ରବି ମିଶ୍ର

ଓଡ଼ିଆ ହାସ୍ୟ ଅଭିନେତା

ରବି ମିଶ୍ର (ମୃତ୍ୟୁ: ୨୦ ଜାନୁଆରୀ ୨୦୨୧) ଜଣେ ଓଡ଼ିଆ ହାସ୍ୟ ଅଭିନେତା ଥିଲେ, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ସିଡି ଫିଲ୍ମ ଏବଂ ମଞ୍ଚ ନାଟକରେ ଅଭିନୟ କରୁଥିଲେ [୧]ଡିଡି ଓଡ଼ିଆରେ ପ୍ରସାରତି କାର୍ଯ୍ୟକ୍ରମ ଗୋପାଳର ରହସ୍ୟରେ ସେ ଗୋପାଳ ଭାଣ୍ଡ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ତାଙ୍କୁ ଘରେ ଘରେ ପରଚିତ କରାଇଥିଲା ।[୨] ୧୯୭୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ରାମାୟଣ[୩] ଭାଇ ହେଲା ଭଗାରି, ସକଳ ତୀର୍ଥ ତୋ ଚରଣେ, ସୌଭାଗ୍ୟବତୀ, ଧଉଳି ଏକ୍ସପ୍ରେସ୍ ଭଳି ଅନେକ ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪]

ରବି ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୧୬ ଅକ୍ଟୋବର ୧୯୫୪(1954-10-16)
ମୃତ୍ୟୁ୨୦ ଜାନୁଆରୀ ୨୦୨୧(୨୦୨୧-୦୧-୨୦) (୬୪ ବର୍ଷ)
ଜୀବିକାଓଡ଼ିଆ ଅଭିନେତା
କାର୍ଯ୍ୟକାଳ୧୯୭୯ - ୨୦୨୧
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଲକ୍ଷ୍ମୀର ଅଭିସାର ପାଇଁ)

ଜନ୍ମ ଓ ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ରବି ମିଶ୍ର ୧୯୫୪ ମସିହାରେ ଅକ୍ଟୋବର ୧୬ରେ ଯାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩]

ଅଭିନୟ ଜୀବନସମ୍ପାଦନ କରନ୍ତୁ

ରବି ମିଶ୍ର କଲେଜରେ ପାଠ ପଢ଼ିବା ସମୟରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ସ୍ନାତକ ପଢ଼ିବାବେଳେ ତାଙ୍କର ମହାବିଦ୍ୟାଳୟର ଏକ ନାଟକରେ ଜଣେ ମାରୁଆଡ଼ି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୯୭୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଧୀର ବିଶ୍ୱାଳଙ୍କ ପ୍ରଯୋଜିତ ରାମାୟଣ, ଯେଉଁଥିରେ ସେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ୧୭ ଜାନୁଆରୀ ୨୦୨୦ରେ ନନ୍ଦିଘୋଷ ଟିଭିକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ସେ କୁସ୍ତି କରୁଥିଲେ, ତେଣୁ ଜଣେ ପହିଲୀମାନ ଭାବରେ ତାଙ୍କୁ ସୁଗ୍ରୀବ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା ।[୩] ସେ ଓଡ଼ିଆ କଥାଚିତ୍ର ଜଗତରେ ଉଭୟ ସକାରତ୍ମକ ଏବଂ ଖଳନାୟକ ଭୂମିକାରେ କାର୍ଯ୍ୟ କରିଥିଲେ ।[୫]

