ଝିଅଟା ବିଗିଡ଼ିଗଲା
ଝିଅଟା ବିଗିଡ଼ିଗଲା ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା,[୧] ଯାହାକି ମୁନ୍ ଟିଭି ବ୍ୟାନରରେ ନିର୍ମିତ ହୋଇଥିଲା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକଙ୍କ ।[୩] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]
ଝିଅଟା ବିଗିଡ଼ି ଗଲା | |
---|---|
ନିର୍ଦ୍ଦେଶକ | ବିନି ପଟ୍ଟନାୟକ |
ପ୍ରଯୋଜକ | ସଚ୍ଚିକାନ୍ତ ଜେନା |
ସଂଳାପ | ରଜନୀରଞ୍ଜନ |
ଚିତ୍ରନାଟ୍ୟ | ରଜନୀରଞ୍ଜନ |
କାହାଣୀ | ସଚ୍ଚିକାନ୍ତ ଜେନା |
କଳାକାର | ବାବୁଶାନ୍ ଏଲିନା ସାମନ୍ତରାୟ ରୁଦ୍ର ପାଣିଗ୍ରାହୀ ଜିନା ସାମଲ ମୀନକେତନ ସଲିଲ ମିତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୧୪ ଜୁଲାଇ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଏଲିନା ସାମନ୍ତରାୟ ।[୫] ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ଇପ୍ସିତା, ଲିନା, ଦେବ୍, ମୀନକେତନ, ଅସୀତ ପତି, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହା ବାହୁଡ଼ା ଯାତ୍ରା ସମୟରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।
ଅଭିନୟ
ସମ୍ପାଦନାଅଭିନେତ୍ରୀ ଜିନା ସାମଲଙ୍କୁ ପ୍ରଥମ ଥର ପାଇଁ ରାଜନେତା ଏବଂ ଅସାଧୁ ବ୍ୟକ୍ତିଙ୍କ ବିପକ୍ଷରେ ଲଢ଼େଇ କରିଥିବାର ଦେଖିବାକୁ ମିଳିଥିଲା । ଜିନା ଏସିପି ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ରୁଦ୍ର ପାଣିଗ୍ରାହି ।[୬]
ଓଡ଼ିଆଚଳଚ୍ଚିତ୍ର ଝିଅଟା ବିଗିଡ଼ିଗଲାରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[୭] :
- ବାବୁଶାନ୍[୮]
- ଏଲିନା ସାମନ୍ତରାୟ[୯][୧୦]
- ରୁଦ୍ର ପାଣିଗ୍ରାହୀ[୩]
- ଜିନା ସାମଲ[୧୧]
- ଇପ୍ସିତା
- ଲିନା
- ଦେବ୍
- ମୀନକେତନ
- ଅସୀତ ପତି
- ସଲିଲ ମିତ୍ର
- ବିଜୟ ପଟ୍ଟନାୟକ
- ଅଶୋକ ମଲ୍ଲିକ
- ସ୍ମରଣୀକା ପ୍ରିୟଦର୍ଶିନୀ[୧୨]
ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରଟି ଏକ ଚୁଲବୁଲି ଝିଅର କାହାଣି ଉପରେ ଆଧାରିତ । ଏହାର ସୁଟିଂ ଭୁବନେଶ୍ୱରରେ ୨୦୧୬ ଫେବୃଆରୀ ୪ରୁ ଆରମ୍ଭ ହୋଇଥିଲା ।[୧୩]
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରରେ ସର୍ବମୋଟ ଚାରୋଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ୨୯ ଜୁନ ୨୦୧୬, ବୁଧବାରରେ ଏହାର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୪] ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ପ୍ରଜ୍ଞା, ଶ୍ରୀଚରଣ, ଦୀପ୍ତି, ସତ୍ୟଜିତ, ଆର୍ଯ୍ୟନ ଏହି ଚଳଚ୍ଚିତ୍ରେ କଣ୍ଠଦାନ କରିଥିଲେ ।[୫]
ଗୀତ | ରଚନା | କଣ୍ଠଦାନ |
---|---|---|
ତୁ ଚଗଲି | ||
ମିଠା ମିଠା | ||
ଝିଅଟା ବିଗିଡ଼ିଗଲା | ଶ୍ରୀଚରଣ ମହାନ୍ତି | |
ଓ ବେବି | ହ୍ୟୁମାନ ସାଗର ଏବଂ ପ୍ରଜ୍ଞା | |
ସ୍ମାର୍ଟସିଟି ଝିଅଟା |
ଆଧାର
ସମ୍ପାଦନା- ↑ "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ ୩.୦ ୩.୧ "sambad.in/entertainment/rudra-premidiwana-103364/". sambad.in. 17 March 2018. Retrieved 21 March 2018.
- ↑ "Jhiata Bigidigala Odia movie of Babusan, Elina And Rudra, Jina". E News Odia. Retrieved 22 July 2016.
- ↑ ୫.୦ ୫.୧ "ଆଗେ ଆଗେ ଏଲିନା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.
{{cite news}}
: CS1 maint: unrecognized language (link) - ↑ ସାହୁ, ଗଣେଶ ପ୍ରସାଦ (12 July 2016). "'ଝିଅଟା ବିଗିଡିଗଲା'ରେ ଏସିପି ସନ୍ଧ୍ୟା ଭୂମିକାରେ ସମସ୍ତଙ୍କୁ ସାବାଡ କରିବେ ଜିନା Read more at: www.odishanews360.com/Odisha/details?mallId=5&jobId=9038&type=ENTERTAINMENT". Odisha News 360. Retrieved 2 August 2016.[permanent dead link]
- ↑ "Odia Film Jhiata Bigidigala Cast Crew, Songs, Video, Wallpaper". Odia Web. Retrieved 22 July 2016.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
- ↑ "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
- ↑ "ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.[permanent dead link]
- ↑ Sahu, Prithviraj. "Shooting begins for Odia movie Jhiata Bigidigala". Update Odisha. Retrieved 22 July 2016.
- ↑ "Audio Release of "Jhiata Bigidigala"". Retrieved 22 July 2016.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଝିଅଟା ବିଗିଡ଼ିଗଲା