ଫେସବୁକ
ଏହା ଏକ ଅନଲାଇନ ସାମାଜିକ ଯୋଗାଯୋଗ ସାଇଟ । ଏଠାରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା (ଚାଟ), ଭାବର ଆଦାନ ପ୍ରଦାନ, ନୂଆ ଫଟୋଚିତ୍ର ଓ ଭିଡ଼ିଓ ବଣ୍ଟନ ଓ ନାନା ଆପ୍ଲିକେସନ ସଫ୍ଟବେର ବ୍ୟବହାର କରି ଇଣ୍ଟରନେଟରେ ନିଜର ସାମାଜିକ ସମ୍ପର୍କ ବଢ଼ାଯାଇପାରେ ।
![]() | |
Type | ବେସରକାରୀ |
---|---|
ତିଆରି କରାଯାଇଥିଲା | କ୍ୟାମ୍ବ୍ରିଜ (Cambridge), ମସାଚ୍ୟୁସେଟ (Massachusetts)(2004 ) |
ପ୍ରତିଷ୍ଠାତା | |
ମୂଖ୍ୟସ୍ଥାନ | ପାଲୋ ଅଲଟୋ, କାଲିଫର୍ଣିଆ |
ସେବା ପରିସର | ଦେଶ ସାରା |
ମୁଖ୍ୟ ଲୋକ |
|
ଲାଭ | ![]() |
କର୍ମଚାରୀ | ୨୦୦୦+(୨୦୧୧)[୧] |
ବେବସାଇଟ | facebook |
ଆଇପି୪ଭି ସାହାଯ୍ୟ | www.v6.facebook.com |
ଆଲେକ୍ସା ସ୍ଥାନ | |
ସାଇଟର ପ୍ରକାର | ସାମାଜିକ ଯୋଗାଯୋଗ ସାଇଟ |
ଅନଲାଇନ ପ୍ରଚାର | ବ୍ୟାନର ଆଡ, ଗେମ |
ଖାତାଖୋଲା | ନିହାତି ଦରକାରୀ |
ବ୍ୟବହାରକାରୀ | ୬୦୦ ମିଲିୟନ[୩][୪] (ଜାନୁଆରି ୨୦୧୧ରେ ସଚଳ) |
ମିଳୁଥିବା ସଂସ୍କରଣ | ବହୁଭାଷୀ |
ପ୍ରଥମେ ଆସିଥିଲା | ଫେବ୍ରୁୟାରୀ ୪, ୨୦୦୪ |
ଏବେକାର ସ୍ଥିତି | ସଚଳ |
ଏବେ ଯାଏଁ ଫେସବୁକର ବ୍ୟବହାରକାରୀମାନଙ୍କ ସଂଖ୍ୟା ୫୦ କୋଟିରୁ ଅଧିକ ।
ହାରଭାର୍ଡ଼ ବିଶ୍ୱବିଦ୍ୟାଳୟରେ ତଳ-ସ୍ନାତକ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ର ମାର୍କ ଜୁକରବର୍ଗ ଅକଟୋବର ୨୮, ୨୦୦୩ରେ ଫେସମାସ(ଫେସବୁକର ପୂର୍ବାବସ୍ଥା)ର କୋଡ଼ ଲେଖିଥିଲେ । ସେଥିରେ ଗୋଟିଏ ଫରଦରେ ଦୁଇଜଣ ଅଲଗା ଅଲଗା ଶ୍ରେଣୀର ଛାତ୍ରୀଙ୍କ ଫଟୋ ରଖି କିଏ ବେସି ସୁନ୍ଦର ବାଛିବାକୁ ବ୍ୟବହାରକରୀମାନଙ୍କୁ କୁହାଯାଉଥିଲା । [୫][୬]
ଇତିହାସସମ୍ପାଦନ କରନ୍ତୁ
ଫିଲିପ୍ସ ଏକ୍ସଟର ଏକାଡେମୀରୁ ମାର୍କ ଜୁକରବର୍ଗ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ "ଦି ଫୋଟ ଆଡ୍ରେସ ବୁକ" ପ୍ରସ୍ତୁତ କରାଯାଇଥିଲା,ଯାହାକୁ ସେମାନେ ଦ ଫେସବୁକ ଭାବେ ଅଭିହିତ କରୁଥିଲେ ।ଏଥିରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢା ସମ୍ବନ୍ଧୀୟ ତଥ୍ୟ ହାସଲ କରୁଥିଲେ ।