କୁନା ତ୍ରିପାଠୀ

ଓଡ଼ିଆ ଅଭିନେତା, ଉପସ୍ଥାପକ

କୁନା ତ୍ରିପାଠୀ (ଜନ୍ମନାମ: ସତ୍ୟବ୍ରତ ତ୍ରିପାଠୀ), ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[୧] ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର[୨] ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି ।[୩] ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସ‌ହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।[୪] ୨୦୧୮ ମସିହା ମଇ ମାସରେ କୁନା "ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ।[୫]

କୁନା ତ୍ରିପାଠୀ
Kuna Tripathy (cropped).JPG
ରବିନ୍ଦ୍ର ଭବନ, ଭୁବନେଶ୍ୱରରେ କୁନା ତ୍ରିପାଠୀ ।
ଜନ୍ମ ଓ ଜନ୍ମସ୍ଥାନ
ସତ୍ୟବ୍ରତ ତ୍ରିପାଠୀ

ଜୀବିକା(ଓଡ଼ିଆ) ଅଭିନେତ୍ରା

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଅଭିନୟ ଜୀବନସମ୍ପାଦନ କରନ୍ତୁ

କୁନା ତ୍ରିପାଠୀ ପ୍ରଥମେ ଜଣେ ଖଳନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସ‌ହକାରୀ ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନରେ ମଧ୍ୟ କଛି ଧାରାବାହିକରେ ସେ ଅଭିନୟ କରିଥିଲେ । ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ରେ ଉପସ୍ଥାପକ ଭାବରେ ସେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା
୧୯୯୯ ପୁଅ ଭାଙ୍ଗିଦେଲା ସୁନା ସଂସାର ସତ୍ୟବ୍ରତ ତ୍ରିପାଠୀ
ମା ଗୋଜବାୟାଣୀ ତାନ୍ତ୍ରିକ
ଲାଟ୍ ସାହେବ
ରକତ ଚିହ୍ନିବ ନିଜର କିଏ ନାଗ ମଣି
୨୦୦୦ ବାବୁ ପର୍ଶୁରାମ ସେଟ୍ ଯୋଜାଡ଼ିଆ
୨୦୦୨ ରହିଚି ରହିବି ତୋରି ପାଇଁ ଅଭିଜିତ
ସମୟ ଚକରେ ସଂସାର ରଥ ଦିବାକର ମହାପାତ୍ର
୨୦୦୩ ନାରୀ ଆଖିରେ ନିଆଁ
୨୦୦୫ ତୁ ମୋ ଆଖିର ତାରା ପିୟୁସ୍
ଓ ମାଇଁ ଲଭ୍ ସଂଗ୍ରାମ
ଧର୍ମର ହେବ ଜୟ ଶ୍ରୀଖଣ୍ଡି ପଟ୍ଟନାୟକ
ତୋତେ ମୋ ରାଣ ସାମନ୍ତରାୟ
୨୦୦୬ ତୁ ଏକା ଆମ ସାହା ଭରଷା ବିନୋଦ
ଶାଶୁ ଘର ଚାଲିଯିବି ରଘୁନାଥ
୨୦୦୭ ବନ୍ଧୁତା
ତୋ ପାଇଁ ନେବି ମୁଁ ଶହେ ଜନମ ଆନନ୍ଦ
କାଳୀଶଙ୍କର ଗୀଟୁ
ଲାଲ ଟୁକୁ ଟୁକୁ ସାଧବ ବୋହୂ ବଜରଙ୍ଗ ବାବା
୨୦୦୮ ସତ୍ୟମେବ ଜୟତେ ଚକ୍ରଧର ସ୍ୱାଇଁ
୨୦୦୯ ଧୀରେ ଧୀରେ ପ୍ରେମ ହେଲା ଶଙ୍କର ସଉରା
ଲଭ୍ ଡଟ୍ କମ୍ ରାଣା ପ୍ରତାପ ରାଇସିଂଘ
୨୦୧୦ ଦିଲ୍ ତ‌ତେ ଦେଇଚି
ତ‌ତେ ଭଲ ପାଉଚି ବୋଲି
ମେଘ ସବାରୀରେ ଆସିବ ଫେରି ରାଜା
୨୦୧୧ ଦୋସ୍ତି ଲିସାର ବାପା
ଚୋରି ଚୋରି ମନ ଚୋରି
ଆଇନ କାନୁନ
୨୦୧୨ ଥୁକୁଲ ଆକ୍ରମ ଭାଇ
୨୦୧୩ ତୁ ମୋ ସୁନା ତୁ ମୋ ହୀରା ପ୍ରିୟାର ବାପା
ହାତ ଧରି ଚାଲୁଥା ଦୁସ୍ମନ୍ତ କୁମାର
ଓମ୍ ସାଇ ସଲାମ
ମିତ ବସିଚି ମୁଁ ଭୂତ ସାଥୀରେ ରାଜୁର ବାପା
କେହି ଜଣେ ଭଲ ଲାଗେରେ ପ୍ରିନ୍ସ‌ର ବାପା
୨୦୧୪ ତୁ ଆଉ ମୁଁ
ତମେ ଥିଲେ ସାଥିରେ ରାଜେଶ୍ୱର
୨୦୧୫ ପିଲାଟା ବିଗିଡ଼ି ଗଲା ଏସ୍‌.ଆଇ. ଦୁର୍ଯ୍ୟୋଧନ ସାହୁ
ମୋ ଦିଲ୍ କ‌ହେ ଇଲୁ ଇଲୁ
ରଙ୍ଗିଲା ବାବା ବାବା ଭାରତୀ
କେହି ନୁହେଁ କାହାର

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ମା ଡିଡି ଓଡ଼ିଆ ମିଷ୍ଟର ଡିସୋଜା
ରାଜନୀତି ତରଙ୍ଗ ଟିଭି ରାଜା ସାହେବ

ଉପସ୍ଥାପକସମ୍ପାଦନ କରନ୍ତୁ

  • ନ୍ୟୁଜ୍ ଫ୍ୟୁଜ୍ (୨୦୦୭ରୁ ୨୦୧୮)

ଆଧାରସମ୍ପାଦନ କରନ୍ତୁ

  1. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.
  2. "ନେତା ନୁହେଁ ଅଭିନେତାଙ୍କ କଥା ଶୁଣିବାକୁ ଲୋକଙ୍କ ଇଛା : କୁନା ତ୍ରିପାଠୀ". କନକ ନ୍ୟୁଜ୍. Retrieved 17 January 2018.
  3. "ଉପନ୍ୟାସ ଲେଖୁଛନ୍ତି କୁନା ତ୍ରିପାଠୀ". Odisha Reporter. 3 January 2018. Retrieved 17 January 2018.
  4. "'ନ୍ୟୁଜ୍‌ ଫ୍ୟୁଜ୍‌' ଫେମ୍ କୁନା ତ୍ରିପାଠୀ କେଉଁଥିରେ ପୂରା ଫେଲ୍ ଜାଣନ୍ତି?". Odisha Reporter. 25 December 2017. Retrieved 17 January 2018.
  5. "କୁନା ତ୍ରିପାଠୀ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ". Retrieved 11 May 2018.

ବାହାର ଆଧାରସମ୍ପାଦନ କରନ୍ତୁ