ରାୟଗଡ଼ା ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୩୯୦ କି.ମି. ଦୁରରେ ଅବସ୍ଥିତ । ରାୟଗଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ରାୟଗଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକୋରାପୁଟ
ଭାଷାଓଡ଼ିଆ, ଇଂରାଜୀ, ତେଲୁଗୁ
ବିଧାନ ସଭା୩ଟି ଆସନ
Area
 • ଜିଲ୍ଲା7,584.7 km2 (2,928.5 sq mi)
Population
 (୨୦୧୧)
 • ଜିଲ୍ଲା୯୬୭୯୧୧
 • Density136/km2 (350/sq mi)
 • Urban
୧୪୭୭୫୬
 • Rural
୮୧୪୨୦୩
 • ୬ ବର୍ଷରୁ କମ ଶିଶୁ
୧୪୧୧୬୭
Time zoneIST (+୫.୩୦)
ଡାକ କୋଡ଼ (ପିନ)
୭୬୫ xxx
ତାର (ଏସ.ଟି.ଡ଼ି)+୦୬୮୫x
ଯାନବାହାନ ପଞ୍ଚୀକରଣOD-18
ଜିଲ୍ଲାପାଳଶ୍ରୀ ସରୋଜ କୁମାର ମିଶ୍ର [୧]
WebsiteOfficial website

ଇତିହାସସମ୍ପାଦନ କରନ୍ତୁ

୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା ।[୨] ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା କୋରାପୁଟ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା ନାଗାବଳୀ ନଦୀର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବା ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖାନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍‌ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।

ଭୂଗୋଳସମ୍ପାଦନ କରନ୍ତୁ

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।

ଅବସ୍ଥିତିସମ୍ପାଦନ କରନ୍ତୁ

ଖଣିଜ ସମ୍ପଦସମ୍ପାଦନ କରନ୍ତୁ

ରାୟଗଡ଼ା ଜିଲ୍ଲା ବକ୍ସାଇଟରେ ଭରପୁର ଅଟେ । ବର୍ତ୍ତମାନ୍ ଏହି ଜିଲ୍ଲାରେ ଉତ୍କଳ ଅଲୁମିନା, ଏଲ୍ &ଟି ଭଳି କମ୍ପାନି ଅବସ୍ଥାପିତ ।

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା [୩]ଅନୁସାରେ, ରାୟଗଡ଼ା ଜିଲ୍ଲାର ଲୋକସଂଖ୍ୟା ୯,୬୭,୯୧୧ |

  • ପୁରୁଷ: ୪,୭୧,୯୬୦
  • ମହିଳା: ୪,୯୫,୯୫୧
    • ଛ ବର୍ଷରୁ କମ: ୧,୪୧,୧୬୭
  • ସାକ୍ଷରତା ହାର: ୫୦.୮୮%
    • ପୁରୁଷ: ୬୨.୬୧%
    • ମହିଳା: ୩୯.୮୭%

ପ୍ରଶାସନିକ ବିଭାଗସମ୍ପାଦନ କରନ୍ତୁ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ରାୟଗଡ଼ା ଓ ୨. ଗୁଣୁପୁର |
  • ତହସିଲ: (୪): ୧. ରାୟଗଡ଼ା, ୨. କାଶୀପୁର, ୩. ଗୁଣୁପୁର ଓ ୪. ବିଷମକଟକ
  • ବ୍ଳକ: (୧୧): ୧.ରାୟଗଡ଼ା, ୨.କାଶୀପୁର, ୩.କୋଲୋନରା, ୪.କଲ୍ୟାଣସିଂହପୁର, ୫.ଗୁଣୁପୁର, ୬.ଗୁଡ଼ାରୀ, ୭.ପଦ୍ମପୁର, ୮.ରାମନଗୁଡ଼ା, ୯.ବିଷମକଟକ, ୧୦.ମୁନିଗୁଡ଼ା ଓ ୧୧.ଚନ୍ଦ୍ରପୁର ।
  • ଗ୍ରାମ ପଞ୍ଚାୟତ: ୧୭୧
  • ଗ୍ରାମ: ୨,୬୬୭
  • ସହର: ୩ (ପୌରପାଳିକା: ରାୟଗଡ଼ା, ବିଜ୍ଞାପିତ ଅଞ୍ଚଳ ପରିଷଦ: ଗୁଣୁପୁର, ଗୁଡ଼ାରୀ)

