ଜିନା ସାମଲ
ଜିନା ସାମଲ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ତୁଳସୀ, ଅପା ଏବଂ ତରଙ୍ଗ ଟିଭିରେ ପ୍ରସାରିତ କେମିତି ଏ ବନ୍ଧନରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪] ଚଳଚ୍ଚିତ୍ର ଧାରାବାହିକ ସହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ଜୀନା ସାମଲ | |
---|---|
![]() | |
ଜନ୍ମ | ସ୍ୱାତୀ ସାମଲ[୧] ୭ ଅକ୍ଟୋବର |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
Years active | ୨୦୦୭ରୁ-ଏବେଯାଏଁ |
ଜୀବନସାଥୀ | ରୁଦ୍ର ପାଣିଗ୍ରାହୀ (୨୦୧୭-ଏବେଯାଏଁ) |
ପୁରସ୍କାର(ଗୁଡ଼ିକ) | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର[୨] |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ଅଭିନୟ ଜୀବନସମ୍ପାଦନ କରନ୍ତୁ
ଜିନା ୨୦୦୭ ମସିହାରେ ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀରେ ନାୟିକା ଭାବେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହା ପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ରେ ଅଭିନୟ କରୁଥିଲେ । ଜିନାଙ୍କ ଅଭିନୀତ ପ୍ରମୁଖ ଆଲବମ୍ ହେଉଛି: ବାଟୋଇରେ ବାଟୋଇ, ସେଇ ବର୍ଷାରେ ଏବଂ ସଞ୍ଜ ନଇଁ ଗଲେ ଇତ୍ୟାଦି । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ତୁଳସୀ ଜରିଆରେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ପୁଣି ଇ ଟିଭିରେ ପ୍ରସାରିତ ଧାରାବାହିକ ଅପାରେ ନାୟିକା ଭାବରେ ଅଭିନୟ କରିଥିଲେ ।[୫] ଏହା ପରେ ସେ ଅପା ଧାରାବାହିକ ଛାଡ଼ି ତରଙ୍ଗ ଟିଭିରେ କେମିତି ଏ ବନ୍ଧନ ଧାରାବାହିକରେ ଅଭିନୟ କରିଥିଲେ ।
ଜିନା ଓଡ଼ିଆ କଥାଚିତ୍ର ଗଡ଼ବଡ଼, ତୋ ପାଇଁ ନେବି ମୁଁ ଶହେ ଜନମ, ଭାଇନା, କ'ଣ କଲା ସେ, ଡ୍ରିମ୍ ଗାର୍ଲ, ଗଳ୍ପ ନୁହେଁ ଅଳ୍ପ ଦିନର, ତୋ ବିନା ମୋ କାହାଣୀ ଅଧା, ଝିଅଟା ବିଗିଡ଼ିଗଲା, ପ୍ରେମର ନିଶା ନିଆରା ନିଆରାରେ ଅଭିନୟ କରିଛନ୍ତି ।[୬]
ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍ରେ ଜିନା ଜଣେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ମୁଁ ଖାଣ୍ଟି ଓଡ଼ିଆ ଝିଅ'ରେ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କର୍ଯ୍ୟକ୍ରମ କି ଭର୍ସେସ କାରେ ସେ ଝିଅମାନଙ୍କର ମୁଖିଆ ଭାବରେ କାର୍ଯ୍ୟ କରିଥିଲେ । ୨୦୧୭ ସେପ୍ଟେମର ୧ରୁ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ 'ଜିନାର ଜୀବନସାଥୀ'ରେ ସେ ମୁଖ୍ୟ ଭୂମିକାରେ ଥିଲେ । ଏହି କାର୍ଯ୍ୟକ୍ରମଦ୍ୱାରା ବଛାଯିବା ପିଲାକୁ ସେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା ।[୭]
