ବବି ମିଶ୍ର

ଓଡ଼ିଆ ଅଭିନେତା

ବବି ମିଶ୍ର ଜଣେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଏବଂ ଆଲବମ୍ ଗୀତ ଅଭିନେତା । ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ହାସ୍ୟ ଅଭିନେତା, ସ‌ହ ଅଭିନେତା ଏବଂ ଖଳନାୟକ ଭାବରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଆଧୁନିକ ଆଲବମ୍‌ର ଅନେକ ଗୀତରେ ନୃତ୍ୟ କରିଥିଲେ । ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ରରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ।[୧] ଏହାପରେ ସେ ଚଳଚ୍ଚିତ୍ର ସ‌ହ ଦୂରଦର୍ଶନର ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ବବି ମିଶ୍ର
Born
ବବି ମିଶ୍ର

Occupation(ଓଡ଼ିଆ) ଅଭିନେତା
Years active୧୯୯୯-ଏବେଯାଏଁ
Spouseକୋଏଲ ମିଶ୍ର

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅଭିନୟ ଜୀବନ ସମ୍ପାଦନା

ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ ।[୨][୩] ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା ।[୪] ଧୀରେ ଧୀରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଅଭିମନ୍ୟୁ, ପ୍ରେମ ରୋଗୀ ଆଦି ଚଳଚ୍ଚିତ୍ରରେ ସେ ଖଳାନାୟକ ଭାବରେ ଅଭିନୟ କରିଥିଲେ ।[୫] ଏଥିସ‌ହ ସେ ସ‌ହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ ।

ବବି ମିଶ୍ର ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୬] କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ ।

କଥାଚିତ୍ର ଏବଂ ଆଲବମ୍ ବ୍ୟତୀତ ବବି ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଧାରାବାହିକ 'ଜୀବନ ସାଥୀ'ରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୯ ଜୟ ଶ୍ରୀରାମ ପିଣ୍ଟୁ ମହାନ୍ତି ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୩ ନାରୀ ଆଖିରେ ନିଆଁ
୨୦୦୫ ତୋ ପାଇଁ
୨୦୦୭ ଫେରିଆ ମୋ ସୁନା ଭଉଣୀ[୭]
ମୁଁ ତତେ ଲଭ୍ କରୁଚି
ଚକା ଚକା ଭଉଁରୀ ଆଲୋକ
ରସିକ ନାଗର କେସବ ପ୍ରଜାପତି
ଲାଲ ଟୁକୁ ଟୁକୁ ସାଧବ ବୋହୂ ବଣ୍ଟି
୨୦୦୮ ମତେ ତ ଲଭ୍ ହେଲାରେ ରାଜା
ନନ୍ଦିନୀ ଆଇ ଲଭ୍ ୟୁ ବବି
୨୦୦୯ ପ୍ରେମରୋଗୀ ରୁଦ୍ରାକ୍ଷ
ଶତ୍ରୁ ସଂହାର ଅଜୟର ସାଙ୍ଗ
ଡ୍ରୀମ ଗାର୍ଲ
ଅଭିମନ୍ୟୁ[୮] ଶଙ୍କର
ଅସୀମା
୨୦୧୦ ଡନ୍ ରାଜୁ
ଆଖି ପଲକରେ ତୁ ଡି.ଜି. ମିର୍ଧା
ତୋ ଆଖିରେ ମୁଁ ଇନିସ୍‌ପେକ୍ଟର ଇନ୍ଦ୍ରଜିତ
ତୋତେ ଭଲ ପାଉଚି ବୋଲି ରକି
୨୦୧୧ ତୁ ମୋ ଗାର୍ଲଫ୍ରେଣ୍ଡ ଚକ୍ରଧର
୨୦୧୩ ତୁ ମୋ ସୁନା ତୁ ମୋ ହୀରା ପ୍ରେମ କୁମାର ତ୍ରିପାଠୀ ନାୟକ
ସଲାମ ସିନେମା
୨୦୧୪ ପୁଣି ଦେଖା ହେବ ଆର ଜନମରେ
୨୦୧୬ ଦେଲେ ଧରା କଥା ସରେ[୯]
୨୦୧୮ ହାପି ଲକି
୨୦୧୮ ଦୀପୁ ଦ ଡ୍ୟାନ୍ସ ବୟ
୨୦୧୮ ଯୋଉଠି ଥିଲେ ବି ତୁ ମୋର ମୁ୍କ୍ତିଲାଭ ଅପେକ୍ଷାରେ
୨୦୧୮ ନାୟକର ନାଁ ଦେବଦାସ ସୁଟିଂ ଚାଲିଛି

ଅଭିନୀତ ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ ଭୂମିକା
ଜୀବନ ସାଥୀ ସାର୍ଥକ ଟିଭି

ଆଧାର ସମ୍ପାଦନା

  1. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  2. "ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ". ଜୟ ଓଡ଼ିଶା. Archived from the original on 24 January 2018. Retrieved 19 January 2018.
  3. "ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗ୍‌ ନମ୍ବର' ଏବଂ 'ଜୟ ଶ୍ରୀରାମ'ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍‌!". sambd.in. 7 October 2017. Retrieved 19 January 2018.
  4. "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 September 2016. Retrieved 19 January 2018.
  5. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  6. "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
  7. "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.
  8. "ଅନୁଭବ ହିଁ ବନିଛନ୍ତି 'ଅର୍ଜୁନ' ଓ 'ଅଭିମନ୍ୟୁ'!". ସମ୍ବାଦ. 31 August 2017. Retrieved 19 January 2018.
  9. "ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ 'ଦେଲେ ଧରା କଥା ସରେ'". Kanak News. 4 July 2016. Retrieved 19 January 2018.

ବାହାର ଆଧାର ସମ୍ପାଦନା

ଇଣ୍ଟରନେଟ ମୁଭି ଡାଟାବେସରେ ବବି ମିଶ୍ର