ଏଲିନା ସାମନ୍ତରାୟ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଏଲିନା ସାମନ୍ତରାୟ (ଜନ୍ମ:୨୩ ଜୁଲାଇ ୧୯୯୬) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ।[୧][୨] ଏଲିନା ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ ।[୩][୪] ଏହାପରେ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[୫][୬][୭]

ଏଲିନା ସାମନ୍ତରାୟ
Born (1996-07-23) ୨୩ ଜୁଲାଇ ୧୯୯୬ (ବୟସ ୨୭)
Educationସ୍ନାତକ
Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୧୫ରୁ-ଏବେଯାଏଁ
Parent(s)ଜ୍ୟୋତିରଞ୍ଜନ ସାମନ୍ତରାୟ
ଅନୁରାଧା ସାମନ୍ତରାୟ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଏଲିନା ୧୯୯୬ ମସିହା ଜୁଲାଇ ୨୩ତାରିଖ ଦିନ ଭଦ୍ରକର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତାଙ୍କ ନାମ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମାତାଙ୍କ ନାମ ଅନୁରାଧା ଅଟେ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର ଅଧ୍ୟୟନ ଜାରି ରଖିଛନ୍ତି ।[୯] ଜଣେ ଶିକ୍ଷିକା ହେବାର ଇଚ୍ଛା ରଖିଥିଲେ ଏଲିନା ।[୧୦]

କଥାଚିତ୍ର ଜୀବନ ସମ୍ପାଦନା

ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶଗ୍ରହଣ କରିଥିଲେ ।[୧୧] ସେହି କାର୍ଯ୍ୟକ୍ରମରେ ସେ ବିଜେତା ହୋଇଥିଲେ[୧୨] ଏବଂ ତରଙ୍ଗ ଟିଭି ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ।[୧୩][୧୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ ।[୧୫] ଏହି କଥାଚିତ୍ରଟିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।[୧୬]

ଏହାପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ।[୧୭] ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧୮] ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୯]

ଏହାପରେ ୨୦୧୫ ଦୁର୍ଗାପୂଜା ସମୟରେ ଏଲିନା ଜଗା ହାତରେ ପଘା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୦] ଏହି କଥାଚିତ୍ରରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ ।[୨୧] ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।[୨୨] ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୩]

୨୦୧୬ରେ ଏଲିନା ଅଭିନେତା ବାବୁଶାନ୍‌ଙ୍କ ସ‌ହ ଲଭ୍ ଷ୍ଟେସନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୪][୨୫] ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୨୬] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି[୨୭] ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।

୨୦୧୬ ରଥଯାତ୍ର ସମୟରେ ଏଲିନା ପୁଣିଥରେ ବାବୁଶାନ୍‌ଙ୍କ ସ‌ହ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ ।[୨୯] ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ମୀନକେତନ, ସଲିଲ ମିତ୍ର, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୦][୩୧]

ରଜ ସମୟରେ ଏଲିନାଙ୍କର ୨୦୧୭ର ପ୍ରଥମ ଚଳଚ୍ଚିତ୍ର ଅଭୟ ମୁକ୍ତିଲାଭ କରିଥିଲା ।[୩୨] ଏହି ଚଳଚ୍ଚିତ୍ରଟିରେ ଅନୁଭବ ମହାନ୍ତି ୨ୟଥର ପାଇଁ ଏଲିନାଙ୍କର ନାୟକ ଭାବରେ ଅଭିନୟ କରିଥିଲେ ।[୩୩] ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩୪] ଏହି କଥାଚିତ୍ରଟିରେ ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ଅନିତା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାସ ପ୍ରମୁଖ ଅଭିନୟ କରିଥିଲେ ।[୩୫]

୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୩୬] ନିର୍ଦ୍ଦେଶକ ଅବତାର ସିଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩୭] ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩୮]

୨୦୧୭ ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାବୁଲା ବାରବୁଲାରେ ଏଲିନା ପୁଣିଥରେ ଅନୁଭବଙ୍କ ସ‌ହ ଅଭିନୟ କରିଥିଲେ ।[୩୯][୪୦][୪୧] ଏହି କଥାଚିତ୍ରରେ ସେ ଅନୁଭବଙ୍କ ସ‌ହ ୩ୟ ଥର ପାଇଁ ଅଭିନୟ କରିଥିଲେ । ଭାରତ ବାହାରେ ଏହି କଥାଚିତ୍ରଟିର ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା ।[୪୨] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪୩][୪୪] ପପୁ ପମ ପମ, ହରିହର ମହାପାତ୍ର, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୪୫][୪୬]

