ଜ୍ୟୋତି ରଞ୍ଜନ ନାୟକ
ଜ୍ୟୋତି ରଞ୍ଜନ ନାୟକ (ଜନ୍ମ: ୨୪ ଅକ୍ଟୋବର ୧୯୯୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଶ୍ରୀକାନ୍ତ ଗୌତମଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା[୩] ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା ।[୪] ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ ।[୫] ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୧]
ଜ୍ୟୋତି ରଞ୍ଜନ ନାୟକ | |
---|---|
ଜନ୍ମ | ଜ୍ୟୋତିରଞ୍ଜନ ନାୟକ ୨୪ ଅକ୍ଟୋବର ୧୯୯୪[୧] |
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୨୦୧୬ରୁ-ଏବେଯାଏଁ |
ପୁରସ୍କାର | ତରଙ୍ଗ ସିନେ ଉତ୍ସବ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲେ ।[୬] ଏହି ସମୟେର ସେ ତାମିଲ କଥାଚିତ୍ରରେ ଅଭିନୟ କରିବାର ପ୍ରଚେଷ୍ଟା କରିଥିଲେ ମାତ୍ର ସଫଳ ହୋଇପାରିନଥିଲେ ।[୧]
ଅଭିନୟ ଜୀବନ
ସମ୍ପାଦନାଜ୍ୟୋତି ରଞ୍ଜନ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ୁଥିଲାବେଳେ ଏକ ତାମିଲ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିଲେ, ମାତ୍ର ତାଙ୍କ ତାମିଲ ଭାଷା ଜଣ ନଥିବାରୁ ସେ ସେହି ଚଳଚ୍ଚିତ୍ରରୁ ଓହରିଯାଇଥିଲେ ।[୧] ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଆସିବା ପରେ କଲର୍ସ ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହୋଇଥିଲେ ।[୩] ଏହି କାର୍ଯ୍ୟକ୍ରମଟିରେ ବିଜୟୀ ଯୋଡ଼ିଙ୍କୁ ନେଇ ଓଡ଼ିଆ କଥାଚିତ୍ର ମିଠା ମିଠା ନିର୍ମାଣ କରାଯାଇଥିଲା ।[୭] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ଗୌତମ ।[୪] ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସହ ଅଙ୍କିତା, ସମ୍ଭବ, ଶ୍ରଦ୍ଧା, ରାଜେଶ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।[୮] ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ତାଙ୍କର ଅନ୍ୟ ତିନୋଟି ଓଡ଼ିଆ କଥାଚିତ୍ର ମୁକ୍ତିଲାଭ କରିସାରିଥିଲା ।
ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ ।[୯] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର ।[୧୦] ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସହ ମାଳବିକା ବାନାର୍ଜୀ ନାୟିକା ଭୂମିକାରେ ଅଭିନୟ କରିଥିଲେ ।[୧୧] ଏହି କଥାଚିତ୍ରିଟିରେ ଜ୍ୟୋତିଙ୍କ ସହ ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ, ବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ ।[୧୨]
୨୦୧୭ ନବବର୍ଷ ସମୟରେ ଜ୍ୟୋତିଙ୍କର ନିଝୁମ ରାତିର ସାଥୀ ମୁକ୍ତିଲାଭ କରିଥିଲା ।[୧୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ ।[୧୪] ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ତମନ୍ନା । ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୫]
