ଦୀପକ ବାରିକ

ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା

ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ନୃତ୍ୟ କରିଥିଲେ ।

ଦୀପକ ବାରିକ
ଜନ୍ମ
ଦୀପକ ବାରିକ

ବୃତ୍ତି(ଓଡ଼ିଆ) ଅଭିନେତ୍ରା
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ
ଜୀବନସାଥୀତନୁଜା (୨୦୧୮-ଏବେଯାଏଁ)[୧]

ପ୍ରାରମ୍ଭିକ ଜୀବନ ଏବଂ ପରିବାର ସମ୍ପାଦନ କରନ୍ତୁ

ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍‌ର ନାୟକ ଭାରେ ଓଡ଼ିଆ ଆଲବମ୍‌ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ ।[୧]

ଅଭିନୟ ଜୀବନ ସମ୍ପାଦନ କରନ୍ତୁ

ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨]

ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍, ଚାନ୍ଦ ନା ତମେ ତାରା, ସପନର ନାୟିକା[୩], ଆଖି ଖୋଲିଲେ ତୁ ତୁ ହି ତୁ, ତମେ ଥିଲେ ସାଥିରେ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୪] ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ମନ ମୋର ପ୍ରଜାପତି ଋଷି ପ୍ରଥମ ଓଡ଼ିଆ କଥାଚିତ୍ର
ଫ୍ୟାମିଲି ନମ୍ବର୍ ୱାନ୍
ମଥାରେ ଦେଇ ପାଟ ଓଢ଼ଣୀ
୨୦୧୨ ଚାନ୍ଦ ନା ତମେ ତାରା ବାଦଲ
୨୦୧୩ ସପନର ନାୟିକା ମୋହନ
୨୦୧୪ ତମେ ଥିଲେ ସାଥିରେ ବାଦଲ ଦାସ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର ଦୀପକ ମହାପାତ୍ର
୨୦୧୭ ଆଖି ଖୋଲିଲେ ତୁ ତୁ ହି ତୁ
ଟିକେ ଖରା ଟିକେ ଛାଇ
୨୦୧୯ ଜୋର୍ କା ଝଟ୍‌କା
୨୦୨୧ ମିଷ୍ଟର ରୋମିଓ
ପଲ୍ ପଲ୍ ତତେ ଚାହେଁ
୨୦୨୨ ପାରିକରିବେ ଭୋଳାଶଙ୍କର
ଯଥା ରାବଣସ୍ୟ ମନ୍ଦୋଦରୀ
ବିଛାଗ୍ୟାଙ୍ଗ୍
- ଆଇନା କେବେ ମିଛ କହେନା ମୁକ୍ତିଲାଭ ଅପେକ୍ଷାରେ
ଏଇ ବୋଧେ ଭଲାପାଇବା
କେମିତି ଭୁଲିବି ମୁଁ
ହିଟ୍‌ଲର୍
ଅଟୋଗ୍ରାଫ୍

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ଦୀପକଙ୍କ ଖୁସି". ସମାଜ. 25 February 2018. Retrieved 25 February 2018.
  2. "Ollywood Actor "Deepak" Biography & Film Career". ollywoodlife.com. Retrieved 25 February 2018.
  3. "'ସପନ' ଯୋଡ଼ି". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  4. "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା". sambad.in. 30 April 2018. Retrieved 6 June 2018.

ବାହାର ଆଧାର ସମ୍ପାଦନ କରନ୍ତୁ