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ଚଳଚ୍ଚିତ୍ରସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୭ | ଫେରିଆ ମୋ ସୁନା ଭଉଣୀ | ଲକ୍ଷ୍ମୀ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୦୭ | ତୋ ପାଇଁ ନେବି ମୁଁ ଶହେ ଜନମ | କାବେରୀ | |
୨୦୦୭ | ତୋ ବିନା ମୋ କାହାଣୀ ଅଧା | ସୀମା | |
୨୦୦୭ | ରସିକ ନାଗର | ଅତିଥି କଳାକାର | |
୨୦୦୯ | ଡ୍ରିମ୍ ଗାର୍ଲ | ||
୨୦୦୯ | ଆଇଲାରେ ଓଡ଼ିଆ ପୁଅ | ମୋନା | |
୨୦୧୦ | ତୁ ଥା ମୁଁ ଯାଉଛି ରୁଷି | ନିଶା | |
୨୦୧୦ | ଶୁଭ ବିବାହ | ଦେବିକା | |
୨୦୧୧ | ଏ ମନ ଖୋଜେ ମନଟିଏ | ଜିନା | |
୨୦୧୩ | ଗଡ଼ବଡ଼ | ଅନୀତା | |
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | ଦିପାଲୀ ମହାପାତ୍ର | |
୨୦୧୫ | ଅପନା ହାଥ ଜଗନ୍ନାଥ | ସ୍ୱତନ୍ତ୍ର ଭୂମିକା | |
୨୦୧୬ | ଝିଅଟା ବିଗିଡ଼ିଗଲା | ||
୨୦୧୬ | ଭାଇନା, କ'ଣ କଲା ସେ | ||
୨୦୧୬ | ପ୍ରେମର ନିଶା ନିଆରା ନିଆରା |
ଦୂରଦର୍ଶନସମ୍ପାଦନ କରନ୍ତୁ
କାର୍ଯ୍ୟକ୍ରମ | ଚେନାଲ | ଭୂମିକା |
---|---|---|
ତୁଳସୀ | ଇ ଟିଭି ଓଡ଼ିଆ | |
ଅପା | ଇ ଟିଭି ଓଡ଼ିଆ | ଅପା |
କେମିତି ଏ ବନ୍ଧନ | ତରଙ୍ଗ ଟିଭି | ଭୂମି |
ରଜ କୁଇନ୍ | ସାର୍ଥକ ଟିଭି | ମେଣ୍ଟର |
ଖାଣ୍ଟି ଓଡ଼ିଆ ଝିଅ | ତରଙ୍ଗ ଟିଭି | ବିଚାରିକା |
କି ଭର୍ସେସ୍ କା | ତରଙ୍ଗ ଟିଭି | ଝିଅମାନଙ୍କର ମୁଖିଆ |
ଜିନାର ଜୀବନସାଥୀ | ତରଙ୍ଗ ଟିଭି |
ପୁରସ୍କାରସମ୍ପାଦନ କରନ୍ତୁ
ଜିନାଙ୍କର ପ୍ରଥମ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୨][୮]
ଆଧାରସମ୍ପାଦନ କରନ୍ତୁ
- ↑ Jena, Manjit. "Jina Samal Odia Actress Biography". Odia Info. Retrieved 26 March 2017.
- ↑ ୨.୦ ୨.୧ ୨.୨ "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 27 August 2018. Retrieved 27 August 2018.
- ↑ "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
- ↑ "KEMITI E BANDHANA ORIYA SERIAL". Incredible Orissa. 26 February 2014. Retrieved 26 March 2017.
- ↑ "Jina Samal". Incredible Orissa. Retrieved 26 March 2017.
- ↑ "Jina Samal Ollywood Actress". E News ଓଡ଼ିଆ. 22 September 2016. Retrieved 26 March 2017.
- ↑ "ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.
- ↑ "ରୂପେଲୀ ପରଦାରେ ରାକ୍ଷୀ - SamajaLive.in". SamajaLive.in. 25 August 2018. Archived from the original on 27 August 2018. Retrieved 27 August 2018.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ଜିନା ସାମଲ (ଇଣ୍ଟରନେଟ ମୁଭି ଡାଟାବେସରେ)