ପିଣ୍ଟୁ ନନ୍ଦ

ଓଡ଼ିଆ କଥାଚିତ୍ର ଅଭିନେତା

ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭ - ୧ ମାର୍ଚ୍ଚ ୨୦୨୩), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନାପିଲା- ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୧] ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।

ପିଣ୍ଟୁ ନନ୍ଦ
Pintu Nanda.jpg
ଜନ୍ମ ଓ ଜନ୍ମସ୍ଥାନ
ପିଣ୍ଟୁ ନନ୍ଦ

୭ ଜୁଲାଇ ୧୯୭୭(1977-07-07)[୧]
ଜଗତସିଂହପୁର, ଓଡ଼ିଶା
ମୃତ୍ୟୁ୧ ମାର୍ଚ୍ଚ ୨୦୨୩(2023-03-01) (ବୟସ ୪୫)
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୧୯୯୬[୧] - ୨୦୨୩
ବାପା ବୋଉଅଶୋକ କୁମାର ନନ୍ଦ
କାନ୍ତିଲତା ନନ୍ଦ
ସମ୍ପର୍କୀୟଅଭିରାମ ନନ୍ଦ (ଭାଇ)

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ[୨] ଜଣେ ବଂଶୀବାଦକ ।[୩] ପିଣ୍ଟୁ ଜଗତସିଂହପୁରର ଏସ୍. କେ. ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।[୧] ସେ ପେଷାରେ ଜଣେ ଡାକ୍ତର ଥିଲେ ।

ଅଭିନୟ ଜୀବନସମ୍ପାଦନ କରନ୍ତୁ

ପିଣ୍ଟୁ ନନ୍ଦ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର କୋଇଲି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏଥିସ‌ହ ସେ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଥିଲେ । 'ଏ ଗଉରା କ'ଣ ଖାଉଚୁ' ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା ।[୪]

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ରାଣ୍ଡିପୁଅ ଅନନ୍ତା ଡିଡି ଓଡ଼ିଆ ଅନନ୍ତା
ଶଙ୍ଖା ସିନ୍ଦୂର ତରଙ୍ଗ ଟିଭି
ଜୀବନସାଥୀ ଜୀ ସାର୍ଥକ

ମୃତ୍ୟୁସମ୍ପାଦନ କରନ୍ତୁ

୨୦୨୩ ମସିହାର ମାର୍ଚ୍ଚ ୧ ତାରିଖରେ ସେ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ।[୫]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ "Odia Actor Pintu Nanda Biography & Filmography Details". ollywoodlife.com. Retrieved 9 January 2018.
  2. "Young flautist strikes the right note - Abhiram Nanda took lessons from Pandit Hariprasad Chaurasia". www.telegraphindia.com. The Telegraph. Retrieved 11 March 2019.
  3. "ସମ୍ପର୍କ". No. ରବିବାର ସମ୍ବାଦ ୧୦/୦୩/୨୦୧୯ ପୃଷ୍ଠା ୧୧. Retrieved 11 March 2019.
  4. "Pintu Nanda Oriya Actor". Incredible Orissa. 21 April 2012. Retrieved 9 January 2018.
  5. "Odia actor Pintu Nanda passes away at 45, industry colleagues Sidhant Mohapatra, Sritam Das pay tribute". The Economic Times. 2023-03-02. ISSN 0013-0389. Retrieved 2023-03-03.

ବାହାର ଆଧାରସମ୍ପାଦନ କରନ୍ତୁ