ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୬ଶ ଲୋକ ସଭାକୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭା ପାଇଁ ୭ ଅପ୍ରେଲ ୨୦୧୪ରୁ ୧୨ ମଇ ୨୦୧୪ ଯାଏଁ ନିର୍ବାଚନ କରାଯାଇଥିଲା, ଯାହାର ପରିଚାଳନା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ ।[୧] ୧୬ ମଇ ୨୦୧୪ରେ ଏହି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ଭାରତୀୟ ଜନତା ପାର୍ଟି ସର୍ବାଧିକ ୨୮୨ଟି ଆସନରେ ବିଜୟୀ ହୋଇଥିଲା, ଯାହାକି ଏକ ସଂଖ୍ୟା ଗରିଷ୍ଠତା ଥିଲା । ଏହି ନିର୍ବାଚନରେ ବିଜେପି ପୂର୍ବ ଲୋକ ସଭା ତଥା ୧୫ଶ ଲୋକ ସଭାଠାରୁ ୧୬୬ଟି ଅଧିକ ଆସନରେ ବିଜୟୀ ହୋଇଥିଲା । ବିଜେପିର ପ୍ରଧାନମନ୍ତ୍ରୀ ପାର୍ଥୀ ନରେନ୍ଦ୍ର ମୋଦି ଏହି ଲୋକ ସଭାର ନେତୃତ୍ୱ ନେବା ସହ ଭାରତ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ୨୬ ମଇ ୨୦୧୪ରେ ଶପଥ ପାଠ କରିଥିଲେ । ଏହି ଲୋକ ସଭାର ପ୍ରଥମ ଅଧିବେଶନ ୪ ଜୁନରୁ ୧୧ ଜୁନ ୨୦୧୪ ମଧ୍ୟରେ ବସିଥିଲା ।[୨]

ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ନଥିଲେ; କାରଣ ଭାରତୀୟ ସମ୍ବିଧାନର ନିୟମ ଅନୁସାରେ ବିରୋଧୀ ଦଳ ଭାବରେ ପରିଗଣିତ ହେବାପାଇଁ ଏକ ଦଳ ପାଖରେ ଅତିକମରେ ସମୁଦାୟ ଲୋକ ସଭା ଆସନ ୫୪୫ର ୧୦ ପ୍ରତିଶତ ବିଜୟୀ ପାର୍ଥୀ ଥିବା ଆବଶ୍ୟକ । ଭାରତୀୟ ଜାତୀୟ କଂଗ୍ରେସର ସମୁଦାୟ ୪୪ଟି ଆସନରେ ଏବଂ ତାମିଲନାଡ଼ୁର ଏଆଇଡିମେକେ ସମୁଦାୟ ୩୭ଟି ଆସନରେ ବିଜୟୀ ହୋଇଥିଲେ । ତେଣୁ ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ରହିପାରିଲେ ନାହିଁ । ଭାରତୀୟ ଜାତୀୟ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖର୍ଗେ ଏହି ଲୋକ ସଭା ପାଇଁ କଂଗ୍ରେସ ସାଂସଦ ଦଳର ନେତା ଭାବରେ ଘୋଷିତ ହେଲେ ।[୩]

୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୫ମ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୪]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ସମ୍ପାଦନା

  • ବାଚସ୍ପତି
    • ସୁମିତ୍ରା ମହାଜନ, ଭାରତୀୟ ଜନତା ପାର୍ଟି[୫]
  • ଉପ-ବାଚସ୍ପତି:
    • ଟି. ଥାମ୍ବିଦୁରାଇ, ଏଆଇଡିଏମ୍‌କେ
  • ଅଧକ୍ଷ:
    • ନରେନ୍ଦ୍ର ମୋଦି, ଭାରତୀୟ ଜନତା ପାର୍ଟି
  • ବିରୋଧୀ ଦଳ ନେତା:
    • କେହି ନଥିଲେ; କାରଣ କୌଣସି ଦଳରେ ବିରୋଧୀ ଦଳ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲେ[୬]
  • ମହା ସଚିବ:
    • ସ୍ନେହଲତା ଶ୍ରୀବାସ୍ତବ

ଆଧାର ସମ୍ପାଦନା

  1. "General Elections – 2014 : Schedule of Elections" (PDF). 5 March 2014. Retrieved 5 March 2014.
  2. "First Session of 16th Lok Sabha scheduled from June 4 to 11". IANS. news.biharprabha.com. Retrieved 30 May 2014.
  3. Kharge to lead Congress in Lok Sabha|Business Line
  4. "Bye - elections to the Council of State s from various States" (PDF). ECI, New Delhi. Retrieved 24 October 2017.
  5. "New responsibility a challenge: Mahajan". The Hindu. 6 June 2014. Retrieved 10 June 2014.
  6. "No Leader of the Opposition in the 16th Lok Sabha". NDTV. June 9, 2014. Retrieved June 9, 2014.

ବାହାର ଆଧାର ସମ୍ପାଦନା