ଅଜିତ ଦାସ

ଭାରତୀୟ ଅଭିନେତା

ଅଜିତ ଦାସ (୨୦ ଜାନୁଆରୀ ୧୯୪୯ - ୧୩ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଥିଲେ ।[୩] ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ।[୪] ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ଶେଷ କରିବା ପରେ ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫]

ଅଜିତ ନାରାୟଣ ଦାସ
ଜନ୍ମ(1949-01-20)୨୦ ଜାନୁଆରୀ ୧୯୪୯
ମୃତ୍ୟୁ୧୩ ସେପ୍ଟେମ୍ବର ୨୦୨୦(2020-09-13) (ବୟସ ୭୧)
ଭୁନେଶ୍ୱର
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ (କଳା) (୧୯୭୧)
ପୁରାତନ ଛାତ୍ରରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (୧୯୭୫)
ବୃତ୍ତିକଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୧୯୭୬-୨୦୨୦
ଜଣାଶୁଣାଓଡ଼ିଆ କଥାଚିତ୍ର ଅଭିନେତା
ଜୀବନସାଥୀମାୟା ଦାସ[୧]
ସନ୍ତାନମନିଶିତା ଦାସ[୨]
ପିତାମାତାଶୈଳେଶ ଦାସ, ସତଦଳ ଦାସ
ସମ୍ପର୍କୀୟସୁଧୀର ଚନ୍ଦ୍ର ଦାସ
ପୁରସ୍କାର(ଗୁଡ଼ିକ)ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଜୀବନୀ ସମ୍ପାଦନ କରନ୍ତୁ

ସେ ୧୯୪୯ ମସିହାର ଜାନୁଆରୀ ମାସ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡ଼ିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।[୬]

ବୃତ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ସିନ୍ଦୂର ବିନ୍ଦୁ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହା ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଅଭିନେତା ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଥିଲେ । କଥାଚିତ୍ର ବ୍ୟତୀତ, ଅଜିତ ଦୂରଦର୍ଶନ ଓ ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ ।[୭][୮]

ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୫] ସେ, ଅଜିତ (ଅଭିନୟ ଜାଗୃତି ଇନଷ୍ଟିଉଟ ଅଫ ଥିଏଟର)[୯] ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରୁଥିଲେ ।[୪]

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
କେବେ ତମେ ନାହଁ କେବେ ମୁଁ ନାହିଁ ୨୦୧୨ ଚକ୍ରଧର ସାହୁ
କୁଳ ଚନ୍ଦ୍ରମା ୧୯୭୮
ପୁନର୍ମିଳନ ୧୯୭୭
ଆହୁତି ୧୯୭୭
ସନ୍ଧ୍ୟା ତାରା ୧୯୭୭
ସିନ୍ଦୂର ବିନ୍ଦୁ ୧୯୭୬

ପୁରସ୍କାର

ମୃତ୍ୟୁ ସମ୍ପାଦନ କରନ୍ତୁ

ଅଜିତ ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ସେ କରୋନା ସହ କିଛି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।[୧୦] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  2. http://www.telegraphindia.com/1120907/jsp/odisha/story_15942349.jsp#.U3w7PXbRNeE
  3. Orissa reference: glimpses of Orissa. TechnoCAD Systems. 2001.
  4. ୪.୦ ୪.୧ "About Sir Ajit Narayan Das". Abhinayajagruti.org. Retrieved 23 May 2014.
  5. ୫.୦ ୫.୧ ୫.୨ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  6. ଧରିତ୍ରୀ ୨୧/୦୫/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ
  7. http://www.thehindu.com/todays-paper/tp-national/tp-otherstates/tele-serial-bags-award/article769030.ece
  8. http://www.newindianexpress.com/states/odisha/article487692.ece?service=print
  9. http://www.hindu.com/2009/01/21/stories/2009012150270200.htm
  10. "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାର ସମ୍ପାଦନ କରନ୍ତୁ