24.
  3. https://m.timesofindia.com/india/baijayant-panda-joins-bjp-blasts-bjd/amp_articleshow/68259112.cms
  4. "ବୈଜୟନ୍ତଙ୍କୁ ହରାଇଲେ ଅନୁଭବ". Sambad (in ଆମେରିକୀୟ ଇଂରାଜୀ). 2019-05-24. Retrieved 2019-05-24.
  5. http://investing.businessweek.com/research/stocks/private/person.asp?personId=2985709&privcapId=2945138
  6. "Jay & Jagi Panda". Atelier. Retrieved 30 August 2013.

ବାହାର ଆଧାରସମ୍ପାଦନ କରନ୍ତୁ