ରାଜନୀତିସମ୍ପାଦନ କରନ୍ତୁ

ଲୋକ ସଭା ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ

ବିଧାନ ସଭା ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ

ଏହି ଜିଲ୍ଲା ନିମ୍ନ ତିନୋଟି ବିଧନସଭାମଣ୍ଡଳୀକୁ ନେଇ ଗଠିତ।[୪]

No. Constituency Reservation Blocks Member Party
୧୩୮ ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ଗୁଣପୁର, ଗୁଡ଼ାରି, ରାମନାଗୁଡ଼ା, ପଦ୍ମପୁର ରଘୁନାଥ ଗମାଙ୍ଗ ବିଜୁ ଜନତା ଦଳ
୧୩୯ ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ବିଷମ କଟକ, ମୁନିଗୁଡା, ଚନ୍ଦ୍ରପୁର ଜଗନ୍ନାଥ ସାରକା ବିଜୁ ଜନତା ଦଳ
୧୪୦ ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ST ରାୟଗଡ଼ା, କାଶିପୁର, କୋଲନରା, କଲ୍ୟାଣସିଂପୁର ମକରନ୍ଦ ମୁଦୁଲି ସ୍ୱାଧୀନ

ରାୟଗଡ଼ା ଜିଲ୍ଲା ହେଉଛି କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ର ଅଂଶ ବିଶେଷ[୫]

ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ

ରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଗୁଡ଼ିକ ବ୍ୟତୀତ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ସେମାନଙ୍କ ମଧ୍ୟରେ ମଝିଘରିଆଣୀ ମନ୍ଦିର, ହାତୀପଥର, ପାଇକପଡ଼ା, ଥେରୁବାଲି ଚାଟିକଣା, ବିଷମ କଟକ, ମୀନଝୋଲା, ଦେବଗୀରି,ଝୁଲନ୍ତାପୋଲଦୁର୍ଗୀର ନୂତନ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା:-

ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନସବୁ ହେଲା:-

ଚର୍ଚ୍ଚିତ ବ୍ୟକ୍ତିତ୍ୱସମ୍ପାଦନ କରନ୍ତୁ

ନିକଟରେ ଏହି ଜିଲ୍ଲାର ଲେଖକ ଡ଼ମ୍ବରୁଧର ପଟ୍ଟନାୟକ ୨୦୨୦-୨୦୨୩ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି ।[୬] ଏହି ଜିଲ୍ଲାରେ ଜନ୍ମିତ ଦ୍ୱିତୀଚନ୍ଦ୍ର ସାହୁ ଓଡ଼ିଆ ଭାଷାର ଜଣେ ଲେଖକ ତଥା ଓଡ଼ିଆ ସ୍ତମ୍ଭକାର ।[୭][୮][୯] ଏହି ଜିଲ୍ଲାର ଅନ୍ୟ କିଛି ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଲେ:

ଆଧାରସମ୍ପାଦନ କରନ୍ତୁ

  1. Collector Rayagada Information
  2. "ODISHA DISTRICT GAZETTEERS-RAYAGADA" (PDF). Retrieved 3 December 2016.
  3. "Census 2011"
  4. "Wayback Machine" (PDF). web.archive.org. Retrieved 3 May 2022.
  5. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Archived from the original (PDF) on 2005-11-08. Retrieved 2008-09-18.
  6. "Odisha Sahitya Akademi". odishasahityaakademi.org. Retrieved 21 April 2021.
  7. Pioneer, The. "Sahu's Odia novel 'Kuhukara Mahaka' released in R'gada". The Pioneer (in ଇଂରାଜୀ). Retrieved 21 April 2021.
  8. Sahu, Dwiti Chandra. "08 - BHUBANESWAR". The Prameya ePaper: Read digital edition of The Prameya daily newspaper published by Summa real Media Pvt.Ltd.. Retrieved 31 December 2021.
  9. "Nitidin ePaper : Leading Daily Odisha News Paper | Today Odia Epaper, News Paper Odisha | Online Odia News Epaper". nitidinepaper.com (in ଇଂରାଜୀ). Retrieved 31 December 2021.

ଅଧିକ ତଥ୍ୟସମ୍ପାଦନ କରନ୍ତୁ