୨୦୧୮ ମସିହାରେ ଏଲିନା ପ୍ରଥମ ଥର ପାଇଁ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସ‌ହ ହାପି ଲକି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪୭] ଏହି କଥାଚିତ୍ରଟି ୨୦୧୮ ଜାନୁଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ[୪୮] କଥାଚିତ୍ରଟିରେ ଅନ୍ୟ ଏକ ଯୋଡ଼ି ସମ୍ବିତ ଆଚାର୍ଯ୍ୟ ଏବଂ ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪୯] ବବି ମିଶ୍ର, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ଅଭିନୟ କରିଥିଲେ ।[୫୦]

୨୦୧୮ ରଜ ସମୟରେ ଏଲିନା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସ‌ହ ପ୍ରଥମ ଥର ୪ ଇଡିଅଟସ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୫୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଚିତ୍ତ ତ୍ରିପାଠୀ, ଲିପ୍ସା ମିଶ୍ର, ପୁନମ ମିଶ୍ର, ଚାନ୍ଦିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିହତିଲେ । ରଥଯାତ୍ର ସମୟରେ ପୁଣିଥରେ ଏଲିନା, ସବ୍ୟସାଚୀ ମିଶ୍ରଙ୍କ ସ‌ହ ଟୋକାଟା ଫସିଗଲା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୫୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ ।[୫୨]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୫ ଇସ୍କ ତୁ ହି ତୁ ସିମ୍‌ରନ୍ ପ୍ରଥମ ଓଡ଼ିଆ କଥାଚିତ୍ର
କେହି ନୁହେଁ କାହାର
ଜଗା ହାତରେ ପଘା
୨୦୧୬ ଲଭ୍ ଷ୍ଟେସନ ରାଣୀ
ଝିଅଟା ବିଗିଡ଼ିଗଲା
୨୦୧୭ ଅଭୟ
ମୁଁ ଖାଣ୍ଟି ଓଡ଼ିଆ ଝିଅ
କାବୁଲା ବାରବୁଲା
୨୦୧୮ ହାପି ଲକି କାଜଲ
୪ ଇଡିଅଟସ୍
ଟୋକାଟା ଫସିଗଲା
୨୦୨୩ ପ୍ରତିଶୋଧ [୫୩][୫୪]
- ମାଲ୍ୟଗିରି ଧୂଳିଆ ଜନ୍ଦା ଗୀତରେ ନୃତ୍ୟ[୫୫]

