ପ୍ରକୃତି ମିଶ୍ର
ପ୍ରକୃତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।
ପ୍ରକୃତି ମିଶ୍ର | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
Years active | ୨୦୦୫-ଏବେଯାଏଁ |
Parent | ମନ୍ମଥ ମିଶ୍ର (ବାପା) |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ପ୍ରକୃତି ମିଶ୍ର ଓଡ଼ିଶାରେ ୧୯୯୫ ଜୁନ୍ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ +୨ ଅଧ୍ୟୟନ କରୁଛନ୍ତି । ପ୍ରକୃତି ସଙ୍ଗୀତକାର ମନ୍ମଥ ମିଶ୍ରଙ୍କ ଝିଅ ଅଟନ୍ତି । [୧] ସଏ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ RACE (Research For Adult And Child Education, Odisha) ସଂସ୍ଥା ସହ ମଧ୍ୟ କିଛି ଦିନ ଜଡ଼ିତ ଥିଲେ ।
ଅଭିନୟ ଜୀବନସମ୍ପାଦନ କରନ୍ତୁ
ଦୂରଦର୍ଶନରେ ପ୍ରସାରିତ ଏସଆଇଇଟି (ଏକ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ) ଏବଂ ଇଟିଭିରେ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପକ ଥିଲେ । ଟିଭି ଧାରାବାହିକଇଟିଭିରେ ପ୍ରସାରିତ ତୁଳସୀ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି[୨], ବର୍ତ୍ତମାନ ସୁଦ୍ଧା ୧୧ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।[୩]ସୁନୀଲ କୁମାର ଏବଂ ଅନୁ ଚୌଧୁରୀଙ୍କ ସହ ହରି ଭାଇ ହାରେନାରେ ଶିଶୁ କଳାକାର ଭାବେ ଦୈତ୍ୟ ଅଭିନୟ, ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀଙ୍କ ସହ ଶାଶୁଘର ଚାଲିଯିବିରେ ଶିଶୁ କଳାକାର ଭାବେ ଅଭିନୟ, ସବ୍ୟସାଚୀ ମିଶ୍ରଙ୍କ ସହ ପାଗଳ କରିଛି ପାଉଁଜି ତୋର ଏବଂ ସାତସୂରେ ବନ୍ଧା ଏ ଜୀବନରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଥୁକୁଲ ଚଳଚ୍ଚିତ୍ରରେ ବାବୁଶାନ ମହାନ୍ତି ଏବଂ ଅର୍ଚ୍ଚିତା ସାହୁଙ୍କ ସହ ପାର୍ଶ୍ୱ ନାୟିକା ଥିଲେ । ୨୦୧୨ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓଁ ସାଇରାମରେ ସବ୍ୟସାଚୀ ମିଶ୍ର,କୋଏଲ ମିଶ୍ର ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ଅଭିନୟରେ ପ୍ରଥମ କରି ମୁଖ୍ୟ ନାୟିକା ଭୂମିକାରେ ଥିଲେ । ପରେ ଏସିପି ସାଗରିକାରେ ଅର୍ଚ୍ଚିତା ସାହୁଙ୍କ ସହ ନୂଆ ମୁହଁ ଅଭିଷେକ ରଥଙ୍କ ସହ ଦେଖା ଦେଇଥିଲେ । ୨୦୧୩ରେ ପ୍ରେମିକା ଚଳଚ୍ଚିତ୍ରରେ ବୁଲୁଙ୍କ ସହ ମୁଖ୍ୟ ଭୂମିକା ଏବଂ କାଉଁରୀ କନ୍ୟାରେ ଭୂତ ଅଭିନୟ କରିଥିଲେ, ଯାହା ଓଡ଼ିଶାର ପ୍ରଥମ ଥ୍ରୀଡି 3D ଚଳଚ୍ଚିତ୍ର ଥିଲା । ସେ ମଧ୍ୟ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର କୌନ କିତନେ ପାନୀମେରେ ଏକ ଗୀତରେ ଶାଶ୍ୱତ ଯୋଶୀଙ୍କ ସହ (ଭୁବନେଶ୍ୱରରେ ସୁଟିଂ ହୋଇଥିବା ପଶ୍ଚିମ ଓଡ଼ିଶାର ଅତି ଲୋକପ୍ରିୟ ଗୀତ ରଙ୍ଗବତୀ ଗୀତରେ) ନୃତ୍ୟ କରିବାକୁ ସୁଯୋଗ ପାଇଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଥୁକୁଲ୍ | ୨୦୧୨ | ପ୍ରଶାନ୍ତ ନନ୍ଦ |
ଶାଶୁଘର ଚାଲିଯିବି | ୨୦୦୬ | ବସନ୍ତ ସାହୁ |
ସାବତ ମା' | ୨୦୦୩ | ଶିଶିର ମିଶ୍ର |
ପୁରସ୍କାରସମ୍ପାଦନ କରନ୍ତୁ
- ଶ୍ରେଷ୍ଠ ଶିଶୁ କଳାକାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୫[୪]
ଜୀଟିଭି ପ୍ରଯୋଜିତ "ଇଣ୍ଡିଆସ ବେଷ୍ଟ ସିନେଷ୍ଟାର କି ଖୋଜ"ରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।
ଆଧାରସମ୍ପାଦନ କରନ୍ତୁ
- ↑ incredibleorissa.com: prakruti mishra
- ↑ "An Exclusive Interview with Actress Prakruti Mishra". enewsinsight.com. 2012. Retrieved 31 March 2013.
first film was "Sabata Maa"
- ↑ ସମାଜ, ୧୫ନଭେମ୍ବର୨୦୧୧, ପୃଷ୍ଠା-୧୪
- ↑ "Set to scorch big screen". telegraphindia.com. 2011. Retrieved 31 March 2013.
2005 Orissa State Film Award for best child artiste for the film Sasu Ghara Chalijibi.
ବାହାର ଆଧାରସମ୍ପାଦନ କରନ୍ତୁ
- ପ୍ରକୃତି ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)