ରାଜଶ୍ରୀ ମଲ୍ଲିକ
ରାଜଶ୍ରୀ ମଲ୍ଲିକ ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ରାଜଶ୍ରୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୩୫,୪୪୮ ଖଣ୍ଡ ଭୋଟରେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ୨୦୧୯ ସାଧାରାଣ ନିର୍ବାଚନରେ ସେ ବିଜେପିର ବିଭୁ ପ୍ରସାଦ ତରାଇଙ୍କୁ ୨,୭୧,୬୫୫ ଖଣ୍ଡ ଭୋଟରେ ହରାଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ରାଜଶ୍ରୀ ମଲ୍ଲିକ | |
---|---|
![]() | |
ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ରବୀନ୍ଦ୍ର ନାଥ ଭୋଇ |
ନିର୍ବାଚନ ମଣ୍ଡଳୀ | ତିର୍ତ୍ତୋଲ |
ସାଂସଦ: ୧୭ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | କୁଳମଣି ସାମଲ |
ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଆଶୁତୋଷ ମଲ୍ଲିକ |
ବୃତ୍ତି | ରାଜନୀତିଜ୍ଞ |
ପରିବାରସମ୍ପାଦନ କରନ୍ତୁ
ରାଜଶ୍ରୀ ମଲ୍ଲିକ ଆଶୁତୋଷ ମଲ୍ଲିକଙ୍କୁ ବିବାହ କରିଥିଲେ ।[୫]
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ରାଜଶ୍ରୀ ମଲ୍ଲିକ ଓଡ଼ିଶା ରାଜନୀତିରେ ବିଜୁ ଜନତାର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରୁଛନ୍ତି ।[୬] ରାଜଶ୍ରୀ ୨୦୧୪ ମସିହରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାନ ସଭା ନିର୍ବାଚନ ଲଢ଼ିଥିଲେ ।
୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭାରେ ନିର୍ବାଚନରେ ରାଜଶ୍ରୀ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[୭] ଏହି ନିର୍ବାଚନରେ ସମୁଦାୟ ୭୫.୪୮ ପ୍ରତିଶତ ମତଦାନ ହୋଇଥିଲା ।[୮] ମିଳିଥିବା ସମୁଦାୟ ୧,୬୧,୬୩୫ ଖଣ୍ଡ ଭୋଟରୁ ରାଜଶ୍ରୀ ୮୮,୯୫୩ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ।[୯][୮] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ରାଜକିଶୋର ବେହେରାଙ୍କୁ ୩୫,୪୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।[୩][୧୦] ରାଜ କିଶୋର ବେହେରା ସମୁଦାୟ ୫୩,୫୦୫ ଖଣ୍ଡ ଭୋଟ ପାଇଥିଲେ ।[୯] ରାଜଶ୍ରୀ ଏହି ବିଧାନ ସଭାରେ ୨୦୧୪ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି ।
ବିବାଦସମ୍ପାଦନ କରନ୍ତୁ
୨୦୧୬ ମସିହାରେ ରାଜଶ୍ରୀ ମଲ୍ଲିକ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲେ ବିଜୁ ଜନତା ଦଳର ନେତା ବିଷ୍ଣୁ ଦାସ । ସେ ଏହି ଅଭିଯୋଗ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ ଏବଂ ଏହାପରେ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା ।[୧୦] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ ପୂର୍ବରୁ ରାଜଶ୍ରୀ ବିରୋଧ କରି ଆସୁଥିବା ଦଳୀୟ କର୍ମୀମାନେ ବିଭିନ୍ନ ପଞ୍ଚାୟତମାନଙ୍କରେ ତାଙ୍କ ବିରୁଦ୍ଧରେ ସଭା କରିବା ସହ ସେ ପରିଦର୍ଶନରେ କିମ୍ବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବଳକୁ ଧାରଣରେ ବସୁଥିଲେ ।[୧୧] ୨୦୧୮ ମସିହାର ଅଗଷ୍ଟ ମାସରେ ରାଜଶ୍ରୀ ବିଷ୍ଣୁ ଦାସଙ୍କୁ ରାଜନୀତିରୁ ସନ୍ୟାସ ନେବାକୁ ପରାମର୍ଶ ଦେଇ କଟାକ୍ଷ କରିଥିଲେ, ଫଳରେ ବିବାଦ ବଢ଼ିଥିଲା ଏବଂ ରାଜଶ୍ରୀଙ୍କ ସପକ୍ଷରେ ଦମୋଦର ରାଉତ ବିଷ୍ଣୁ ଦାସଙ୍କୁ ସମାଲୋଚନା କରିବାପରେ ଏହି ଝଗଡ଼ା ଅଧିକ ବଢ଼ିଥିଲା ।