ଚୌଧୁରୀ ବିକାଶ ଦାସ
ଓଡ଼ିଆ ଅଭିନେତା
ଚୌଧୁରୀ ବିକାଶ ଦାସ ଜଣେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ଓ ଟେଲିଭିଜନ ଅଭିନେତା ଓ ନିର୍ଦ୍ଦେଶକ । "ଶ୍ରୀ ଜଗନ୍ନାଥ" ଧାରାବାହିକରେ ଧଡ଼ି ଗୋସେଇଁ ଚରିତ୍ର ତାଙ୍କୁ ବହୁ ଲୋକପ୍ରିୟତା ଆଣି ଦେଇଥିଲା ।[୧]
ଚୌଧୁରୀ ବିକାଶ ଦାସ | |
---|---|
![]() | |
ଜନ୍ମ | ଚୌଧୁରୀ ବିକାଶ ଦାସ |
ଜାତୀୟତା | ଭାରତୀୟ |
ଜଣାଶୁଣା | ଅଭିନେତା ଓ ନିର୍ଦ୍ଦେଶକ |
ସମ୍ପର୍କୀୟ | ଚୌଧୁରୀ ଜୟପ୍ରକାଶ ଦାସ (ଭାଇ) |
ଜୀବନୀ ସମ୍ପାଦନ କରନ୍ତୁ
ଚୌଧୁରୀ ବିକାଶ ଦାସ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର କୋତିଆଁ ବାରଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଡାକ୍ତର ଥିଲେ । ସେ ଚାହୁଁଥିଲେ ପୁଅ ମଧ୍ୟ ଡାକ୍ତର ହେଉ । ତେବେ ଦାସଙ୍କର ଚିତ୍ରାଙ୍କନ ଓ ଅଭିନୟ ପ୍ରତି ଆକର୍ଷଣ ଥିଲା । ସେ ବିଜେବି କଲେଜରେ ପାଠ ପଢ଼ୁଥିବା ସମୟରେ "ମୁଁ, ଆମ୍ଭେ, ଆମ୍ଭେମାନେ" ନାମକ ନାଟକରେ ଅଭିନୟ କରିବା ସମୟରେ ନାଟକର ନିର୍ଦ୍ଦେଶକ ଅଜିତ ଦାସଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଅଜିତ ଦାସ ତାଙ୍କୁ ନାଟକରେ ଉତ୍ତଚର ଅଧ୍ୟୟନ ପାଇଁ ପ୍ରେରଣା ଦେଇଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ନାମଲେଖାଇଥିଲେ । ସେଠାରେ ବିଜୟ ମହାନ୍ତି, ଅଜିତ ଦାସ ଓ ଅନ୍ୟ ଶିକ୍ଷକମାନଙ୍କଠାରୁ ସେ ନାଟକ ଅଧ୍ୟୟନ କରିଥିଲେ ।[୨]
ଆଧାର ସମ୍ପାଦନ କରନ୍ତୁ
- ↑ "ନୂଆ କାମଟେ ପାଇଲେ ଏତେ ପ୍ରଯତ୍ନର ସହ କରେ, ଦର୍ଶକ ଆଉ ସହକର୍ମୀ ପ୍ରଶଂସା କରନ୍ତି, ମୁଁ ପୁଲକିତ ହେଇଉଠେ : ଚୌଧୁରୀ ବିକାଶ ଦାସ". ସମ୍ବାଦ. sambad.in. 4 October 2022. Archived from the original on 12 October 2022. Retrieved 12 October 2022.
- ↑ "ପହିଲି ପୁଲକ". No. ରବିବାର ସମ୍ବାଦ ୧୭/୦୪/୨୦୨୨ ପୃଷ୍ଠା ୧୨. ଇଷ୍ଟର୍ଣ୍ଣ ମିଡ଼ିଆ. 17 April 2022. Archived from the original on 18 April 2022. Retrieved 18 April 2022.
ବାହାର ଆଧାର ସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ଚୌଧୁରୀ ବିକାଶ ଦାସ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଚୌଧୁରୀ ବିକାଶ ଦାସ