ପପୁ ପମ ପମ (ଅନ୍ୟନାମ "ପପୁ", ତତ୍ତ୍ୱ ପ୍ରକାଶ ଶତପଥୀ ନାମରେ ଜନ୍ମିତ) ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ।[୨] ସେ ୨୦୧୫ ମସିହା ସୁଦ୍ଧା ୧୫ଟି ଓଡ଼ିଆ କଥା ଚିତ୍ରରେ ଅଭିନୟ କରିସାରିଛନ୍ତି ।

ପପୁ ପମ ପମ
Papu PomPom.jpg
ଜନ୍ମ ଓ ଜନ୍ମସ୍ଥାନ (1978-05-26) ୨୬ ମଇ ୧୯୭୮ (ବୟସ ୪୪)
ନୂଆସାହି,କପ୍ତିପଦା, ମୟୂରଭଞ୍ଜ
ଜାତୀୟତାଭାରତୀୟ
ଜୀବିକାକଥାଚିତ୍ର ଅଭିନୟ
ପ୍ରସିଦ୍ଧିଅଭିନେତା
ଜୀବନସାଥିସଙ୍ଗିତା ଶତପଥୀ
ସନ୍ତାନସ୍ୱ ଓଁ
ଅଦିତି[୧]
ବାପା ବୋଉହେମନ୍ତ କୁମାର ଶତପଥୀ
ମୀରା ମଞ୍ଜରୀ ଶତପଥୀ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ '୧୯୭୮ ମସିହା ମଇ ୨୬' ତାରିଖରେ ଏକ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ 'ଯାଦୁବିଦ୍ୟା' ପାଇଁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ । ପପୁ ପିଲା ଦିନରୁ ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୦୦ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି । ସେ ଉଦଳା କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟର ନାଟ୍ୟସଂସଦର ସମ୍ପାଦକ ମଧ୍ୟ ଥିଲେ ।

ଅଭିନୟ ଜୀବନସମ୍ପାଦନ କରନ୍ତୁ

ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ୱର ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ଏହାପରଠାରୁ ସେ ତରଙ୍ଗ ଟିଭିତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ।

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

୨୦୧୪ ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ[୩] ଟିକେଟରେ ଲଢି ପରାଜୟ ବରଣ କରିଥିଲେ ।[୪]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୫ ତୁ ମୋ ଆଖିର ତାରା ପପୁ
ପ୍ରଥମ ପ୍ରେମ
୨୦୦୬ ଦେ ମା ଶକ୍ତି ଦେ ମକରା
୨୦୧୦ ଆଖି ପଲକରେ ତୁ ପପୁ
ତୋ ଆଖିରେ ମୁଁ ଗୌରା
ସଞ୍ଜୁ ଆଉ ସଞ୍ଜନା ସଞ୍ଜୁର ସାଙ୍ଗ
ମେଘ ସବାରୀରେ ଆସିବ ଫେରି ପପୁ
ଦିୱାନା
୨୦୧୧ ମୋଷ୍ଟ ୱାଣ୍ଟଡ କମ୍ପ୍ୟୁଟର ବେହେରା
ଛାତିରେ ଲେଖିଚି ତୋରି ନାଁ ଲାଲୁ
ତୁ ମୋ ଗାର୍ଲଫ୍ରେଣ୍ଡ ଶାବୁ
ବାଳୁଙ୍ଗା ଟୋକା ବବ୍‌ଲି
୨୦୧୨ କେବେ ତମେ ନାହଁ କେବେ ମୁଁ ନାହିଁ
ରଙ୍ଗିଲା ଟୋକା ଶିବୁ ପ୍ରଧାନ (ନାୟକ)
୨୦୧୨ ଏସିପି ସାଗରିକା ଇନିସ୍‌ପେକ୍ଟର ଯେନା
ଚଉକା ଛକା ବୁଲା
୨୦୧୪ ଆମେ ତ ଟୋକା ଷଣ୍ଢ ମାର୍କା
୨୦୧୫ ପିଲାଟା ବିଗିଡ଼ି ଗଲା ଟୁଇଟର
ଆଶିକ୍ ପପୁ ଦାଦା
୨୦୧୬ ତୁ କହିବୁ ନା ମୁଁ ଅଶୋକ
ବାଏ ବାଏ ଦୁବାଇ
ଲଭ୍ ଷ୍ଟେସନ ଅଟୋ ଡ୍ରାଇଭର
ହେ ପ୍ରଭୁ ଦେଖା ଦେ
୨୦୧୭ ଦିଲ୍ କା ରାଜା
କଥାଦେଲି ମଥା ଛୁଇଁ
ସୀତାରାମଙ୍କ ବାହାଘର କଳିଯୁଗରେ
ସୁନାପିଲା- ଟିକେ ସ୍କୃ ଢିଲା
ଜଷ୍ଟ ମୋହବତ୍
ମୁଁ ଖାଣ୍ଟି ଓଡ଼ିଆ ଝିଅ
ଭୈରବ

