କୋଏଲ ମିଶ୍ର

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

କୋଏଲ ମିଶ୍ର ବା କୋଏଲ ବାନାର୍ଜୀ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର ତୁ ଥାଆ ମୁଁ ଯାଉଚି ରୁଷି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ପଶ୍ଚିମ ବଙ୍ଗରେ ଜନ୍ମିତା ଏହି ଅଭିନତ୍ରୀ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ପରେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ ।

କୋଏଲ ମିଶ୍ର
Born
କୋଏଲ ବାନାର୍ଜୀ

Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୧୦ରୁ-ଏବେଯାଏଁ
Spouseବବି ମିଶ୍ର[୧]

ପ୍ରାରମ୍ଭିକ ଜୀବନ ଓ ପରିବାର ସମ୍ପାଦନା

କୋଏଲ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ କୋନ୍‌ନ‌ଗର ସ୍କୁଲରେ ପଢ଼ିଥିଲେ ଏବଂ ତା'ପରେ କଲିକତା ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ପରେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ ।[୧]

ଅଭିନୟ ଜୀବନ ସମ୍ପାଦନା

କୋଏଲ ୨୦୧୦ ମସିହାରେ ତୁ ଥାଆ ମୁଁ ଯାଉଚି ରୁଷି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ[୨] ଅଭିନେତା ଅରିନ୍ଦମ ରାୟ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଉଷସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୦ର ଅନ୍ୟ ଏକ କଥାଚିତ୍ର ତତେ ଭଲ ପାଉଛି ବୋଲିରେ ଅଭିନେତା ଦେବାଶିଷ ପାତ୍ରଙ୍କ ସ‌ହ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ, ବବି ମିଶ୍ର, ବିରେନ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ । ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତିରେ ଅଭିନୟ କରିଥିଲେ କୋଏଲ ।[୧] ଦୀପକ ବାରିକ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ଅନାମ ଚରଣ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

୨୦୧୧ର ଅନ୍ୟ ଏକ କଥାଚିତ୍ର ୧୪୩ ଆଇ ଲଭ ୟୁରେ କୋଏଲ ଅଭିନେତା ବାବୁଶାନ୍‌ଙ୍କ ନାୟିକା ଭୂମିକରେ ଅଭିନୟ କରିଥିଲେ ।[୧] ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା, ସମରେଶ ରାଉତରାୟ, ମିହିର ଦାସ, ମୀନକେତନ, ତନ୍ମୟ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୨ରେ ମୁକ୍ତିଲାଭ କରିଥିବା ଅଭିନେତା ତ‌ଥା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ଚଳଚ୍ଚିତ୍ର ଓମ୍ ସାଇ ରାମ୍‌ରେ କୋଏଲ୍ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟିରେ ସେ ନାୟକ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ସବ୍ୟସାଚୀ ମିଶ୍ର, ପ୍ରକୃତି ମିଶ୍ର, ମାନସ, ଅଶ୍ରୁମୋଚନ ମହାନ୍ତି, ହର ପଟ୍ଟନାୟକ, ମୌସୁମୀ ମହାନ୍ତି, ବ୍ରଜ ସିଂହ, ସରୋଜ ଦାସ, ଚକ୍ରଧର ଜେନା, ନମନ୍ଦିତା ପାଢ଼ୀ, ସ୍ମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୪ ମସିହାରେ କୋଏଲ ଆମେତ ଟୋକା ଷଣ୍ଢ ମାର୍କା ଚଳଚ୍ଚିତ୍ରରେ ଅଭିନେତା ପପୁ ପମ ପମଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଆର୍ ଭଗତ ସିଂହ । ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ହର ରଥ, ଅରବିନ୍ଦ ଷଡ଼ଙ୍ଗୀ, ମୀନକେତନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଆଶିକ୍‌ରେ କୋଏଲ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ସ‌ହ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ପପୁ ପମ ପମ, ହରି, ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୦ ତୁ ଥାଆ ମୁଁ ଯାଉଚି ରୁଷି ପ୍ରଥମ ଓଡ଼ିଆ କଥାଚିତ୍ର
ତତେ ଭଲ ପାଉଛି ବୋଲି
୨୦୧୧ ୧୪୩ ଆଇ ଲଭ ୟୁ
ମନ ମୋର ପ୍ରଜାପତି
୨୦୧୨ ଓମ୍ ସାଇ ରାମ୍
୨୦୧୪ ଆମେତ ଟୋକା ଷଣ୍ଢ ମାର୍କା
୨୦୧୫ ଆଶିକ୍

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Koyel Oriya Actress". Incredible Orissa. 19 April 2012. Retrieved 27 March 2018.
  2. "ଏହି ନବାଗତଙ୍କ ନାୟିକା ବନିଛନ୍ତି କୋଏଲ୍‌". sambad.in. 26 April 2018. Retrieved 6 June 2018.
  3. "ଏହି ନାୟକଙ୍କ ନାୟିକା ସାଜିନାହାନ୍ତି କୋଏଲ !". sambad.in. 27 August 2017. Archived from the original on 23 September 2017. Retrieved 20 September 2017.
  4. "Release Today: Aashiq ana Apna Haath Jagannath Odia Films". Incerdible Orissa. 17 September 2015. Retrieved 27 August 2017.
  5. "Aashiq Odia movie of Sambit, Koyel, Papu". E News ଓଡ଼ିଆ. 31 August 2015. Retrieved 27 August 2017.

ବାହାର ଆଧାର ସମ୍ପାଦନା