ଅସୀତ ପତି

ଓଡ଼ିଆ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ

ଅସୀତ ପତି (ଜନ୍ମ: ୫ ମଇ ୧୯୬୦) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ଚିହ୍ନା ଅଚିହ୍ନା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ଚିତ୍ରନାଟ୍ୟ ତ‌ଥା କାହାଣୀ ରଚନା କରିଥିଲେ । ଅସୀତ ଓଡ଼ିଆ କଥାଚିତ୍ର ଜଗତରେ ପାର୍ଶ୍ୱ ଅଭିନେତା ଓ ଖଳନାୟକ ଭୂମିକାରେ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କଥାଚିତ୍ର ଦୁନିଆ ବ୍ୟତୀତ ଅସୀତ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ୨୦୧୭ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨]

ଅସୀତ ପତି
ଜନ୍ମ
ଅସୀତ ପତି

(1960-05-05) ୫ ମଇ ୧୯୬୦ (ବୟସ ୬୩)
ମୟୂରଭଞ୍ଜ
ବୃତ୍ତି(s)(ଓଡ଼ିଆ) ଅଭିନେତା
ପ୍ରଯୋଜକ
ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୭୯ରୁ- ଏବେଯାଏଁ
ଜୀବନସାଥୀଅଞ୍ଜନା ପତି
ସନ୍ତାନଅଙ୍କିତା ପତି


ଅଭିନୟ ଜୀବନ ସମ୍ପାଦନ କରନ୍ତୁ

ଅସୀତ ପତି ଓଡ଼ିଆ କଥାଚିତ୍ର ଜଗତରେ ୧୯୭୯ ମସିହାରେ ଚିହ୍ନା ଅଚିହ୍ନା କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମାନିନୀ, ଟିକେ ହସ ଟିକେ ଲୁହ, ରାମ ରହିମ, ଜୀବନ ସଙ୍ଗୀତ, ଜଗା ହାତରେ ପଘା, ସତ କେବେ ଲୁଚି ରହେନା, ହାକିମ ବାବୁ, ଏଇ ଆମ ସଂସାର, ଯୋ'ର ଯାର ମୁଲକ ତା'ର, ଜୟଦେବ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଯାବତ ସେ ୪୦ରୁ ଅଧିକ ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତା ତ‌ଥା ଖଳନାୟକ ଭୂମିକାରେ ଅଭିନୟ କରିସାରିଲେଣି ।

ଅସୀତ ଓଡ଼ିଆ କଥାଚିତ୍ରରେ ଅଭିନୟ ବ୍ୟତୀତ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ, ଗୋପରେ ବଢ଼ୁଛି କଳା କହ୍ନେଇ, ରିଭେଞ୍ଜ ଆଦି ଓଡ଼ିଆ କଥାଚିତ୍ରର ପ୍ରଯୋଜନା କରିଥିଲେ । ଏଥିସ‌ହିତ ସେ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ସେ କଥା ରହିଗଲା କାଳ କାଳକୁ ଚଳଚ୍ଚିତ୍ରର କାହାଣୀ ମଧ୍ୟ ରଚନା କରିଥିଲେ ।

ରାଜନୀତି ସମ୍ପାଦନ କରନ୍ତୁ

ଅସୀତ ପତି ବିଜୁ ପଟ୍ଟନାୟକଙ୍କ ସମୟରେ ଉତ୍କଳ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ, ଫଳରେ ବିଜୁ ପଟ୍ଟନାୟକ ତାଙ୍କ ଉପରେ ଖୁସି ହୋଇ ତାଙ୍କୁ ପାରାଦ୍ୱୀପ ବନ୍ଦରରେ ଏକ ଚାକିରୀ ଦେଇଥିଲେ ।[୨]

ଏହାପରେ ସେ ୨୦୧୭ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୩] ବିଜୁ ଜନତା ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅସୀତ ପତି ନବୀନ ନିବାସରେ ବିଜୁ ଜନତା ଦଳରେ ଅଭିନେତା ଉତ୍ତମ ମହାନ୍ତିଙ୍କ ସ‌ହ ଯୋଗ ଦେଇଥିଲେ ।[୩]

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା, ଜାଣନ୍ତୁ ଏମିତି କାହିଁକି ଘଟିଛି  | Sambad". Sambad (in Odia). ଓଡ଼ିଶା. 18 September 2018. Archived from the original on 19 September 2018. Retrieved 19 September 2018. {{cite news}}: no-break space character in |title= at position 87 (help)CS1 maint: unrecognized language (link)
  2. ୨.୦ ୨.୧ "Odisha actors Uttam Mohanty, Asit Pati join BJD". Business Standard India (in ଇଂରାଜୀ). 27 January 2017. Retrieved 19 September 2018.
  3. ୩.୦ ୩.୧ "Odia cine stars Uttam Mohanty, Asit Pati join BJD | OTV". odishatv.in (in ଇଂରାଜୀ). ଓଡ଼ିଶା. 27 January 2017. Retrieved 19 September 2018.

ବାହାର ଆଧାର ସମ୍ପାଦନ କରନ୍ତୁ