ସୁଭାଶିଷ ଶର୍ମା

ଓଡ଼ିଆ ଅଭିନେତା

ସୁଭାଶିଷ ଶର୍ମା ଜଣେ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଅଭିନେତା । ସେ ଇଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ ସେ ପ୍ରେମ ଅଢ଼େଇ ଅକ୍ଷର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟକ ଭାବରେ ଓଡ଼ିଆ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ତୁ ମୋ ଆରମ୍ଭ ତୁ ମୋ ଶେଷରେ ପ୍ରଥମ ଥର ପାଇଁ ନାୟକ ଭାବରେ ଅଭିନୟ କରିଥିଲେ ।[୧] ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଚରିତ୍ର ଅଭିନେତା ଓ ଖଳନାୟକ ଭାବରେ କାମ କରନ୍ତି ।

ସୁଭାଶିଷ ଶର୍ମା
Subhasis Sharma
୨୦୧୮ରେ ସୁଭାଶିଷ (ମଣ୍ଟୁ)
ଜାତୀୟତାଭାରତୀୟ
ଅନ୍ୟ ନାମମଣ୍ଟୁ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୦ – ଏବେଯାଏଁ
ଟେଲିଭିଜନସ୍ୱାଭିମାନ, ଆଇନା, ଦୁର୍ଗା
ବୈବାହିକ-ସାଥୀଆନିଷା ଶର୍ମା (୨୦୧୬ – ଏବେଯାଏଁ)

ଅଭିନୟ ଜୀବନ ସମ୍ପାଦନା

ସୁଭାଶିଷ ପ୍ରଥମ ଓଡ଼ିଆ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ଦେବୁ ବୋଷ, ଜୀନା ସାମଲ ଅଭିନୀତ ଇଟିଭି ଓଡ଼ିଆର ଧାରାବାହିକ ଅପାରେ ଏକ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ସ୍ୱାଭିମାନରେ ନାୟକ ଭାବରେ କାମ କରିଥିଲେ । ସେ କଲର୍ସ ଓଡ଼ିଆର ଧାରାବାହିକ ଆଇନା, ତରଙ୍ଗର ଧାରାବାହିକ ଦୁର୍ଗା ଆଦିରେ ଅଭିନୟ କରିଛନ୍ତି ।

୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପ୍ରେମ ଅଢ଼େଇ ଅକ୍ଷର, ଯେଉଁଠି ବାବୁଶାନ୍ଙ୍କ ସାଙ୍ଗ ତଥା ରିୟା ଦେଙ୍କ ହେବାକୁ ଥିବା ପତି ଭୂମିକାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ସେ ନାୟକ ଭାବରେ ଓଡ଼ିଆ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷରେ ପିଙ୍କି ପ୍ରିୟଦର୍ଶିନୀଙ୍କ ସହିତ ଅଭିନୟ କରିଥିଲେ । ଏହାପରେ ସେ କ୍ରିଷ୍ଣା ଗୋବିନ୍ଦା, ନୂଆ ନୂଆ ପ୍ରେମରେ, କାବୁଲା ବାରବୁଲା, କ୍ରେଜି ଫୋର୍, ଦେଖା ହେଲା ପ୍ରେମ ହେଲା, ସୁପର୍ ବୟ୍, ରୁଦ୍ରାଣୀ, ତୁ ମୋ ଲଭ୍ ଷ୍ଟୋରୀ ୨ ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୦ ପ୍ରେମ ଅଢ଼େଇ ଅକ୍ଷର ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୨ ମେଟ୍ରିକ୍ ଫେଲ୍
ତୁ ମୋ ଆରମ୍ଭ ତୁ ମୋ ଶେଷ ନାୟକ ଭାବରେ ପ୍ରଥମ କଥାଚିତ୍ର
୨୦୧୩ ଟାର୍ଗେଟ୍ ସ୍ନେହାର ସାଙ୍ଗ
୨୦୧୪ କ୍ରିଷ୍ଣା ଗୋବିନ୍ଦା [୨]
୨୦୧୫ ନୂଆ ନୂଆ ପ୍ରେମରେ
୨୦୧୭ କାବୁଲା ବାରବୁଲା
ତୁ ମୋ ହିରୋ
୨୦୧୮ ସାଥୀ ତୁ ଫେରିଆ
୨୦୧୯ ତୁ ମୋ ଲଭ୍ ଷ୍ଟୋରୀ ୨
ଦେଖା ହେଲା ପ୍ରେମ ହେଲା [୩]
ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ
୨୦୨୧ ସୁପର୍ ବୟ୍ [୪]
ବିସର୍ଜନ [୫][୬]
୨୦୨୨ ରୁଦ୍ରାଣୀ [୭]
କ୍ରେଜି ୪
କୋଉ ଆକାଶର ଜହ୍ନ ତୁ
ଆମେ ତ ମିଡିଲ୍ କ୍ଲାସ୍
ପୋଲିସ୍ ବାବୁ
୨୦୨୩ ବନ୍ଦିନୀ [୮]
ଧୋକା - ଦି ଗେମ୍ ଅଫ୍ ଲଭ୍ [୯]
ସିନ୍ଦୂର [୧୦]