ଆଧାର ସମ୍ପାଦନା

  1. "ପ୍ରେମ: ପୁଣିଥରେ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  2. "ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍‌ ଓ ଏଲିନା". sambad.in. 18 April 2018. Retrieved 6 June 2018.
  3. "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.[permanent dead link]
  4. "ପୁଣି ଏକାଠି ହେଲେ ଅରିନ୍ଦମ୍‌-ଏଲିନା | Odisha Reporter". Odisha Reporter. 29 July 2018. Retrieved 5 September 2018.
  5. "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  6. Jena, Manjit. "Elina Samantray Ollywood Actress Biography". Archived from the original on 29 July 2016. Retrieved 23 July 2016.
  7. "ନୂଆମୁହଁଙ୍କ ନ‌ଜର". ସମାଜ. 13 May 2017. Retrieved 19 May 2018.[permanent dead link]
  8. "ଅଭିନେତ୍ରୀ ହୋଇ ନ ଥିଲେ ଅଧ୍ୟାପନା କରିଥାନ୍ତି". dharitriepaper.in. Retrieved 25 February 2021.
  9. http://www.dharitri.com/e-Paper/metromijaj/240518/p8.htm
  10. "Elina Samantray Biography". ENT DIAEY. Archived from the original on 6 August 2016. Retrieved 10 September 2016.
  11. "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  12. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  13. Pati, Ashok. "Tarang Cine Production's first Odia film titled Ishq Tu Hi Tu going to hit theatre in January, 2015". Orissa Diary. Archived from the original on 5 March 2016. Retrieved 23 July 2016.
  14. http://odishasuntimes.com/2015/12/31/ollywood-rewind-2015/
  15. http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms
  16. "ପ୍ରଥମ ସିନେମାରେ ମୁସଲ୍‌ମାନ୍‌ ଯୁବତୀ ଭୂମିକା ନିଭାଇଛନ୍ତି ଏହି ଓଲିଉଡ୍‍ ନାୟିକା". sambad.in. 3 January 2018. Retrieved 1 February 2018.
  17. "Kehi Nuhe kahara Trailer Video Release Abhishek and Elina". ENews ଓଡ଼ିଆ. Retrieved 22 July 2016.
  18. "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
  19. "Kehi Nuhe kahara Odia Movie of AVishek, Elina". ENews ଓଡ଼ିଆ. Retrieved 22 July 2016.
  20. "Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film". odiaportal. Retrieved 10 September 2016.
  21. "ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ 'ଜଗା ହାତରେ ପଘା'ର ସୁଟିଂ ଆଗେଇ ଚାଲିଛି". Odisha Reporter. 9 September 2015. Retrieved 10 September 2016.
  22. "JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG". Incredible Orissa. 15 October 2015. Retrieved 10 September 2016.
  23. "'ଜଗା ହାତରେ ପଘା' ସୁଟିଂ ବେଳେ ଓଡ଼ିଆ ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ". Dailyhunt. 4 October 2015. Retrieved 10 September 2016.
  24. "ଏଲିନା ଦେଇଛନ୍ତି କେବଳ ଗୋଟିଏ ବ୍ଲକ୍‌ବଷ୍ଟର୍‌ ସିନେମା!". sambad.in. 31 January 2018. Retrieved 17 February 2018.
  25. "ବାବୁସାନଙ୍କ ସିନେମା 'ଲଭ ଷ୍ଟେସନ'ର ଗୀତ ରିଲିଜ୍". Odisha News 360. 25 May 2016. Retrieved 21 August 2016.[permanent dead link]
  26. "ମୁକ୍ତିଲାଭ କଲା ତିନୋଟି ଓଡ଼ିଆ ସିନେମା, ଆରମ୍ଭ ହେଲା ତ୍ରିମୁଖୀ ଲଢ଼େଇ". Odisha News 360. 12 June 2016. Retrieved 21 August 2016.[permanent dead link]
  27. "Tarang Cine Production Presented Ollywood Movie "Love Station"". E News ଓଡ଼ିଆ. 12 March 2016. Retrieved 21 August 2016.
  28. "Jhiata Bigidigala Odia movie of Babusan, Elina And Rudra, Jina". E News Odia. Retrieved 22 July 2016.
  29. Sahu, Prithviraj. "Shooting begins for Odia movie Jhiata Bigidigala". Update Odisha. Retrieved 22 July 2016.
  30. "Odia Film Jhiata Bigidigala Cast Crew, Songs, Video, Wallpaper". Odia Web. Retrieved 22 July 2016.
  31. "ଆଗେ ଆଗେ ଏଲିନା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.{{cite news}}: CS1 maint: unrecognized language (link)
  32. "କମନ୍‍ ମ୍ୟାନ୍‍ 'ଅଭୟ' ଭୂମିକାରେ ଅନୁଭବ". ଓଡ଼ିଶା ଲାଇଭ୍‍. 3 June 2017. Retrieved 13 July 2017.
  33. "'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ' ଫିଲ୍ମର ପୋଷ୍ଟର ରିଲିଜ". Odisha Reporters. 22 April 2017. Retrieved 13 July 2017.
  34. "ଏଥର ରଜରେ ତରଙ୍ଗର ଡବଲ୍‌ ଧମାକା: ରିଲିଜ୍‌ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍‌". Daily Hunt. 10 May 2017. Retrieved 13 July 2017.
  35. "Abhay". Odia Movie Database. Archived from the original on 16 July 2017. Retrieved 13 July 2017.
  36. "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Archived from the original on 16 October 2020. Retrieved 28 August 2017.
  37. "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.[permanent dead link]
  38. "ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନୂଆ ଓଡ଼ିଆ ସିନେମା "ମୁଁ ଖାଣ୍ଟି ଓଡ଼ିଆ ଝିଅ"". E News ଓଡ଼ିଆ. 13 July 2017. Retrieved 28 August 2017.
  39. "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
  40. "Some exciting facts about cast & crew of Kabula Barabula Odia film". ApnaFilms.com. 13 August 2017. Retrieved 21 September 2017.
  41. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 21 September 2017.
  42. "୨୫ ତାରିଖରେ ମାଲେସିଆ ଯାତ୍ରା କରିବେ 'କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା' ଟିମ୍‌ !". ସମ୍ବାଦ. 13 August 2017. Archived from the original on 24 September 2017. Retrieved 21 September 2017.
  43. "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  44. "ବାବୁସାନ୍‌ ହୋଇପାରିଲେନି ବାବୁଲା, ଅନୁଭବ ବନିଲେ କାବୁଲା ବାରବୁଲା". ସମ୍ବାଦ. 23 August 2017. Archived from the original on 27 September 2017. Retrieved 21 September 2017.
  45. Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
  46. "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
  47. "ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.[permanent dead link]
  48. "ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.[permanent dead link]
  49. "ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 1 February 2018.
  50. "ହାପି ଲକି". ସମାଜ. 21 January 2018. Retrieved 24 January 2018.[permanent dead link]
  51. ୫୧.୦ ୫୧.୧ "ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା  | Sambad". Sambad. 20 August 2018. Archived from the original on 26 August 2018. Retrieved 31 August 2018. {{cite news}}: no-break space character in |title= at position 51 (help)
  52. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  53. "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  54. "ରିଲିଜ୍ ହେବ 'ପ୍ରତିଶୋଧ'". ନିର୍ଭୟ. 15 September 2023. p. 10. Archived from the original on 16 September 2023. Retrieved 16 September 2023.
  55. "ନୂଆ ରୂପରେ ଏଲିନା". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.

ଅଧିକ ତଥ୍ୟ ସମ୍ପାଦନା