[୧୨] ସେହି ଅଗଷ୍ଟ ମାସରେ ରାଜଶ୍ରୀ ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାନେତ୍ରୀ ଥିବାବେଳ ଜଗତସିଂହପୁର ବ୍ଲକ, ପୌରାଞ୍ଜଳ, ନାଉଗାଁ ବ୍ଲକ୍ରେ ତିନି ଜଣ ମହିଳାଙ୍କୁ ନିଯୁକ୍ତ କରିଥିଲେ, ମାତ୍ର ଏହାକୁ ବିଷ୍ଣୁ ଦାସଙ୍କର ସମର୍ଥକମାନେ ବିରୋଧ କରିବା ସହ ନିଯୁକ୍ତ ମହିଳାମାନେ ବିଜୁ ଜନତା ଦଳର କର୍ମୀ ନୁହନ୍ତି ବୋଲି ଦାବି କରିଥିଲେ[୧୩] ଓ ବିଷ୍ଣୁ ଦାସ ଏହି କଥା ନବୀନ ପଟ୍ଟନାୟକଙ୍କ ଆଗରେ ଅଭିଯୋଗ କରିଥିଲେ, ଫଳରେ ପରେ ନବୀନ ପଟ୍ଟନାୟକ ଅନ୍ୟ ତିନି ଜଣ ମହିଳାଙ୍କୁ ସେହି ପଦରେ ନିଯୁକ୍ତ କରିଥିଲେ ।[୧୪]
ଆଧାରସମ୍ପାଦନ କରନ୍ତୁ
- ↑ "ଗୋଡ଼ ଖସି ଯିବାରୁ ବିଧାୟିକା ରାଜଶ୍ରୀ ମଲ୍ଲିକ ଗୁରୁତର, ଏସ୍ସିବି ସ୍ଥାନାନ୍ତର". Sambad (in ଆମେରିକୀୟ ଇଂରାଜୀ). 2017-11-18. Retrieved 2019-03-24.
- ↑ "Rajashree Mallick MLA of TIRTOL Odisha contact address & email". nocorruption.in (in ଇଂରାଜୀ). Retrieved 2019-03-24.
- ↑ ୩.୦ ୩.୧ "Constituency Wise odisha Assembly Election result 2014". Leadtech.in. Retrieved 15 July 2014.
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-25.
- ↑ "Rajashree Mallick(BJD):Constituency- TIRTOL(JAGATSINGHPUR) - Affidavit Information of Candidate:". www.myneta.info. Retrieved 2019-03-24.
- ↑ "ବିଧାୟିକା ରାଜଶ୍ରୀ ମଲ୍ଲିକ ଆହତ, କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି". Sambad (in ଆମେରିକୀୟ ଇଂରାଜୀ). 2017-11-18. Retrieved 2019-03-24.
- ↑ "Ms. Rajashree Mallick". odishaassembly.nic.in. Odisha Assembly. Retrieved 21 March 2019.
- ↑ ୮.୦ ୮.୧ "Orissa Assembly Election 2014, Constituency: Tirtol (102)". EmpoweringIndia.org. Retrieved 15 July 2014.
- ↑ ୯.୦ ୯.୧ "Odisha - Tirtol". Election Commission of India. Retrieved 15 July 2014.
- ↑ ୧୦.୦ ୧୦.୧ Bureau, OdishaLIVE (2019-02-09). "ତିର୍ତ୍ତୋଲ : ଏଣେ କନ୍ଦଳ, ତେଣେ ପ୍ରାର୍ଥୀ ମାଳମାଳ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-03-24.
- ↑ "ଦାମ-ବିଷ୍ଣୁ ପରେ ଏବେ ବିଷ୍ଣୁ-ରାଜଶ୍ରୀ ବିବାଦ : ବିଜେଡିରେ ବିଷ୍ଣୁ ଦାସଙ୍କର ଅଖା ନାହିଁକି ବିରି ନାହିଁ କହିଲେ ରାଜଶ୍ରୀ". Prameya News7 (in ଆମେରିକୀୟ ଇଂରାଜୀ). 2018-12-13. Retrieved 2019-03-24.
- ↑ "ଜଗତସିଂହପୁରର ତିନି ନେତାଙ୍କ କାହାଣୀ ।". Kanak News (in ଆମେରିକୀୟ ଇଂରାଜୀ). 2018-08-13. Retrieved 2019-03-24.
- ↑ "ବିଷ୍ଣୁ ଦାସ ରାଜନୀତିରୁ ସନ୍ୟାସ ନେଲେ ବିଜେଡି ପାଇଁ ଭଲ : ରାଜଶ୍ରୀ ମଲ୍ଲିକ । ଜଗତସିଂହପୁର ବିଜେଡିରେ ବିଦ୍ରୋହ - Kanaknews". Dailyhunt (in ଇଂରାଜୀ). Retrieved 2019-03-24.
- ↑ "ପୁଣି ରାଜଶ୍ରୀ-ବିଷ୍ଣୁ କଳି ! ଜଗତସିଂହପୁରରେ ବ୍ଲକ ସଭାପତି ନିଯୁକ୍ତିକୁ ନେଇ ବିବାଦ । - Kanaknews". Dailyhunt (in ଇଂରାଜୀ). Retrieved 2019-03-24.