ଏହାପରେ ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଦିଲ୍ କା ରାଜାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଜ୍ୟୋତିଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା ।[୧୬] ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମ ପମ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୭] ଏହି କଥାଚିତ୍ରଟି ଫେବୃଆରୀ ମାସରେ ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମିଠା ମିଠା ମଇ ମାସରେ ମୁକ୍ତିଲାଭ କରିଥିଲା ।[୧୮][୧୯][୨୦]
୨୦୧୭ ଦୀପାବଳୀ ସମୟରେ ଜ୍ୟୋତିଙ୍କର ୫ମ ଚଳଚ୍ଚିତ୍ର ତୁ ମୋ ହିରୋ ମୁକ୍ତିଲାଭ କରିଥିଲା ।[୨୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା ।[୨୨] ଏହି ଚଳଚ୍ଚିତ୍ରଟିରେ ଜ୍ୟୋତିଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୨୩][୨୪] ଏହି କଥାଚିତ୍ରଟିଏ ଜ୍ୟୋତିଙ୍କ ସହ ସୁଭାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ ଆଦି କଳାକାମାନେ ଅଭିନୟ କରିଥିଲେ ।[୨୫]
୨୦୧୮ ଜାନୁଆରୀରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ହାପି ଲକି ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ ।[୨][୨୬] ଏହି କଥାଚିତ୍ରଟିରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବଂ ନବାଗତା ସସ୍ମିତା ପିୟାଲି ସାହୁ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨୭] ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୮] ମିହିର ଦାସ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୨୯]
୨୦୧୮ର ପଣା ସଂକ୍ରାନ୍ତି ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେରେ ଜ୍ୟୋତି ଝିଲିକ୍ଙ୍କ ସହ ଅଭିନୟ କରିଥିଲେ ।[୩୦] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାସ ମହାପାତ୍ର ।[୩୧]
ଏହାପରେ ସେହି ବର୍ଷ ନଭେମ୍ବର ୨୩ ତାରିଖରେ ଗୋଟିଏ ଦିନରେ ଜ୍ୟୋତିଙ୍କର ଏକାସାଙ୍ଗରେ ଦୁଇଟି କଥାଚିତ୍ର ସାଥୀ ତୁ ଫେରିଆ ଓ ପ୍ୟାର ଅଲଗା ପ୍ରକାର ମୁକ୍ତିଲାଭ କରିଥିଲା ।[୩୨]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୬ | ଦେଲେ ଧରା କଥା ସରେ | ଶୈଳେନ୍ଦ୍ର ମିଶ୍ର | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
୨୦୧୭ | ନିଝୁମ ରାତିର ସାଥୀ | ସଞ୍ଜୟ ନାୟକ | ||
ଦିଲ୍ କା ରାଜା | ଦିଲ୍ଲୀପ ପଣ୍ଡା | |||
ମିଠା ମିଠା | ଶ୍ରୀକାନ୍ତ ଗୌତମ | |||
ତୁ ମୋ ହିରୋ | ଦିଲୀପ ପଣ୍ଡା | |||
୨୦୧୮ | ହାପି ଲକି | ସୁଧାଂଶୁ ମୋହନ ସାହୁ | ଲକି | |
ଓଲେ ଓଲେ ଦିଲ୍ ବୋଲେ | କୈଳାସ ମହାପାତ୍ର | |||
ସାଥୀ ତୁ ଫେରିଆ | ସୁଧାକର ବସନ୍ତ | |||
ପ୍ୟାର ଅଲଗା ପ୍ରକାର | ହୀରା ଚୌଧୁରୀ | |||
୨୦୧୯ | ତୁ ମୋ ସୁନା ଚଢ଼େଇ | ଦିଲୀପ ପଣ୍ଡା | ||
ପ୍ରେମରେ ରଖିଚି ୧୦୦ରୁ ୧୦୦ | ସଞ୍ଜୟ ନାୟକ | |||
ଫ୍ରମ୍ ମି ଟୁ ୟୁ | ହେମନ୍ତ ସାହୁ | |||
୨୦୨୧ | ତୁ ଭାରି ବିୟୁଟିଫୁଲ୍ | ସଞ୍ଜୟ ନାୟକ | ||
ସୁପର୍ ବୟ୍ | କେ. ଅନିଷ | |||
ମନ ମୋ ନେଇଗଲୁ ରେ | ସଞ୍ଜୟ ନାୟକ | |||
୨୦୨୨ | ଆଉ ଗୋଟେ ଲଭ୍ ଷ୍ଟୋରୀ | |||
ଅଳ୍ପ ଦିନର ଗଳ୍ପ | ଅଶୋକ ପତି | |||
ତୁ ମୋର ଓକେ | ମୃତ୍ୟୁଞ୍ଜୟ ସାହୁ | |||
୨୦୨୩ | ବିଭ୍ରାନ୍ତ | ବିଶ୍ୱଭୂଷଣ ମହାପାତ୍ର | [୩୩] |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "ତାମିଲ ସିନେମାରେ ହିରୋ ହୋଇଥାନ୍ତେ ଏହି ଓଲିଉଡ଼ ନାୟକ !". sambad.in. 24 October 2017. Retrieved 25 October 2017.