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ଫାଲ୍‌ତୁ କଥା ତରଙ୍ଗ ମ୍ୟୁଜିକ
ଫକଡ଼ରାମ ଗିରିଧାରୀ ତରଙ୍ଗ ମ୍ୟୁଜିକ ଫକଡ଼ରାମ
ଏକ୍ସକ୍ୟୁଜ୍ ମି ତରଙ୍ଗ ଟିଭି ସାକ୍ଷାତକାର ଦେବାକୁ ଆସୁଥିବା ଅତିଥି
ପପୁଙ୍କ ସେଲୁନ୍ ତରଙ୍ଗ ଟିଭି ଚୁଟିକଟା ବାରିକ
ଏକ୍ସକ୍ୟୁଜ୍ ମି ଯାହା କ‌ହିବି ସତ କ‌ହିବି ତରଙ୍ଗ ଟିଭି ଅପରାଧୀ
ଡିଙ୍ଗ ଡଙ୍ଗ୍ ଏକ୍ସକ୍ୟୁଜ୍ ମି ତରଙ୍ଗ ଟିଭି ମିଶ୍ରବାବୁଙ୍କ ଘରର ଅତିଥି
ଡି ଫୋକସ୍ @ ୯ ଫୋକସ୍ ଓଡ଼ିଶା
ଗାଁ ଆଖଡ଼ା ତରଙ୍ଗ ଟିଭି ବିଚାରକ
ଏକ୍ସକ୍ୟୁଜ୍ ମି ଏଥର ମିଛ କ‌ହିବି ତରଙ୍ଗ ଟିଭି
ତରଙ୍ଗ ପରିବାର ମହାମୁକାବିଲା ତରଙ୍ଗ ଟିଭି ଉପସ୍ଥାପକ
ମୋ ଗାଁର ସ୍ୱର ତରଙ୍ଗ ମ୍ୟୁଜିକ ବିଚାରକ/ଉପସ୍ଥାପକ

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

ତରଙ୍ଗ ଟିଭିଦ୍ୱାରା ଆୟୋଜିତ ତରଙ୍ଗ ସିନେ ଆୱାର୍ଡସରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

ଗ୍ୟାଲେରିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ବ୍ୟକ୍ତିତ୍ୱ". No. ନିତିଦିନ ୨୪/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 24 May 2019.
  2. "Papu Pom Pom to make a comeback as Chulbul Pandey". odishasuntimes.com. Eastern Media. Retrieved 24 May 2019.
  3. "BJD, BJP ahead of Congress in Champua". www.orissapost.com. Orissa Post. Retrieved 24 May 2019.
  4. "Not in race but Sana is taller than Naveen in Champua". www.newindianexpress.com. Indian Express. Retrieved 24 May 2019.

ବାହାର ଆଧାରସମ୍ପାଦନ କରନ୍ତୁ