ପ୍ରତିଭା ପଣ୍ଡା
ପ୍ରତିଭା ପଣ୍ଡା ଜଣେ ଓଡ଼ିଆ ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଗୁରୁ ଯିଏକି ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରନ୍ତି ।[୨] ୧୯୮୯ ମସିହାରେ ପଞ୍ଚୁ ପାଣ୍ଡବ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିବା ପରେ କିଛି ଓଡ଼ିଆ କଥାଚିତ୍ର ଓ ହିନ୍ଦୀ ଧାରାବାହିକରେ ଅଭିନୟ କରିବା ଦୁର୍ଘଟଣା ଯୋଗୁଁ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ୨୦୦୮ ମସିହାରେ କଳିଙ୍ଗ ପୁତ୍ର କଥାଚିତ୍ର ଜରିଆରେ ପୁଣିଥରେ ଅଭିନୟ ଆରମ୍ଭ କରିଥିଲେ । ନୃତ୍ୟ ପ୍ରତିଭା ନାମକ ଏକ ନୃତ୍ୟାନୁଷ୍ଠାନ କରି ସେ ନୃତ୍ୟ ଶିକ୍ଷା ଦେଉଛନ୍ତି ।[୩]
ପ୍ରତିଭା ପଣ୍ଡା | |
---|---|
ଜନ୍ମ | ପ୍ରତିଭା ସାହୁ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୯ରୁ-ଏବେଯାଏଁ |
ଜୀବନସାଥୀ | ରବୀନ୍ଦ୍ର ପଣ୍ଡା[୧] |
ଅଭିନୟ ଜୀବନ ସମ୍ପାଦନ କରନ୍ତୁ
ଆରମ୍ଭ ସମୟ ସମ୍ପାଦନ କରନ୍ତୁ
ପ୍ରତିଭା ସ୍କୁଲ ଶିକ୍ଷା ଶେଷ କରିବା ପରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପଞ୍ଚୁପାଣ୍ଡବ, ଯେଉଁଥିରେ ସେ ଜୟୀରାମ ସାମଲଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କ ଅଭିନୟ ଜୀବନର ପ୍ରାରମ୍ଭରେ ପାଞ୍ଚ ବର୍ଷ ମଧ୍ୟରେ ଅଳ୍ପ କିଛି କଥାଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରୁ ପ୍ରଶାନ୍ତ ନନ୍ଦଙ୍କ ସହିତ ଗୋଟିଏ କଥାଚିତ୍ର, ଶ୍ରୀରାମ ପଣ୍ଡାଙ୍କ ସହ ତିନୋଟି, ମିହିର ଦାସଙ୍କ ସାଙ୍ଗରେ ୬ଟି ଏବଂ ଶ୍ରୀକାନ୍ତ ଗୌତମଙ୍କ ସହ ଗୋଟିଏ କଥାଚିତ୍ରରେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ କାର୍ଯ୍ୟ କରିବା ବ୍ୟତୀତ କିଛି ହିନ୍ଦୀ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସେହି ସମୟରେ ସେ ଦୂରଦର୍ଶନରେ ନୃତ୍ୟ ଓ ନାଟକରେ ମଧ୍ୟ ଭାଗ ନେଇଥିଲେ ।[୩]
ଅଭିନୟରୁ ବରତି ସମ୍ପାଦନ କରନ୍ତୁ
ଏକଦା ସେ ଅତିଥି ଭାବରେ ଚୌଦ୍ୱାର କଲେଜରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ ସପ୍ତସତୀ ମନ୍ଦିର ପାଖରେ ଗାଡ଼ି ଦୁର୍ଘଟଣାର ଶୀକାର ହେଇଥିଲେ । ସେଇ ଦୁର୍ଘଟଣାରେ ତାଙ୍କ ମୁହଁରେ ୧୭ଟି ଷ୍ଟିଚ୍ ପଡ଼ିଥିଲା ଓ ତାଙ୍କର ମେମୋରି ଫେଲ୍ ହୋଇ ଯାଇଥିଲା । ଏହାପରେ ତାଙ୍କର ବିବାହ ହୋଇଯାଇଥିଲା ଏବଂ ସେ ଅଭିନୟରୁ ଦୂରେଇ ଯାଇଥିଲା ।
ପୁନର୍ବାର ଅଭିନୟ ଆରମ୍ଭ ସମ୍ପାଦନ କରନ୍ତୁ
୨୦୦୮ ମସିହରେ ସେ ପୁଣିଥରେ ଅଭିନୟ କରିବା ଆରମ୍ଭ କରିଥିଲେ । ଦେବାନନ୍ଦ ପଣ୍ଡାଙ୍କ ପ୍ରଯୋଜିତ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ସେ ପୁଣିଥରେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ସୁନାକଳସ, ତରଙ୍ଗ ଟିଭିରେ ରାଜନୀତି, ସାର୍ଥକ ଟିଭିରେ ମାନିନୀ, କଲର୍ସ ଓଡ଼ିଆରେ କୁମ୍କୁମ୍, ଷ୍ଟାର୍ କିରଣରେ କିଏ ପର କିଏ ଆପଣାର ଆଦି ଧାରାବାହିକରେ ଅଭିନୟ କରିଛନ୍ତି ।
ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ
ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୮୯ | ପଞ୍ଚୁପାଣ୍ଡବ | ପ୍ରଥମ ଓଡ଼ିଆ କଥାଚିତ୍ର | |
ରଜନୀଗନ୍ଧା | |||
ଲୁଟ ତରାଜ | |||
ଯା ଦେବୀ ସର୍ବ ଭୂତେଷୁ | |||