- ↑ ୨.୦ ୨.୧ "ଦେହରୁ ରକ୍ତ ବୋହିଲେ ମୋ ଫିଲ୍ମ ହିଟ୍ ହୁଏ ବୋଲି ମୁଁ ବିଶ୍ୱାସ କରେ : ଜ୍ୟୋତି". sambad.in. 12 March 2018. Retrieved 13 March 2018.
- ↑ ୩.୦ ୩.୧ "Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
- ↑ ୪.୦ ୪.୧ "Mitha Mitha". Odia Movie Database. Archived from the original on 7 July 2017. Retrieved 17 July 2017.
- ↑ "ଜ୍ୟୋତିଙ୍କ ସହ ଏଲ୍ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "A Very Happy Birth Day To Jyoti Ranjan Nayak". E news ଓଡ଼ିଆ. 24 October 2016. Retrieved 25 October 2017.
- ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "'ମିଠା ମିଠା'ର ପୋଷ୍ଟର୍ ରିଲିଜ୍". ସମ୍ବାଦ. 10 April 2017. Archived from the original on 20 July 2017. Retrieved 17 July 2017.
- ↑ "ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
- ↑ "ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
- ↑ "ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
- ↑ "୧୧ରେ 'ଦେଲେ ଧରା କଥା ସରେ'". ସମ୍ବାଦ. 6 November 2016. Archived from the original on 29 July 2017. Retrieved 26 July 2017.
- ↑ "ଜାନୁଆରୀ 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.[permanent dead link]
- ↑ "ନୂଆବର୍ଷରେ ପରଦାକୁ ଆସିଲା 'ନିଝୁମ ରାତିର ସାଥୀ'". Odisha Reporters. 1 January 2017. Retrieved 19 July 2017.
- ↑ "Nijhum Ratira Sathi". Odia Movie Database. Archived from the original on 20 July 2017. Retrieved 19 July 2017.
- ↑ "ଫେବ୍ରୁଆରୀରେ 'ଦିଲ୍କା ରାଜା'". ପ୍ରମେୟ. 8 January 2017. Archived from the original on 10 January 2017. Retrieved 1 March 2017.
- ↑ "Mahurat of Odia movie 'Dil Ka Raja' held in city". ପ୍ରଗତିବାଦୀ. 25 October 2016. Retrieved 1 March 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଆଜି ପରଦାକୁ ଆସୁଛି 'ତୁ ମୋ ହିରୋ'". sambad.in. 20 October 2017. Retrieved 25 October 2017.
- ↑ "Subha Mahurat Of Upcoming Odia Film Tu Mo Hero". E News Odia. 8 June 2017. Retrieved 3 October 2017.
- ↑ "ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News Odia. 19 July 2017. Retrieved 3 October 2017.
- ↑ "ଚୁଲ୍ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍!". sambad.in. 22 October 2017. Retrieved 24 October 2017.
- ↑ "ଦୀପାବଳି ବା କାଳୀ ପୂଜା ବଜାରରେ ହଇଚଇ ମଚେଇବାକୁ ଅପେକ୍ଷା କରିଛି ଓଡ଼ିଆ ଚଳଚ୍ଚିତ୍ର ତୁ ମୋ ହିରୋ". E News ଓଡ଼ିଆ. 18 October 2017. Retrieved 25 October 2017.
- ↑ "ନୂଆବର୍ଷର ନୂଆଯୋଡ଼ି 'ହାପି ଲକି'". ସମାଜ. 3 December 2017. Retrieved 7 December 2017.[permanent dead link]
- ↑ "ସାବାସ୍ ସସ୍ମିତା". ସମାଜ. 4 February 2018. Retrieved 7 February 2018.[permanent dead link]
- ↑ "ମିହିରଙ୍କ ଭାତୁଡ଼ି". ସମାଜ. 17 December 2017. Retrieved 17 December 2017.[permanent dead link]
- ↑ "ହାପି ଲକି". ସମାଜ. 21 January 2018. Retrieved 24 January 2018.[permanent dead link]
- ↑ "ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍". sambad.in. 15 February 2018. Retrieved 17 February 2018.
- ↑ "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
- ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟୋତି ରଞ୍ଜନ ନାୟକ