ଏଭଳି ଫେସବୁକଦ୍ୱାରା ଅନୁପ୍ରାଣୀତ ହେଇ ମାର୍କ ଜୁକରବର୍ଗ ହାର୍ଭାର୍ଡ ସ୍ଥିତ ନିଜ ଶୟନ କକ୍ଷରୁ ଫେସବୁକ ସାଇଟ ପରିଚାଳନା କରିଥିଲେ ।ସେ ପ୍ରାରମ୍ଭିକ ସମୟରେ କେବଳ ହାର୍ଭାର୍ଡ ବିଷୟ ଉଲ୍ଲେଖ କରୁଥିଲେ ।କିନ୍ତୁ ପରେ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକକୁ ସେ ଅନ୍ୟ ସ୍କୁଲକୁ ମଧ୍ୟ ସମ୍ପ୍ରସାରଣ କରିଥିଲେ ।ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ ।ଏକ ଘର ଭଡାରେ ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ ।ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା ।[୭]
୨୦୧୯ ମାସିହା ଫେବ୍ରୁଆରୀ ମାସ ୭ ତାରିଖାରେ ଫେସବୁକ, ଭାରାତ ବର୍ଷର ଅଦିବାସୀ ଝିଅ ମାନାଙ୍କୁ ଡିଜିଟାଲ ଜ୍ଞାନ କୌଶଳ ସିଖାଇବା କଥା ଘୋଷଣା କାରିଥିଲା । ଏହି କାର୍ଯ୍ୟକ୍ରମଟିକୁ ଗୋଇଙ୍ଗ ଅନଲାଇନ ଅଜ ଲିଡର୍ସ ନାମରେ ଫେସବୁକ ନାମିତ କରିଥିଲା । [୮]
କମ୍ପାନୀସମ୍ପାଦନ କରନ୍ତୁ
ବ୍ୟବହାରସମ୍ପାଦନ କରନ୍ତୁ
ଫେସବୁକ ବ୍ୟବହାର କରିବା ପାଇଁ ସେହି ୱେବସାଇଟରେ ଆମକୁ ପ୍ରଥମେ ଆମକୁ ନାମ ଲେଖାଇବାକୁ ପଡେ । ନାମ ଲେଖାଇବା ପାଇଁ ଇମେଲ ଠିକଣା ଦରକାର ହେଇଥାଏ । ମୋବାଇଲ ବ୍ୟବହାରକାରୀମାନେ ନିଜ ମୋବାଇଲ ନମ୍ବରଦ୍ୱାରା ମଧ୍ୟ ନାମ ଲେଖାଇ ପାରିବେ । ନାମ ଲେଖିଲ ପରେ ସେଠି କିଛି ଫଟୋ ବିଡିଓ ଦେଇ ପାରିବେ ଏବଂ ଚିହ୍ନା ଏବଂ ଅଚିହ୍ନା ଲୋକମାନଙ୍କ ସହ ବନ୍ଧୁତା କରି କଥା ଏବଂ ଚାଟ କରି ପାରିବେ ।
ଅପବ୍ୟବହାରସମ୍ପାଦନ କରନ୍ତୁ
ବର୍ତମାନ ଫେସବୁକର ବ୍ୟାପକ ଅପବ୍ୟବହାର କରାଯାଉଛି । ବ୍ୟବହାରକାରୀମାନେ ନିଜ ବିଷୟରେ ମିଥ୍ୟା ତଥ୍ୟ ଦେଉଛନ୍ତି । ଏବଂ ଅଜିକାଲି ଦେଖା ଯାଉଛି ଯେ, ବାହୁତ ଜଣ ଏହି ଫେସବୁକର ଅପବ୍ୟବହାର କରି ଅନ୍ୟ ମାନଙ୍କୁ ଡରାଇବା ଏବଂ ଧମକେଇବା ଭଳି କାମ ଗୁଡିକ କରୁଛନ୍ତି ।
ବିବାଦସମ୍ପାଦନ କରନ୍ତୁ