୧୯୯୦ | କଣ୍ଢେଇ | ଉର୍ମି | |
୧୯୯୩ | ଦାଦାଗିରି | ||
୧୯୯୪ | ଏମିତି ଭାଇ ଜଗତେ ନାହିଁ | ||
ମହୁଆ | |||
୨୦୦୮ | କଳିଙ୍ଗ ପୁତ୍ର | ||
୨୦୧୦ | ପ୍ରେମ ଅଢ଼େଇ ଅକ୍ଷର | ଚାନ୍ଦିନୀର ମା' | |
୨୦୧୧ | ବାଳୁଙ୍ଗା ଟୋକା | ରୋକି | |
କିଛି ଖଟା କିଛି ମିଠା | |||
୨୦୧୩ | ମୋ ଦୁନିଆ ତୁ ହି ତୁ | ||
ସୁପରଷ୍ଟାର | |||
୨୦୧୪ | ଓମ୍ | ଓମ୍ର ମାଆ | |
୨୦୧୬ | ସମୟ ବଡ଼ ବଳବାନ | ||
ଟାଇଗର | |||
୨୦୧୭ | ଅଭୟ | ||
ଦିଲ୍ କା ରାଜା | |||
ଟପୋରି | |||
୨୦୧୮ | ଶକ୍ତି | ||
ବ୍ଲାକ୍ମେଲ୍ | |||
୨୦୧୯ | ଦେଖା ହେଲା ପ୍ରେମ ହେଲା | ||
ବୋବାଲ ଟୋକା | |||
ଚିରକୁଟ୍ | |||
ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ | |||
ଜୋର୍ କା ଝଟ୍କା | |||
୨୦୨୧ | ଭୋକ | ||
ଅରୁନ୍ଧତୀ | |||
ହେଲୋ ରାବଣ | |||
ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର | |||
ମନେ ମନେ ମନ ଖୋଜୁଥିଲା | |||
ମିଷ୍ଟର ରୋମିଓ | ମିତା | ||
୨୦୨୨ | ମିଷ୍ଟର କହ୍ନେୟା | ||
ବିଶ୍ୱନାଥ[୪] |
ଅଭିନୀତ ଧାରାବାହିକ ସମ୍ପାଦନ କରନ୍ତୁ
ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
---|---|---|---|
ତୋଷ ନୋହିଲା ମୋର ଚିତ୍ତ | ଡିଡି ଓଡ଼ିଆ | ||
ସୁନା କଳସ | |||
ରାଜନୀତି | ତରଙ୍ଗ ଟିଭି | ||
ମାନିନୀ | ସାର୍ଥକ ଟିଭି | ||
କୁମକୁମ | କଲର୍ସ ଓଡ଼ିଆ | ||
କିଏ ପର କିଏ ଆପଣାର | ଷ୍ଟାର୍ କିରଣ |
ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ
ପ୍ରତିଭା ଦୁର୍ଘଟଣାରେ ଶିକାର ହୋଇଥିବା ସମୟରେ ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ଦାଦାଗିରି କଥାଚିତ୍ରରେ ନାୟିକା ଭାବରେ କାର୍ଯ୍ୟ କରୁଥିଲେ । ସେହି ସମୟରେ ରବୀନ୍ଦ୍ର ତାଙ୍କୁ ବହୁତ ସାହଯ୍ୟ କରିଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ କରାଇଥିଲେ । ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗତା ବଢ଼ିଥିଲା ଓ ଉଭୟଙ୍କ ଘର ଲୋକଙ୍କର ସମ୍ମତି ସେ ତାଙ୍କୁ ବିବାହ କରିଥିଲେ ।
ଆଧାର ସମ୍ପାଦନ କରନ୍ତୁ
- ↑ "ପ୍ରତିଭାଙ୍କ ପ୍ରତିଭା". ସକାଳ. 19 June 2022. p. ୨. Archived from the original on 20 June 2022. Retrieved 12 October 2022.
- ↑ "୮ରେ 'ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା-୨', ଶ୍ରେଷ୍ଠ ପ୍ରତିଭା ବାଛିଲେ ଜୁରି". Prameyanews7. ଭୁବନେଶ୍ୱର. 3 March 2022. Archived from the original on 12 October 2022. Retrieved 12 October 2022.
- ↑ ୩.୦ ୩.୧ "ପହିଲି ପୁଲକ : ନୃତ୍ୟ ଦେଲା ଅଭିନୟରେ ସ୍ବୀକୃତି, ଦୁର୍ଘଟଣା ଦେଲା ଜୀବନସାଥୀ". ସମ୍ବାଦ. sambad.in. 5 October 2022. Archived from the original on 12 October 2022. Retrieved 12 October 2022.
- ↑ "'Biswanath-Born to love', an Odia film made with Hyderabadi masala: Director". KalingaTV (in English). Bhubaneswar. 8 March 2022. Archived from the original on 13 June 2022. Retrieved 13 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରତିଭା ପଣ୍ଡା