ଝିଲିକ୍ ଭଟ୍ଟାଚାର୍ଯ୍ୟ
ଝିଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୨] ୨୦୧୩ ମସିହାରେ ଝିଲିକ୍ ଓଡ଼ିଆ କଥାଚିତ୍ର ଟାର୍ଗେଟ୍[୩] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ଏହା ପରେ ସେ ଆଖିରେ ଆଖିରେ, ଲଭ୍ ୟୁ ହମେଶା, ସୁପର ମିଛୁଆ, ଜଗା ହାତରେ ପଘା, ବେବି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଝିଲିକ୍ ଭଟ୍ଟାଚାର୍ଯ୍ୟ | |
---|---|
ଜନ୍ମ | ଝିଲିକ୍ ଭଟ୍ଟଚାର୍ଯ୍ୟ ୧ ଜୁନ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୩ରୁ- ଏବେଯାଏଁ |
ବୈବାହିକ-ସାଥୀ | ପ୍ରୀତିରଞ୍ଜନ ଘଡ଼ାଇ[୧] (୨୦୨୦-ଏବେଯାଏଁ) |
ପିତାମାତା(s) | ମୃତ୍ୟୁଞ୍ଜୟ ଭଟ୍ଟାଚାର୍ଯ୍ୟ (ବାପା) ସୁମନା ଭଟ୍ଟଚାର୍ଯ୍ୟ (ମାଆ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଝିଲିକ୍ ପଶ୍ଚିମବଙ୍ଗର କଲିକାତାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୃତ୍ୟୁଞ୍ଜୟ ଭଟ୍ଟାଚାର୍ଯ୍ୟ ଏବଂ ମାଆ ସୁମନା ଭଟ୍ଟାଚାର୍ଯ୍ୟ । ସେ ଇଂରାଜୀ ବିଭାଗରେ ସ୍ନାତକ ହାସଲ କରିବା ପରେ ଭାରତ ନାଟ୍ୟମ୍ରେ ସ୍ନାତକୋତ୍ତର ହାସଲ କରିଥିଲେ । ଝିଲିକ୍ ଫ୍ୟାସନ୍ ଡିଜାଇନ୍ ସହ ସନ୍ତରଣ ଏବଂ ବାସ୍କେଟ ବଲ୍ ଖେଳିବାକୁ ପସନ୍ଦ କରନ୍ତି । ସେ ଏକ ଚଳଚ୍ଚିତ୍ର ରାବଣରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୪]
ଅଭିନୟ ଜୀବନ
ସମ୍ପାଦନା୨୦୧୩ ମସିହାରେ ଝିଲିକ୍ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୪] ଏହି ଚଳଚ୍ଚିତ୍ରରେ ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ଅଭିନୟ ଆରମ୍ଭ କରିଥିଲେ ।[୬] ସେହି ବର୍ଷ ଝିଲିକ୍ ଏକ ବଙ୍ଗଳା ଚଳଚ୍ଚିତ୍ର କ୍ଲାସ୍ମେଟ୍ରେ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ୨୦୧୪ରେ ଝିଲିକ୍ ସାର୍ଥକ ମୁଭିଜ୍ର ଚଳଚ୍ଚିତ୍ର ଆଖିରେ ଆଖିରେରେ ନାୟକ ବାବୁଶାନ୍ଙ୍କ ସହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବାବୁଶାନ୍ଙ୍କ ସହ ଲେଖୁ ଲେଖୁ ଲେଖିଦେଲି, ସୁପର ମିଛୁଆ, ଜବରଦସ୍ତ ପ୍ରେମିକ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩]
ଝିଲିକ୍ ଅଭିନେତା ଅରିନ୍ଦମ ରାୟଙ୍କ ସହ ଲଭ୍ ୟୁ ହମେଶାରେ ଅଭିନୟ କରିଥିଲେ । ଅଭିନେତା ଅନୁଭବ ମହାନ୍ତିଙ୍କ ସହ ଝିଲିକ୍ ଜଗା ହାତରେ ପଘା[୭], ଅଗସ୍ତ୍ୟ[୮], ବେବି[୯] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୭ରେ ଝିଲିକ୍ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ସହ ତମକୁ ଦେଖିଲା ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୦] ଏହାପରେ ସେ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସହ ତୁ ମୋ ହିରୋ କଥାଚିତ୍ରରେ ଅଭିନୟ କରିଥିଲେ ।[୧୧] ଦୀପାବଳୀ ସମୟରେ ଏହି କଥାଚିତ୍ରଟିର ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଝିଲିକ୍ ଜଣେ ମାଆ ଭୂମିକାରେ ଅଭିନୟ କରିଥିଲେ ।[୧୨]