୨୦୧୮ ମସିହା ମାର୍ଚ୍ଚ ମାସରେ ଫେସବୁକ ଏକ ବଡ଼ ଧରଣର ବିବାଦର ଶିକାର ହୋଇଥିଲା । ଏହି ବିବାଦ ଅନୁସାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ସମୟରେ ଏକ ରାଜନୈତିକ ସଂସ୍ଥାଦ୍ୱାରା ବିଜ୍ଞାପନ ଦେବା ପାଇଁ ୮୭ ନିୟୁତ ବ୍ୟବହରକରିଙ୍କ ନିଜସ୍ୱ ତଥ୍ୟର ଅପବ୍ୟବହାର କରାଯାଇଥିଲା । ଏହି ଅପବ୍ୟବହାର ପରେ ଫେସବୁକରେ ଥିବା ବହୁତ ଗୁଡିଏ ତ୍ରୁଟି ସାମ୍ନାକୁ ଆସିଥିଲା । ଏବଂ ଏହାପରେ ବହୁତ ବିଶିଷ୍ଟ ବ୍ୟକ୍ତି ନିଜ ନିଜ ଫେସବୁକ ଏବଂ ଇଂଷ୍ଟାଗ୍ରାମକୁ ବନ୍ଦ କରାଇ ଦେଇଥିଲେ ।
ଶୈଳୀ ଓ ବଦଳସମ୍ପାଦନ କରନ୍ତୁ
ଫେସବୁକ ୱେବସାଇଟରେ ଖାଲି ନୀଳ ଏବଂ ଧଳା ରଙ୍ଗର ବ୍ୟବହାର କରାଯାଏ । ଏବେ ଏଥିରେ ଟାଇମଲାଇନ ନାମକ ଏକ ଡିଜାଇନ ଅଣାଯାଇଛି । ଏହା ସହିତ ଏବେ ଏଥିରେ ଭିଡିଓ ଚାଲିବାର ବ୍ୟବସ୍ଥା ମଧ୍ୟ ହୋଇଅଛି ।
ଆଧାରସମ୍ପାଦନ କରନ୍ତୁ
- ↑ "Press Info", ଫେସବୁକ ମେ ୨୭, ୨୦୧୧ ।
- ↑ "Facebook.com – Traffic Details from Alexa". Alexa Internet. Retrieved February 7, 2011. Cite journal requires
|journal=
(help) - ↑ "Goldman to clients: Facebook has 600 million users". MSNBC. January 5, 2011. Retrieved July January 15, 2011.
- ↑ [businessinsider.com]
- ↑ Locke, Laura (July 17, 2007). "The Future of Facebook". Time. New York. Retrieved November 13, 2009.
- ↑ Tabak, Alan J. (February 9, 2004). "Hundreds Register for New Facebook Website". The Harvard Crimson. Retrieved November 7, 2008.
- ↑ http://www.newyorker.com/archive/2006/05/15/060515fa_fact_cassidy
- ↑ https://www.firstpost.com/tech/news-analysis/facebook-announces-digital-skilling-program-for-tribal-girls-in-5-indian-states-6041531.html
ବାହାର ଲିଙ୍କସମ୍ପାଦନ କରନ୍ତୁ
- ଉଇକିଅଭିଧାନ ମାନେ ହେଲା ଫେସବୁକ
- ଫେସବୁକ ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନ୍ସରେ ଥିବା ମିଡ଼ିଆ
- Official website
- ଟୁଇଟରରେ ଫେସବୁକ
- ନିଉଅର୍କ ଟାଇମ୍ସରେ ସଂଗ୍ରହକରାଯାଇଥିବା ଖବର
- ଫେସବୁକ-ଟେଲିଗ୍ରାଫର ଖବର'
ତୁଳନାବୁକ ଓ ଗୁଗତୁଳନାiଳନାi ତୁଳIndiman
ତୁଳନା