ପ୍ରଦ୍ୟୁମ୍ନ ଲେଙ୍କା
ଅଭିନେତା ଓ ପ୍ରଯୋଜକ
ପ୍ରଦ୍ୟୁମ୍ନ ଲେଙ୍କା ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ପ୍ରାୟ ୧୦୦ରୁ ଅଧିକ କଥାଚିତ୍ର ଓ ନାଟକରେ ଅଭିନୟ କରିବା ସହିତ ପ୍ରାୟ ୨୧ଟି କଥାଚିତ୍ରରେ ପ୍ରଯୋଜକ ଓ ସହଯୋଗୀ ପ୍ରଯୋଜକ ଭାବରେ କାର୍ଯ୍ୟ କରିଛନ୍ତି ।
ପ୍ରଦ୍ୟୁମ୍ନ ଲେଙ୍କା | |
---|---|
ଜନ୍ମ | ୧୯୫୩ କପାସି,ନିଆଳି, କଟକ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ ଓ ଅଧ୍ୟାପକ |
ପିତାମାତା | ଅନ୍ତର୍ଯାମୀ ଲେଙ୍କା, ଶୈଳବାଳା ଲେଙ୍କା |
ଜୀବନୀ
ସମ୍ପାଦନାପରିବାର
ସମ୍ପାଦନାପ୍ରଦ୍ୟୁମ୍ନ ଲେଙ୍କା ପିତା ଅନ୍ତର୍ଯାମୀ ଲେଙ୍କା ଓ ମାତା ଶୈଳବାଳା ଲେଙ୍କାଙ୍କ ପୁତ୍ର ଭାବେ ୧୯୫୩[୧] ମସିହାରେ ଜନ୍ମଲାଭ କରିଥିଲେ । ସେ ନିଆଳି ନିକଟବର୍ତ୍ତୀ କପାସୀ ଗ୍ରାମରେ ଏକ ଉଚ୍ଚ ପରିବାରରେ ଜନ୍ମଲାଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାପିଲା ଦିନରୁ ସେ ମଞ୍ଚରେ ଅଭିନୟ କରୁଥିଲେ । କଲେଜରେ ଅଭିନୟ କରିବା ସମୟରେ ଗୁରୁ କୃଷ୍ଣଚନ୍ଦ୍ର ସିଂଙ୍କ ସହଯୋଗରେ ପ୍ରଦ୍ୟୁମ୍ନ ୧୯୭୪ ମସିହାରେ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନେତା ଭାବେ ଯୋଗ ଦେଇଥିଲେ ।
ଚାକିରି
ସମ୍ପାଦନା୧୯୮୧ ମସିହାରେ ପ୍ରଯୋଜକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପୂଜା ମୁକ୍ତିଲାଭ କରିଥିଲା । ଅଧ୍ୟାପନାକୁ ପେଷା ଭାବରେ ଗ୍ରହଣ କରିଥିବା ପ୍ରଦ୍ୟୁମ୍ନ , ୨୦୧୩ ମସିହାରେ ଅଳକା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତି ।
ଫିଲ୍ମରେ ଭୂମିକା
ସମ୍ପାଦନାଅଭିନେତା ଭାବରେ
ସମ୍ପାଦନା- ପ୍ରେମ ଏଟିଏମ୍ (୨୦୨୨)
- ଚକୋଲେଟ (୨୦୧୧)
- ପ୍ରେମ୍ ୱେଡ୍ସ ପ୍ରିୟା (୨୦୧୧)
- ତୁ ଥା ମୁଁ ଜାଉଛି ରୁଷି (୨୦୧୦)
- ସ୍ୱୟଂସିଦ୍ଧା (୨୦୧୦)
- ତୋ ଆଖିରେ ମୁଁ (୨୦୧୦)
- ତୁ ଥିଲେ ମୋ ଡର କାହାକୁ (୨୦୧୦)
- ସାତ ସୁରେ ବନ୍ଧା ଏ ଜୀବନ (୨୦୦୯)
- ଧିରେ ଧିରେ ପ୍ରେମ ହେଲା (୨୦୦୯)
- ପାଗଳ କରିଛି ପାଉଁଜି ତୋର (୨୦୦୯)
- ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮)
- ରସିକ ନାଗର (୨୦୦୭)
- ଅଗ୍ନିଶିଖା (୨୦୦୭)
- ଧଉଳି ଏକ୍ସପ୍ରେସ୍ (୨୦୦୭)
- ନାରୀ ନୁହେଁ ତୁ ନାରାୟଣୀ (୨୦୦୭)
- ପାଗଳ ପ୍ରେମୀ (୨୦୦୭)
- ଥ୍ୟାଙ୍କ ୟୁ ଭଗବାନ (୨୦୦୬)
- ଅର୍ଜୁନ (୨୦୦୫)
- ବିଧାତା (୨୦୦୩)
- ରଙ୍ଗ୍ ନମ୍ବର (୨୦୦୨)
- ବାବୁ ପର୍ଶୁରାମ (୨୦୦୦)
- ଶାଶୁ ହାତକଡ଼ି ଭାଉଜ ବେଡ଼ି (୧୯୯୯)
- ରାମ ଲକ୍ଷ୍ମଣ (୧୯୯୭)
- ପୁଅ ମୋର ଭୋଳାଶଙ୍କର (୧୯୯୬)
- ସୁହାଗ ସିନ୍ଦୂର (୧୯୯୬)
ପ୍ରଯୋଜକ ଭାବରେ
ସମ୍ପାଦନା- ଅର୍ଜୁନ (୨୦୦୫)
- ପୁଅ ମୋର ଭୋଳାଶଙ୍କର (୧୯୯୬)(ସହକାରି ପ୍ରଯୋଜକ)
- ଗୋଲାମ ଗିରି (୧୯୮୭)
- ପୂଜା (୧୯୮୧) (ସହକାରି ପ୍ରଯୋଜକ)
ଆଧାର
ସମ୍ପାଦନା- ↑ "କାହାଣୀରେ ବଡ଼ମାନଙ୍କ ଭୂମିକା ଆଗଭଳି ନାହିଁ". ଧରିତ୍ରୀ. ୧୯ ଫେବୃଆରୀ ୨୦୧୪. p. ୧୧. Retrieved 31 October 2015.
{{cite news}}
: Check date values in:|date=
(help)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରଦ୍ୟୁମ୍ନ ଲେଙ୍କା
ଉଇକିମିଡ଼ିଆ କମନ୍ସରେ ପ୍ରଦ୍ୟୁମ୍ନ ଲେଙ୍କା
ବାବଦରେ ମାଧ୍ୟମ ରହିଛି ।