ବିଜୟ ମହାନ୍ତି
ବିଜୟ ମହାନ୍ତି (୧୯୫୦ ଅପ୍ରେଲ ୮ - ୨୦୨୦ ଜୁଲାଇ ୨୦) ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ।[୧] ସେ ଚରିତ୍ର ଅଭିନେତାଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ୧୯୭୭ ମସିହାରେ ବିଜୟ ମହାନ୍ତି ଚିଲିକା ତୀରେ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ପ୍ରାରମ୍ଭ କରିଥିଲେ ।[୩] ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୪] ୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ ।[୫]
ବିଜୟ ମହାନ୍ତି | |
---|---|
ଜନ୍ମ | |
ମୃତ୍ୟୁ | ୨୦ ଜୁଲାଇ ୨୦୨୦ | (ବୟସ ୭୦)
ମୃତ୍ୟୁର କାରଣ | ଶାରୀରିକ ଅସୁସ୍ଥତା |
ଶିକ୍ଷାନୁଷ୍ଠାନ | ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (୧୯୭୩) |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୭-୨୦୨୦ |
ବୈବାହିକ-ସାଥୀ | ତନ୍ଦ୍ରା ରାୟ |
ପିତାମାତା(s) | ଆଦିକନ୍ଦ ମହାନ୍ତି ଶାନ୍ତିଲତା ମହାନ୍ତି |
ସମ୍ପର୍କୀୟ | ଅଜୟ ମହାନ୍ତି (ଭାଇ) |
ପୁରସ୍କାର | ଜୟଦେବ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) |
ୱେବସାଇଟ | www |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଆଦିକନ୍ଦ ମହାନ୍ତି ଓ ମାତାଙ୍କ ନାମ ଶାନ୍ତିଲତା ମହାନ୍ତି । ସେମାନେ ୨ ଭାଇ ଓ ୩ ଭଉଣୀ ଥିଲେ । ବିଜୟ ସେମାନଙ୍କ ମଧ୍ୟରେ ବଡ଼ ଥିଲେ । ପିତା ଆଦିକନ୍ଦ ବାରିପଦାରେ ସରକାରୀ ବସରେ କଣ୍ଡକ୍ତର ଚାକିରି କରୁଥିଲେ । ବିଜୟଙ୍କ ଶିକ୍ଷାରମ୍ଭ ସେହିଠାରେ ହୋଇଥିଲା ।[୬] ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ, ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ । ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି କରି, ସେ ସଫଳତା ପାଇଥିଲେ । ସାଙ୍ଗମାନଙ୍କୁ ନେଇ "ଯୁଗେଚ୍ଛା ନାଟ୍ୟ ସଂସ୍ଥା" ନାମକ ଅନୁଷ୍ଠାନ ଗଢ଼ି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ର ଆଗକୁ ବଢିବା ନିମନ୍ତେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ ।
କଥାଚିତ୍ର ଜୀବନ
ସମ୍ପାଦନାରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀରୁ (୧୯୭୩ ବ୍ୟାଚ) ଶିକ୍ଷା ସମାପ୍ତ କରି ବିଜୟ ମହାନ୍ତି, ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ସେ ୧୯୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକର ବସନ୍ତ ମହାପାତ୍ରଙ୍କ ଡାକରାରେ "ସଂକଳ୍ପ" ଚଳଚ୍ଚିତ୍ରରେ ଅଭିନୟ କରି କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା ।[୭] ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ ।[୮] ସେ ଚଳଚ୍ଚିତ୍ର ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଥିଲେ ।
ରାଜନୈତିକ ଜୀବନ
ସମ୍ପାଦନା୨୦୧୪ ମସିହାରେ, ବିଜୟ କଂଗ୍ରେସ ଦଳରେ ସଭ୍ୟଭାବରେ ଯୋଗ ଦେଇ ଭୁବନେଶ୍ୱର ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ ଓ କିଛି ବର୍ଷ ପରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ।[୯][୧୦]
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି ।
ମୃତ୍ୟୁ
ସମ୍ପାଦନା୨୦ ଜୁଲାଇ ୨୦୨୦ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ ଶାରୀରିକ ଅସୁସ୍ଥତା ଯୋଗୁଁ ପରଲୋକ ଘଟିଥିଲା ।[୧୧]
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନା- କର୍ତ୍ତବ୍ୟ, ୨୦୨୩
- ସେଲଫିସ୍ ଦିଲ୍, ୨୦୧୯
- ଗୋଲ୍ ମାଲ୍ ଲଭ୍ ୨୦୧୯
- ପିଲାଟା ବିଗିଡ଼ିଗଲା, ୨୦୧୫
- ହାତ ଧରି ଚାଲୁଥା, ୨୦୧୩
- ଲୁଚକାଳି, ୨୦୧୨
