ଅନୀତା ଦାସ

ଓଡ଼ିଆ ଅଭିନେତ୍ରୀ
(ଅନିତା ଦାସରୁ ଲେଉଟି ଆସିଛି)

ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୩) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି[୧]

ଅନୀତା ଦାସ
Born
ନୟାଗଡ
Diedମଇ ୧୧, ୨୦୧୮(୨୦୧୮-୦୫-୧୧)
କଟକ, ଓଡ଼ିଶା
Nationalityଭାରତୀୟ
Occupationଅଭିନୟ
Years active୧୯୭୬-୨୦୧୮
Known forଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସ‌ହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ [୧]। ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ[୨]

କଥାଚିତ୍ର ଜୀବନ ସମ୍ପାଦନା

ସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କ‌ହିଥିଲେ,

ତୁମର ତ ଆସିବାର ନଥିଲା, କେମିତି ଆସିଲ ?

। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସ‌ହ ତାଙ୍କ ପ୍ରଦର୍ଶନ‌କୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ[୧] । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ [୨] । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍‌କ୍ୟୁଜ୍ ମି[୧]

ରାଜନୀତି ଜୀବନ ସମ୍ପାଦନା

ତ‌ତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍‌ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।[୨]

ଓଡ଼ିଆ କଥାଚିତ୍ର ସମ୍ପାଦନା

ହିନ୍ଦୀ ଚଳଚ୍ଚିତ୍ର ସମ୍ପାଦନା

ପୁରସ୍କାର ସମ୍ପାଦନା

  • ବାଣୀଚିତ୍ର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼[୧୨]
  • 'ଭକ୍ତ ସାଲବେଗ', 'ତପସ୍ୟା' ଓ 'ଏଇତ ଦୁନିଆ' ଚଳଚ୍ଚିତ୍ର ପାଇଁ ରାଜ୍ୟ ସରକାରଙ୍କଦ୍ୱାରା ସମ୍ମାନିତ ।[୨]
  • ଚିତ୍ରପୁରୀ[୧]
  • ବାଣୀ ଚିତ୍ର[୧]
  • ସିନେମା ସଂସାର[୧]
  • ଚଳଚ୍ଚିତ୍ର ଜଗତ[୧]
  • ସିନେକ୍ରିଟିକ୍[୧]

ମୃତ୍ୟୁ ସମ୍ପାଦନା

୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍‌ଘାତରେ ତିରୋଧାନ ଘଟିଥିଲା ।[୧୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "ପରଲୋକରେ ଅନୀତା ଦାସ". ସମାଜ. p. 1. {{cite news}}: |access-date= requires |url= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "ମା' ଚାଲିଗଲେ". ସମାଜ. p. 18. {{cite news}}: |access-date= requires |url= (help)
  3. [୧], OM NAMAH SHIVAYA
  4. [୨], AALO MORA KANDHEI
  5. [୩], AMA BHITARE KICHI ACHI
  6. [୪], SWAYAMSIDDHA
  7. [୫], DON
  8. [୬], AKASHE KI RANGA LAGILA
  9. ୯.୦୦ ୯.୦୧ ୯.୦୨ ୯.୦୩ ୯.୦୪ ୯.୦୫ ୯.୦୬ ୯.୦୭ ୯.୦୮ ୯.୦୯ ୯.୧୦ ୯.୧୧ ୯.୧୨ ୯.୧୩ ୯.୧୪ ୯.୧୫ ୯.୧୬ ୯.୧୭ ୯.୧୮ ୯.୧୯ ୯.୨୦ ୯.୨୧ [୭] Archived 2018-05-17 at the Wayback Machine., MOVIES
  10. [୮] Archived 2018-06-18 at the Wayback Machine., CAST & CREW
  11. "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016. {{cite news}}: |first= missing |last= (help)
  12. Patra, Pratyush. "Stars shine at awards night". The Telegraph. Retrieved 22 August 2016.
  13. "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". ସମ୍ବାଦ ଡଟ ଇନ. Retrieved 11 May 2018.

ଅଧିକ ତଥ୍ୟ ସମ୍ପାଦନା