ଶ୍ରୀତମ ଦାସ

ଓଡ଼ିଆ ଅଭିନେତା

ଶ୍ରୀତମ ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ।[୨] ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା ।

ଶ୍ରୀତମ ଦାସ
Sritam Das.jpg
ଜନ୍ମ ଓ ଜନ୍ମସ୍ଥାନ
ଶ୍ରୀତମ ଦାସ

ଜୀବିକାଅଭିନେତା (ଓଡ଼ିଆ)
କାର୍ଯ୍ୟକାଳ୧୯୯୫-ଏବେଯାଏଁ
ଜୀବନସାଥିପୁନମ
ସନ୍ତାନନାନ୍ସୀ[୧]

ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୩] ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।[୪] "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।[୫]

ଶ୍ରୀତମ, ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।[୬]


ଓଡ଼ିଆ କଥାଚିତ୍ରରେ ଅବଦାନସମ୍ପାଦନ କରନ୍ତୁ

କଥାଚିତ୍ର ନାମ ଚରିତ୍ର ଭୂମିକା ବର୍ଷ
ଥୁକୁଲ୍ ଅଭିନେତା ୨୦୧୨
ତୁ ଥାଆ ମୁଁ ଯାଉଚି ରୁଷି ନିର୍ଦ୍ଦେଶକ, କାହାଣୀ, ଅଭିନେତା ୨୦୧୦
ଜୟ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଅଭିନେତା ୨୦୦୭
ଲକ୍ଷ୍ମୀ ପ୍ରତିମା ମନୋଜ ଅଭିନେତା ୨୦୦୭
ସାଥୀରେ ନିର୍ଦ୍ଦେଶକ ୨୦୦୪
ବାହୁଡ଼ିବେ ମୋ ଜଗାବଳିଆ ଅଭିନେତା ୨୦୦୩[୭]
ରହିଚି ରହିବି ତୋରି ପାଇଁ ଅଭିନେତା ୨୦୦୨
ରଙ୍ଗ୍ ନମ୍ବର ଅଭିନେତା ୨୦୦୨
ବାଜି ଅଭିନେତା ୨୦୦୧
ଧର୍ମ ଦେବତା ରବି ପ୍ରକାଶ ଅଭିନେତା ୨୦୦୧
ବାବୁ ପର୍ଶୁରାମ ଅଭିନେତା ୨୦୦୦
କାଶିଆ କପିଳା କପିଳା ଅଭିନେତା ୨୦୦୦
ସାବିତ୍ରୀ ସତ୍ୟ ଅଭିନେତା ୧୯୯୫

ଆଧାରସମ୍ପାଦନ କରନ୍ତୁ

  1. https://timesofindia.indiatimes.com/others/news-interviews/Sritam-Das-blessed-with-a-baby-girl/articleshow/18588065.cms
  2. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.
  3. "ଶ୍ରୀତମଙ୍କ ଖୁସି". ଧରିତ୍ରୀ ଛୁଟିଦିନ. 3 July 2022. p. ୮. Archived from the original on 3 July 2022. Retrieved 3 July 2022.
  4. http://dharitriepaper.in/edition/141/metro-mijaj/page/7
  5. https://www.telegraphindia.com/states/odisha/actor-quizzed-over-sham-company-links-242275
  6. https://www.outlookindia.com/newsscroll/odia-actors-mihir-anu-join-bjp/1234748
  7. http://www.newindianexpress.com/states/odisha/2018/may/12/veteran-actor-anita-das-passes-away-1813646.html

ବାହାର ଆଧାରସମ୍ପାଦନ କରନ୍ତୁ