ରବି କଥାଚିତ୍ରରେ ଅଭିନୟ କରିବା ପରେ ଡିଡି ଓଡ଼ିଆର ପ୍ରଥମ ଧାରାବାହିକ କଲିକତି ଚେଙ୍କରେ ଅଭିନୟ କରିଥିଲେ । ସେ ଡିଡି ଓଡ଼ିଆର ୨୯ଟି ଧାରାବାହିକରେ ଅଭିନୟ କରିଥିଲେ । ୧୯୯୧ ମସିହାରେ ନୂଆବର୍ଷ ଅବସରରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମ ଦର୍ପଣରେ ଯଦୁମଣିଙ୍କ ଭୂମିକା ରବି ମିଶ୍ରଙ୍କର ଅଭିନୟ ଜୀବନର ମୋଡ଼ ବଦଳାଇଥିଲା । ତାଙ୍କ ଅଭିନୀତ ଗୋପାଳ ଭାଣ୍ଡ ଚରିତ୍ର ଦର୍ଶକଙ୍କଦ୍ୱାରା ଆଦୃତ ହୋଇଥିଲା ଏବଂ ସେ ସେହି ଚରିତ୍ର ନାମରେ ଖ୍ୟାତିଲାଭ କରିଥିଲେ ।[୬][୭] ସେ ତାଙ୍କର ମୃତ୍ୟୁଯାଏଁ ଅଭିନୟ କରୁଥିଲେ । ତାଙ୍କ ମୃତ୍ୟବେଳକୁ ସେ ଜୀ ସାର୍ଥକହେ ପ୍ରଭୁ ନାମକ ଏକ ଧାରାବାହିକରେ ଜେଜେ ଭୂମିକାରେ କରୁଥିଲେ ।[୮][୯]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୭୯ ରାମାୟଣ ସୁଗ୍ରୀବ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୫ ସକଳ ତୀର୍ଥ ତୋ ଚରଣେ ପ୍ରତାପ ଖଳନାୟକ
୧୯୯୮ ସୌଭାଗ୍ୟବତୀ ସଚି
ଲକ୍ଷ୍ମୀର ଅଭିସାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ
୧୯୯୯ ରାକ୍ଷୀ ଭିଜିଗଲା ଆଖି ଲୁହରେ
ମା ପରି କିଏ ହେବ
ଧର୍ମ ନିକିତି
୨୦୦୨ ରଙ୍ଗ୍ ନମ୍ବର
ମନ ରହିଗଲା ତୁମରି ଠାରେ କୁଞ୍ଜ ବିହାରୀ ମିଶ୍ର
୨୦୦୩ ମା ମଙ୍ଗଳା
୨୦୦୪ ଜ୍ୱାଇଁର ଚଉକାକୁ ଶଶୁରର ଛକା ଶଶୁର ସିଡି ଫିଲ୍ମ
୨୦୦୫ ଅର୍ଜୁନ କୁଳମଣି ସାମଲ
୨୦୦୬ ପ୍ରିୟା ମୋ ଆସିବ ଫେରି ରାମ ନାରାୟଣ ପଣ୍ଡା
ଶଶୁରଘର ଜିନ୍ଦାବାଦ ବାହାଘର ପଣ୍ଡିତ
୨୦୦୭ ରସିକ ନାଗର ରାଜାର ବାପା
ମୋନିକା ଓ ମାଇଁ ଡାର୍ଲିଙ୍ଗ
ଧଉଳି ଏକ୍ସପ୍ରେସ୍ ପଚା/ଦୋକନର ମାଲିକ
୨୦୦୮ ସତ୍ୟ ମେବ ଜୟତେ ଦିନା
୨୦୦୯ ମୁଖ୍ୟମନ୍ତ୍ରୀ ବିଧାୟକ
୨୦୧୦ ତତେ ଭଲ ପାଉଛି ବୋଲି
୨୦୧୨ ଲଭ୍ ମାଷ୍ଟର ପୁରୋହିତ
୨୦୧୩ ରୁମ୍‌କୁ ଝୁମାନା ନିତ୍ୟାନନ୍ଦ
ତୁ ମୋ ଦେହର ଛାଇ
୨୦୧୫ ଆପନା ହାତ ଜଗନ୍ନାଥ
୨୦୧୯ ମାଲ୍ ମହୁ ଜୀବନ ମାଟି

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
କଲିକତି ଚେଙ୍କ ଡିଡି ଓଡ଼ିଆ ଡିଡି ଓଡ଼ିଆର ପ୍ରଥମ ଧାରାବାହିକ
ଗୋପାଳ ରହସ୍ୟ ଡିଡି ଓଡ଼ିଆ ଗୋପାଳ ଭାଣ୍ଡ
ଦେବୀ ଦୁର୍ଗା ଡିଡି ଓଡ଼ିଆ
ବଡ଼ ଘର ବଡ଼ ଗୁମର କଥା ଇ ଟିଭି ଓଡ଼ିଆ ଅଞ୍ଜଳୀର ବାପା
ଶଙ୍ଖା ସିନ୍ଦୂର ତରଙ୍ଗ ଟିଭି ଜେଜେବାପା
କାଳିଜାଇ ତରଙ୍ଗ ଟିଭି ଜେମାମଣିଙ୍କ ଗୁମାସ୍ତା
ହେ ପ୍ରଭୁ ଜୀ ସାର୍ଥକ ଜେଜେ