- ଛାତିରେ ଲେଖିଛି ତୋରି ନାଁ, ୨୦୧୧
- ସତ୍ୟମେବ ଜୟତେ, (୨୦୦୮)
- ଚକା ଚକା ଭଉଁରୀ, ୨୦୦୭
- ନାରୀ ନୁହେଁ ତୁ ନାରାୟଣୀ, ୨୦୦୭
- ଧର୍ମର ହେବ ଜୟ, ୨୦୦୫
- ସିନ୍ଦୂର ନୁହେଁ ଖେଳଘର, ୨୦୦୨
- କିଏ ପୋଛିବ ମା' ଆଖିର ଲୁହ, ୧୯୯୯
- ମନ ରହିଗଲା ତୁମରି ଠାରେ, ୧୯୯୯
- କୃଷ୍ଣା କାବେରୀ, ୧୯୯୯
- ବୋଉ, ୧୯୯୮
- ସନ୍ତାନ, ୧୯୯୮
- ଭାଇ ହେଲା ଭଗାରି, ୧୯୯୪
- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୪
- ଭାଗ୍ୟ ହାତେ ଡୋରି, ୧୯୯୩
- ଭୀଷ୍ମ ପ୍ରତିଜ୍ଞା, ୧୯୯୩
- ଆମ ଘର ଆମ ସଂସାର, ୧୯୯୧
- ମମତାର ଡୋରି, ୧୯୮୯
- ସାଗର, ୧୯୮୯
- ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ୧୯୮୯
- ପଞ୍ଚୁପାଣ୍ତବ, ୧୯୮୯
- ପ୍ରତିଶୋଧ ଅପରାଧ ନୁହେଁ, ୧୯୮୯
- ଏଇ ଆମ ସଂସାର, ୧୯୮୬
- ସମୟ ବଡ଼ ବଳବାନ, ୧୯୮୫
- ମମତା ମାଗେ ମୂଲ, ୧୯୮୫
- ଦଣ୍ଡା ବାଳୁଙ୍ଗା, ୧୯୮୪
- ଆରତୀ, ୧୯୮୧
- ନାଗଫାସ, ୧୯୭୭ (ଖଳନାୟକ ଭାବେ)[୧୨]
ମାନ ସମ୍ମାନ
ସମ୍ପାଦନା- ଜୟଦେବ ସମ୍ମାନ, ୨୦୧୪[୧୩]
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର [୧୪]
- ଶ୍ରେଷ୍ଠ ଅଭିନେତା (୫ଥର)
- ୧୯୮୧ (ଆରତୀ)
- ୧୯୮୬ (ଏଇ ଆମ ସଂସାର)
- ୧୯୯୩, (ଭୀଷ୍ମ ପ୍ରତିଜ୍ଞା)
- ୧୯୯୪, (ଭାଇ ହେଲା ଭଗାରି)
- ୧୯୯୮, (ବୋଉ)
- ଶ୍ରେଷ୍ଠ ସହ-ଅଭିନେତା (୩ଥର)
- ୧୯୮୫ (ମମତା ମାଗେ ମୂଲ)
- ୧୯୮୯ (ପ୍ରତିଶୋଧ ଅପରାଧ ନୁହେଁ)
- ୨୦୦୮ (ସତ୍ୟମେବ ଜୟତେ)
- ଶ୍ରେଷ୍ଠ ହାସ୍ୟ କଳାକାର (୧ଥର)
- ୧୯୯୧ (ଆମ ଘର ଆମ ସଂସାର)
- ଶ୍ରେଷ୍ଠ ଅଭିନେତା (୫ଥର)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ (ନାଟକ 'ଅଜାତି' ନିମନ୍ତେ)[୧୫]
ଆଧାର
ସମ୍ପାଦନା- ↑ P.Ram (1 December 2014). Life in India. AnVi. pp. 163–. GGKEY:43NZKK4BRBF.[permanent dead link]
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
- ↑ "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.
- ↑ "Veteran Odia actor Bijay Mohanty passes away at 70". newindianexpress.com. Retrieved 20 July 2020.
- ↑ http://www.telegraphindia.com/1140328/jsp/odisha/story_18126885.jsp#.VlbfQl4wDSg
- ↑ "୯୫ ବର୍ଷୀୟା ମା'ଙ୍କୁ କହି ହେଉ ନଥିଲା ମୃତ୍ୟୁ ଖବର". No. ସମ୍ବାଦ ୨୨/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ସମ୍ବାଦ. Retrieved 22 July 2020.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "Odia film star Bijay Mohanty joins Congress". Zee News. 27 February 2014. Retrieved 29 August 2015.
- ↑ Special Correspondent (28 February 2014). "Actor Bijay Mohanty joins Congress". The Hindu. Retrieved 29 August 2015.
- ↑ https://www.dharitri.com/veteran-odia-actor-bijay-mohanty-passed-away/
- ↑ ନନ୍ଦ, ପ୍ରଶାନ୍ତ. "'ନାଗଫାସ'ରେ ନାୟିକା ସାଜିଲେ ମାଳବିକା ରାୟ". ନଜର୍ (ନିତିଦିନ). Retrieved 5 September 2016.[permanent dead link]
- ↑ "26th Odisha State Film Awards 2014 Winners List Announced". Incredibleorissa.com. Retrieved 19 November 2015.
- ↑ "Odia Veteran Actor Bijay Mohanty dies at 70". kalingatv.com. Retrieved 20 July 2020.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 26 September 2018.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିଜୟ ମହାନ୍ତି