ତୁ ଥାଆ ମୁଁ ଯାଉଚି ରୁଷି

୨୦୧୦ର ଓଡ଼ିଆ କଥାଚିତ୍ର

ତୁ ଥାଆ ମୁଁ ଯାଉଚି ରୁଷି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତ୍ରିବେଣୀ କୁମାର ମହାନ୍ତି । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶ୍ରୀତମ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ର ପାଇଁ ଅଭିଜିତଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପ୍ରଥମଥର ପାଇଁ ଶ୍ରେଷ୍ଠ ସଙ୍ଗୀତଁଜ୍ଞ ପୁରସ୍କାର ପାଇଥିଲେ ।

ତୁ ଥାଆ ମୁଁ ଯାଉଚି ରୁଷି
ନିର୍ଦ୍ଦେଶକଶ୍ରୀତମ ଦାସ
ପ୍ରଯୋଜକତ୍ରିବେଣୀ କୁମାର ମହାନ୍ତି
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଶ୍ରୀତମ ଦାସ
କାହାଣୀଶ୍ରୀତମ ଦାସ
କଳାକାରଅରିନ୍ଦମ ରାୟ, କୋଏଲ ବାନାର୍ଜୀ, ମିହିର ଦାସ, ଉଷସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ହର ପଟ୍ଟନାୟକ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରମେଶ ବାବୁ
ମୁକ୍ତିଲାଭ ତାରିଖ
୧୬ ଡିସେମ୍ବର ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ କୋଏଲ୍ ବାନାର୍ଜୀ ।[୨] ମିହିର ଦାସ, ଉଷାସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ଦେବାଶିଷ ପାତ୍ର, ସୁରେଶ ବଳ, ପ୍ରଦ୍ୟୁମ୍ନ ଲେଙ୍କା, ହର ପଟ୍ଟନାୟକ, ସରୋଜ ଦାସ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୦ ମସିହାର ଡିସେମ୍ବର ୧୬ ତାରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଜରିଆରେ ଶ୍ରୀତମ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୩]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ତପୁ ମିଶ୍ର, ଉଦିତ ନାରାୟଣ, ପମି, ମାନସ ପ୍ରୀତମ, ବାବୁଲ ସୁପ୍ରିଓ କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଏଇ ମୋ ମନ କଲମରେ" 
2."ବୟସର ରଙ୍ଗ ଲାଗିଛି" 
3."ମୁଁ ତ‌ତେ ଛାଡ଼ି" 
4."ମୋ ନୀଳପରୀ ତୁ" 
5."ରାତି ଛୋଟକୁ ଏଠି ସପନ ବେଶି" 

ଆଧାର ସମ୍ପାଦନା

  1. "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍‌ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.
  2. "Koyel Oriya Actress". Incredible Orissa. 19 April 2012. Retrieved 27 March 2018.
  3. "ଆସୁଛି 'ଆଇନା'". ସକାଳ. No. ଭୁବନେଶ୍ୱର. 28 May 2023. p. 2. Archived from the original on 29 September 2023. Retrieved 29 September 2023.
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା