ସିଦ୍ଧାନ୍ତ ମହାପାତ୍ର

ଓଡ଼ିଆ ଅଭିନେତା ଓ ରାଜନୀତିଜ୍ଞ

ସିଦ୍ଧାନ୍ତ ମହାପାତ୍ର‌ (ଜନ୍ମ ୪ ମଇ ୧୯୬୬) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ବିଜୁ ଜନତା ଦଳର ନେତା ।

ସିଦ୍ଧାନ୍ତ ମହାପାତ୍ର
ଭୁବନେଶ୍ୱରରେ ୨୫ ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅଭିଭାଷଣ ଦେବା ଅବସରରେ ସିଦ୍ଧାନ୍ତ ମହାପାତ୍ର ।
ଭୁବନେଶ୍ୱରରେ ୨୫ ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅଭିଭାଷଣ ଦେବା ଅବସରରେ ସିଦ୍ଧାନ୍ତ ମହାପାତ୍ର ।
ସାଂସଦ: ୧୫ଶ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଚନ୍ଦ୍ରଶେଖର ସାହୁ
ପର ଅଧିକାରୀଚନ୍ଦ୍ରଶେଖର ସାହୁ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-05-04) ୪ ମଇ ୧୯୬୬ (ବୟସ ୫୭)
ବ୍ରହ୍ମପୁର, ଓଡ଼ିଶା
ଜାତୀୟତାଭାରତୀୟ
ଜୀବନ ସାଥୀରଚନା ବାନାର୍ଜୀ (ବିବାହ ବିଚ୍ଛେଦ)[୧]
ମାମା ମିଶ୍ର
ସନ୍ତାନସାଇ ସମର୍ଥ
ବୃତ୍ତିକଥାଚିତ୍ର ଅଭିନୟ
ପ୍ରସିଦ୍ଧିଅଭିନେତା

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନ କରନ୍ତୁ

ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ୪ ମଇ ୧୯୬୬ରେ ଜନ୍ମ ଗ୍ରହଣ କରିଥିଲେ ।[୨] ସେ ବ୍ରହ୍ମପୁରରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କେନ୍ଦୁଝର ଧରଣୀଧର କଲେଜରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ।

ସିନେମା ଜୀବନ ସମ୍ପାଦନ କରନ୍ତୁ

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତଙ୍କ ପ୍ରଥମ ମୁକ୍ତିଲାଭ କରିଥିବା କଥାଚିତ୍ର ହେଲା ପଥର ଖସୁଛି ବଡ଼ଦେଉଳୁ , ୨୦୧୭ ସୁଦ୍ଧା ୧୩୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ବାପା ସୁପର୍‌ମ୍ୟାନ୍ ୨୦୨୩ ସୁଧାଂଶ ସାହୁ
ମୋ' ଦୁନିଆ ତୁ ହିଁ ତୁ[୩] ୨୦୧୩ ସୁଧାକର ବସନ୍ତ
୧୪୩ ଆଇ ଲଭ ୟୁ ୨୦୧୧
ମତେ ବୋହୂ କରି ନେଇ ଯା ୨୦୧୧ ବିକାଶ ଦାଶ
ବାହୁଡ଼ିବେ ମୋ ଜଗାବଳିଆ
ଚକା ଚକା ଭଉଁରୀ ୨୦୦୭ ଶୁଭେନ୍ଦୁ ସ୍ୱାଇଁ
ଯେ ପାଞ୍ଚେ ପର ମନ୍ଦ
ଧର୍ମର ହେବ ଜୟ
କଳ୍କୀ ଅବତାର ୧୯୯୯
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
ସିନ୍ଦୂର ନୁହେଁ ଖେଳଘର
ଶାଶୁଘର ଚାଲିଯିବି
ସନ୍ତାନ
ମନ ରହିଗଲା ତୁମରି ଠାରେ ୨୦୦୨ ମହମ୍ମଦ ମହସୀନ
ଯଶୋଦା ୧୯୯୬ ହର ପଟ୍ଟନାୟକ
ରଣଭୂମି ୧୯୯୫
ଗଙ୍ଗା ଯମୁନା ୧୯୯୭ ହର ପଟ୍ଟନାୟକ
ମୋ କୋଳ ତୋ ଝୁଲଣା ୨୦୦୧ ହିମାଂଶୁ ପରିଜା
ସିଂହବାହିନୀ ୧୯୯୮ ବସନ୍ତ ସାହୁ
ନାରୀ ଆଖିରେ ନିଆଁ
ଶ୍ରଦ୍ଧାଞ୍ଜଳି ୧୯୯୩ ପଙ୍କଜ ପାଣି

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ ଓ ଓଡ଼ିଶାର ବ୍ରହ୍ମପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ୨୦୦୯ ଏବଂ ୨୦୧୪ ମସିହାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ ।[୪]

ପୁରସ୍କାର ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. Sampad, Shilpi; Mohanty, Subhasish. "Rachna & I knew each other inside out". The Telegraph. Retrieved 16 January 2017.
  2. "Members Bioprofile". loksabhaph.nic.in. Retrieved 2 May 2021.
  3. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  4. http://eciresults.nic.in/statewiseS18.htm?st=S18
  5. "Odisha 23rd state film awards announced". mbctv.co.in. Retrieved 16 November 2012. Sidhanta Mohapatra was selected best actor for his film 'Eka Eka'

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