‌ନମ୍ରତା ଥାପା‌ (ଜନ୍ମ: ୯ ଅଗଷ୍ଟ ୧୯୮୬) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ସ୍ତ୍ରୀ ତେରି କାହାନୀ, ଝିଲ୍‌ମିଲ୍ ସୀତାରୋ କା ଆଙ୍ଗନ୍ ହୋଗା ଏବଂ ୟାହାଁ ମେଁ ଘର ଘର ଖେଲି‌ ଆଦିରେ ନମ୍ରତା ଅଭିନୟ କରିଥିଲେ । ନମ୍ରତା ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ଆଇ ଲଭ୍ ୟୁରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧] ଏହା ପରେ ସେ ତୋ' ପାଇଁ, ପ୍ରେମ ଋତୁ ଆସିଲାରେ, ରସିକ ନାଗର, ମୁଁ ତତେ ଲଭ୍ କରୁଛି ଭଳି କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ନମ୍ରତା ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ହିନ୍ଦୀ କଥାଚିତ୍ର ‌ନ‌କ୍ ଆଉଟ୍‌ ଏବଂ ‌ପ୍ରେମ ରତନ ଧନ୍ ପାୟୋ‌ରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

ନମ୍ରତା ଥାପା
ଜନ୍ମ
ନମ୍ରତା ଥାପା

(1986-08-09) ୯ ଅଗଷ୍ଟ ୧୯୮୬ (ବୟସ ୩୬)
ବୃତ୍ତିଅଭିନେତ୍ରୀ
Years active୨୦୦୪–ଏବେଯାଏଁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ନମ୍ରତା ୯ ଅଗଷ୍ଟ ୧୯୮୬ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ମୁମ୍ବାଇରେ ବାସ କରୁଛନ୍ତି ।[୩]

ଅଭିନୟ ଜୀବନସମ୍ପାଦନ କରନ୍ତୁ

ନମ୍ରତା ଷ୍ଟାର ପ୍ଲସ୍‌ରେ ଧାରାବାହିକ ମଧ୍ୟମରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ନମ୍ରତା ୧୬ ବର୍ଷ ବୟସରେ ଦିଲ୍ଲୀରେ ପଢ଼ୁଥିବାବେଳେ ମଡେଲିଂ ଆରମ୍ଭ କରିଥିଲେ । ୧୮ବର୍ଷ ବୟସରେ ସେ ଅଭିନୟ ପାଇଁ ମୁମ୍ବାଇ ଆସିଥିଲେ । [୪] ମୁମ୍ବାଇକୁ ଆସିବା ପରେ ନମ୍ରତାଙ୍କର ପ୍ରଥମ ଧାରାବାହିକ ଥିଲା ‌ବୈଦେହି- ଏକ ଅଉର ଅଗ୍ନୀ ପରୀକ୍ଷା‌ । ଏହା ପରେ ‌ସ୍ତ୍ରୀ ତେରି କାହାନୀ‌, ‌ନାଗିନ୍‌, ‌କୁଛ୍ ଅପନ୍ କୁଛ୍ ପରାୟେ‌, ‌କ‌ହିଁ ତୋ ହୋଗା‌, ସି.ଆଇ.ଡି. ଭଳି କିଛି ଧାରାବାହିକରେ ଅଭିନୟ କରିଥିଲେ ।[୫]

ନମ୍ରତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ‌ତୋ ପାଇଁ‌ ଜରିଆରେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କଥାଚିତ୍ର ଆଇ ଲଭ୍ ୟୁ, ପ୍ରେମ ଋତୁ ଆସିଲାରେ, ରସିକ ନାଗର, ମୁଁ ତୋତେ ଲଭ୍ କରୁଛି, ମିତରେ ମିତ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିମନ୍ୟୁ ଚଳଚ୍ଚିତ୍ରରେ ସେ ଆଇଟମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । ନମ୍ରତା ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗାଳା ଏବଂ ଭୋଜପୁରୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ‌ନ‌କ୍ ଆଉଟ୍‌ ଏବଂ ‌ପ୍ରେମ ରତନ ଧନ୍ ପାୟୋ‌ରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୬]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭାଷା
୨୦୦୫ ତୋ ପାଇଁ ଓଡ଼ିଆ
ଆଇ ଲଭ୍ ୟୁ ଓଡ଼ିଆ
ଦୁଲ୍‌ହା ମିଲାଲ୍ ଦିଲ୍‌ଦାର୍
ପ୍ରିୟା ମୋ ପ୍ରିୟା
୨୦୦୬ ପ୍ରେମ ଋତୁ ଆସିଲାରେ ଓଡ଼ିଆ
ଆଇ ଲଭ୍ ମାଇଁ ଇଣ୍ଡିଆ ଓଡ଼ିଆ
୨୦୦୭ ମୁଁ ତୋତେ ଲଭ୍ କରୁଛି ଓଡ଼ିଆ
ରସିକ ନାଗର ଓଡ଼ିଆ
୨୦୦୮ ଗୋଲ୍‌ମାଲ୍ ବଙ୍ଗଳା
ଘର ଜମାଇ ବଙ୍ଗଳା
୨୦୦୯ ମିତରେ ମିତ ଓଡ଼ିଆ
ଅଭିମନ୍ୟୁ ଓଡ଼ିଆ
୨୦୧୦ ନ‌କ୍ ଆଉଟ୍ ହିନ୍ଦୀ
୨୦୧୧ ୧୪୩ ଆଇ ଲଭ ୟୁ ଓଡ଼ିଆ
୨୦୧୪ ସିନ୍ଦୂର
ଗଞ୍ଜା ଲଢ଼େଇ ଓଡ଼ିଆ
୨୦୧୫ ପ୍ରେମ୍ ରତନ୍ ଧନ୍ ପାୟୋ ହିନ୍ଦୀ

ଆଧାରସମ୍ପାଦନ କରନ୍ତୁ

  1. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  2. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  3. "Namrata's big screen switch". The Telegraphic.com. 2012-10-04. Retrieved 27 March 2017.
  4. "I can live without food but I can't live without acting: Namrata Thapa". Santa Banta. 2009-12-08. Retrieved 2017-03-27.
  5. "Oriya and Bengali film actress Namrata Thapa". Odia Cinema Actors Actresses. Retrieved 27 March 2017.
  6. "I love Odia films most: Namrata Thapa". Times Of India. 2012-08-24. Retrieved 27 March 2017.

ଅଧିକ ତ‌ଥ୍ୟସମ୍ପାଦନ କରନ୍ତୁ