ହରିହର ମହାପାତ୍ର (ଅଭିନେତା)
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ।[୨] ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।
ହରିହର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ![]() |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଅଭିନେତା |
ଜୀବନସାଥି | ମୋନାଲିସା ମହାପାତ୍ର |
ସନ୍ତାନ | ତାବିସି ତନୟା ମହାପାତ୍ର[୧] |
ବାପା ବୋଉ | ଭଗବାନ ମହାପାତ୍ର ପାର୍ବତୀ ମହାପାତ୍ର |
ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।[୩]
ଆଧାରସମ୍ପାଦନ କରନ୍ତୁ
- ↑ "ବ୍ୟକ୍ତିତ୍ୱ" (ନିତିଦିନ ୨୫/୦୭/୨୦୧୯ ପୃଷ୍ଠା ୯). ନିତିଦିନ. Retrieved 26 July 2019.
- ↑ http://www.newindianexpress.com/states/odisha/Film-fiesta-this-Raja/2013/05/24/article1603024.ece?service=print
- ↑ ଧରିତ୍ରୀ ୨୫/୦୬/୨୦୧୪ରେ ପ୍ରକାଶିତ ଧରିତ୍ରୀ ଆଳାପ
ବାହାର ଆଧାରସମ୍ପାଦନ କରନ୍ତୁ
- ହରିହର ମହାପାତ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)