ଅଭିନୀତ ଧାରାବାହିକ ସମ୍ପାଦନା

ଧାରାବାହିକ ଭୂମିକା ଚେନାଲ୍ ମନ୍ତବ୍ୟ
ଅପା ଅପାର ସାନଭାଇ ଇଟିଭ ଓଡ଼ିଆ ପ୍ରଥମ ଧାରାବାହିକ
ସ୍ୱାଭିମାନ ତରଙ୍ଗ ଟିଭି ନାୟକ ଭାବରେ ପ୍ରଥମ ଧାରାବାହିକ
ଆଇନା କଲର୍ସ ଓଡ଼ିଆ
ଦୁର୍ଗା ତରଙ୍ଗ ଟିଭି

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସୁଭାଶିଷ ୧୩ ଜୁଲାଇ ୨୦୧୬ରେ ତାଙ୍କ ବାନ୍ଧବୀ ଆନିଷା ଶର୍ମାଙ୍କୁ ବିବାହ କରିଥିଲେ ।[୧୧] ଉଭୟ ସ୍ୱାଭିମାନଆଇନା ଧାରାବାହିକରେ ଏକାଠି କାମ କରୁଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ "'ଶୁଭାଶିଷଙ୍କ ଆଗାମୀ ସିନେମା'". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
  2. "ମଣ୍ଟୁଙ୍କ ସ୍ୱପ୍ନ କ'ଣ ସାକାର ହେବ?". ସମ୍ବାଦ. 20 December 2016. Archived from the original on 22 September 2017. Retrieved 19 September 2017.
  3. "ଦେଖା ହେଲା ପ୍ରେମ ହେଲା - Dharitri". Dharitri Odia News. 18 July 2019. Retrieved 28 September 2019.
  4. "ଦେଖା ହେଲା ପ୍ରେମ ହେଲା - Dharitri". Dharitri Odia News. 18 July 2019. Retrieved 28 September 2019.
  5. "Ollywood Movie 'Bisarjan' Set For TV Premier On Women's Day". Odisha Bytes (in English). Bhubaneswar. 6 March 2021. Archived from the original on 14 April 2021. Retrieved 23 December 2021.{{cite news}}: CS1 maint: unrecognized language (link)
  6. "World Television Premiere of Manjari TV's 'Bisarjan' on International Women's Day | Sambad English". Sambad English (in English). Bhubaneswar: sambadenglish.com. 6 March 2021. Archived from the original on 23 December 2021. Retrieved 23 December 2021.{{cite news}}: CS1 maint: unrecognized language (link)
  7. "ଚଳଚ୍ଚିତ୍ର ବଜାରକୁ ଖୁବ୍‌ଶୀଘ୍ର ଆସୁଛି 'ରୁଦ୍ରାଣୀ', ଦେଖିବାକୁ ମିଳିବ ଝିଲିକଙ୍କ ନୂଆ ଅବତାର". Prameya News7. ଭୁବନେଶ୍ୱର. 9 February 2022. Archived from the original on 25 December 2022. Retrieved 25 December 2022.
  8. "ନନ୍ଦିନୀ କ'ଣ ବନ୍ଦିନୀ ? କାହିଁକି ଜସ୍ମିନ୍ ଭାଙ୍ଗୁଛି ଶୁଭମ୍-ନନ୍ଦିନୀଙ୍କ ବିବାହ ?". Sambad (in ଆମେରିକୀୟ ଇଂରାଜୀ). 23 February 2023. Archived from the original on 31 August 2023. Retrieved 31 August 2023.
  9. "ତ୍ରିକୋଣୀୟ ପ୍ରେମ କାହାଣୀ 'ଧୋକା-ଦ ଗେମ୍‌ ଅଫ୍‌ ଲଭ୍‌'". Sambad. 7 May 2023. Archived from the original on 11 September 2023. Retrieved 11 September 2023.
  10. "ଚଳଚ୍ଚିତ୍ର 'ସିନ୍ଦୂର'ର ସ୍ୱତନ୍ତ୍ର ସ୍କ୍ରିନିଂ". ସମ୍ବାଦ. No. ଭୁବନେଶ୍ୱର. ଭୁବନେଶ୍ୱର. 30 May 2023. p. ୧୫. Archived from the original on 25 September 2023. Retrieved 25 September 2023.
  11. "Subhasis Sharma and Aanisha are friends first even after marriage". The Times of India. 2020-08-01. ISSN 0971-8257. Retrieved 2023-09-25.

ବାହାର ଆଧାର ସମ୍ପାଦନା