୨୦୧୮ରେ ଝିଲିକ୍ ଏବଂ ଜ୍ୟୋତିଙ୍କ ଅଭିନୀତ ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେ ମୁକ୍ତିଲାଭ କରିଥିଲା ପଣା ସଂକ୍ରାନ୍ତି ଅବସରରେ ।[୧୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାସ ମହାପାତ୍ର ।[୧୪][୧୫] ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ରାଜୀବ, ପ୍ରିୟଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୬]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୩ | ଟାର୍ଗେଟ୍ | ସ୍ନେହା | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
କ୍ଲାସ୍ମେଟ୍ | ତାନି | ବଙ୍ଗଳା ଚଳଚ୍ଚିତ୍ର | |
୨୦୧୪ | ଆଖିରେ ଆଖିରେ | ପ୍ରିୟା | |
ଲେଖୁ ଲେଖୁ ଲେଖିଦେଲି | ଅମ୍ରିତା | ||
୨୦୧୫ | ସୁପର ମିଛୁଆ | ଜୁଲି/ଇସା ଛୋଟରାୟ | |
ଲଭ୍ ୟୁ ହମେଶା | ଖୁସି | ||
ଜଗା ହାତରେ ପଘା | ଚୁମୁକୀ | ||
୨୦୧୬ | ଜବରଦସ୍ତ ପ୍ରେମିକ | ସାଲିନୀ | |
ଅଗସ୍ତ୍ୟ | ନେହା ଜଗଦେବ୍ | ||
ବେବି | |||
୨୦୧୭ | ତମକୁ ଦେଖିଲା ପରେ | ||
ତୁ ମୋ ହିରୋ | |||
୨୦୧୮ | ଓଲେ ଓଲେ ଦିଲ୍ ବୋଲେ |
ଆଧାର
ସମ୍ପାଦନା- ↑ "ପକ୍କା ଓଡ଼ିଆଣୀ ପାଲଟିଲେ ବଙ୍ଗୀୟ ନାୟିକା ଝିଲିକ୍, ବିବାହ ପରେ ଆଶୀର୍ବାଦ କାମନା କଲେ | Sambad". ସମ୍ବାଦ. sambad.in. 12 March 2020. Retrieved 12 March 2020.
- ↑ "ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍ ଓ ଏଲିନା". sambad.in. 18 April 2018. Retrieved 6 June 2018.
- ↑ ୩.୦ ୩.୧ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ ୪.୦ ୪.୧ ୪.୨ "Odia Actress Jhilik Bhattacharjee Biography". E News ଓଡ଼ିଆ. 16 August 2016. Retrieved 9 April 2017.
- ↑ "ଏହି ନିର୍ଦ୍ଦେଶକମାନଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି ଝିଲିକ୍ !". ସମ୍ବାଦ. 27 September 2017. Retrieved 27 September 2017.
- ↑ "Target odia movie mahurat". Incredible Orissa. 24 December 2012. Retrieved 9 April 2017.
- ↑ "Jaga Hatare Pagha". Odia Movie Database. Archived from the original on 11 April 2017. Retrieved 9 April 2017.
- ↑ "Agastya". Odia Movie Database. Archived from the original on 12 March 2017. Retrieved 9 April 2017.
- ↑ "Baby". Odia Movie Database. Archived from the original on 12 March 2017. Retrieved 9 April 2017.
- ↑ "Tamaku Dekhila Pare". Odia Movie Database. Archived from the original on 11 April 2017. Retrieved 9 April 2017.
- ↑ "ଝିଲିକ୍-ଜ୍ୟୋତିଙ୍କ ପ୍ରେମ". 15 October 2017. Retrieved 18 February 2018.[permanent dead link]
- ↑ "ଚୁଲ୍ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍!". sambad.in. 22 October 2017. Retrieved 24 October 2017.
- ↑ "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
- ↑ "ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍". sambad.in. 15 February 2018. Retrieved 17 February 2018.
- ↑ "ଝିଲିକଙ୍କ ଖୁସି". ସମାଜ. 18 February 2018. Retrieved 18 February 2018.[permanent dead link]
- ↑ "ବାଃ ଝିଲିକ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଝିଲିକ୍ ଭଟ୍ଟାଚାର୍ଯ୍ୟ