ପୁରସ୍କାରସମ୍ପାଦନ କରନ୍ତୁ

ରବି ମିଶ୍ରଙ୍କୁ ଓଡ଼ିଆ କଥାଚିତ୍ର ଲକ୍ଷ୍ମୀର ଅଭିସାର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୩]

ମୃତ୍ୟୁସମ୍ପାଦନ କରନ୍ତୁ

ରବି ୨୦୨୧ ମସିହାର ଜାନୁଆରୀ ୨୦ ତାରିଖରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୧୦] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।[୧] ୧୯ ଜାନୁଆରୀ ୨୦୨୧ରେ ସେ ଏକ ସୁଟିଂରେ ହୃଦ୍‌ଘାତ ହେବାର ଅଭିନୟ କରୁଥିବାବେଳେ ତାଙ୍କୁ ଯନ୍ତ୍ରଣା ଅନୁଭବ ହେଇଥିଲା ଏବଂ ପରେ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।[୧୧][୧୨] ତାଙ୍କର ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକ ପ୍ରକାଶ କରିଥିଲେ ।[୧୩]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Odia Actor Rabi Mishra Passes Away In Capital City Of Odisha". KalingaTV. 20 January 2021. Archived from the original on 20 January 2021. Retrieved 20 January 2021.
  2. "Veteran Odia Actor Rabi Mishra Passes Away". Pragativadi. 20 January 2021. Archived from the original on 20 January 2021. Retrieved 20 January 2021.
  3. ୩.୦ ୩.୧ ୩.୨ ୩.୩ "ଆଜି ପ୍ରଣାମ ଓଡ଼ିଶାର ଅତିଥି ହାସ୍ୟଅଭିନେତା ରବି ମିଶ୍ର". ନନ୍ଦିଘୋଷ ଟିଭି. YouTube. 17 January 2020. Retrieved 20 January 2021.
  4. Mohapatra, Rajendra Prasad (20 January 2021). "Eminent Odia Actor Rabi Mishra Dies Of Cardiac Arrest | OTV News". OTV News (in English). Bhubaneswar. Archived from the original on 20 January 2021. Retrieved 20 January 2021.{{cite news}}: CS1 maint: unrecognized language (link)
  5. "'Gopala Rahasya' fame Rabi Mishra no more | Sambad English". Sambad English (in English). Bhubaneswar: sambadenglish.com. 20 January 2021. Archived from the original on 20 January 2021. Retrieved 20 January 2021.{{cite news}}: CS1 maint: unrecognized language (link)
  6. "ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ". ସମାଜ. ଭୁବନେଶ୍ୱର: Samaja Live. 20 January 2021. Retrieved 20 January 2021.
  7. "Eminent Ollywood actor Rabi Mishra passes away". ପ୍ରମେୟ (in English). Bhubaneswar. 20 January 2021. Archived from the original on 20 January 2021. Retrieved 20 January 2021.{{cite news}}: CS1 maint: unrecognized language (link)
  8. "Famous Odia TV show Gopala Rahasya actor Rabi Mishra passes away - OrissaPOST". OrissaPOST (in English). Bhubaneswar. 20 January 2021. Archived from the original on 20 January 2021. Retrieved 20 January 2021.{{cite news}}: CS1 maint: unrecognized language (link)
  9. lenka, Rashmipriya (20 January 2021). "ଆରପାରିରେ ଓଲିଉଡ଼ ଅଭିନେତା ରବି ମିଶ୍ର". ନନ୍ଦିଘୋଷ ଟିଭି. Archived from the original on 20 January 2021. Retrieved 20 January 2021.
  10. "ଜଣାଶୁଣା ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ". OTV Khabar. 20 January 2021. Archived from the original on 20 January 2021. Retrieved 20 January 2021.
  11. "ସତ ହୋଇଗଲା ଅଭିନୟ; ନୀରବି ଗଲେ ରବି ମିଶ୍ର". Odisha Reporter (in ଓଡ଼ିଆ). 20 January 2021. Archived from the original on 20 January 2021. Retrieved 20 January 2021.{{cite news}}: CS1 maint: unrecognized language (link)
  12. "ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ". Zee Odisha. ଭୁବନେଶ୍ୱର. 20 January 2021. Archived from the original on 20 January 2021. Retrieved 20 January 2021.
  13. "ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ | Sambad". ସମ୍ବାଦ. sambad.in. 20 January 2021. Retrieved 20 January 2021.

ବାହାର ଆଧାରସମ୍ପାଦନ କରନ୍ତୁ