କୋରାପୁଟ ଜିଲ୍ଲା
କୋରାପୁଟ | |||||
---|---|---|---|---|---|
ଜିଲ୍ଲା | |||||
| |||||
ଦେଶ | ଭାରତ | ||||
ରାଜ୍ୟ | ଓଡ଼ିଶା | ||||
ଲୋକ ସଭା | କୋରାପୁଟ, ନବରଙ୍ଗପୁର | ||||
ଭାଷା | ଓଡ଼ିଆ, ଇଂରାଜୀ | ||||
ବିଧାନ ସଭା | ୫ଟି ଆସନ
| ||||
Area | |||||
• ଜିଲ୍ଲା | 8379 km2 (3,235 sq mi) | ||||
Population (୨୦୧୧) | |||||
• ଜିଲ୍ଲା | ୧୩୭୬୯୩୪ | ||||
• Density | 156/km2 (400/sq mi) | ||||
• Urban | ୨୨୫୪୦୬ | ||||
• Rural | ୧୧୫୧୫୨୮ | ||||
• ୬ ବର୍ଷରୁ କମ ଶିଶୁ | ୨୧୫୫୧୮ | ||||
Time zone | IST (+୫.୩୦) | ||||
ଡାକ କୋଡ଼ | ୭୬୪ ୦୨୦ | ||||
ଯାନବାହାନ ପଞ୍ଚୀକରଣ | OD-10 | ||||
ଜିଲ୍ଲାପାଳ | ଭି କୀର୍ତ୍ତି ଭାସନ [୧] | ||||
Website | Official website |
ଭୂଗୋଳ
ସମ୍ପାଦନାଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି । କୋରାପୁଟ ଜିଲ୍ଲା ୧୭°୪'ଉ.ରୁ ୨୦°୭'ଉତ୍ତର ଅକ୍ଷାଂଶ ଓ ୮୧°୨୪'ପୂରୁ ୮୪°୨'ପୂର୍ବ ଦ୍ରାଘିମାମଧ୍ୟରେ ଅବସ୍ଥିତ |
ଅବସ୍ଥିତି
ସମ୍ପାଦନାକୋରାପୁଟ ଜିଲ୍ଲାର
- ପୂର୍ବରେ : ରାୟଗଡ଼ା ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : ନବରଙ୍ଗପୁର ଜିଲ୍ଲା
- ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି ।
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା[୨] ଅନୁସାରେ, କୋରାପୁଟ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୩,୭୬,୯୩୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୫୧,୫୨୮ ଓ ସହରାଞ୍ଚଳରେ ୨,୨୫,୪୦୬ ଲୋକ ବାସ କରନ୍ତି [୩] ।
- ପୁରୁଷ: ୬,୭୭,୮୬୪
- ମହିଳା: ୬,୯୯,୦୭୦
- ଛ ବର୍ଷରୁ କମ: ୨,୧୫,୫୧୮
- ସାକ୍ଷରତା ହାର ୪୯.୮୭%
- ପୁରୁଷ: ୬୧.୨୯%
- ମହିଳା: ୩୮.୯୨%
ବିଭାଗ
ସମ୍ପାଦନା- ଉପଖଣ୍ଡ (ସବ୍ ଡିଭିଜନ): (୨ଟି): କୋରାପୁଟ ଓ ଜୟପୁର
- ତହସିଲ: (୧୪): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର, ବୋରିଗୁମା, କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
- ବ୍ଳକ: ୧୪ଟି[୪]:
- କୋରାପୁଟ ଉପଖଣ୍ଡର (୯): କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
- ଜୟପୁର ଉପଖଣ୍ଡର (୫): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର ଓ ବୋରିଗୁମା
- ଗ୍ରାମ ପଞ୍ଚାୟତ: ୨୨୬
- ଗ୍ରାମ: ୧,୯୯୭
- ସହର: ୫
- ପୌରପାଳିକା (୩):କୋରାପୁଟ, ଜୟପୁର ଓ ସୁନାବେଡା
- ବିଜ୍ଞାପିତ ଅଞ୍ଚଳ ପରିଷଦ:୧:
ଦର୍ଶନୀୟ ସ୍ଥାନ
ସମ୍ପାଦନାକୋରାପୁଟ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନିତ କରାଯାଇଥିବା ୩୨୦ଟି ସ୍ଥାନ ଭିତରେ ୧୩ଟି ସ୍ଥାନ କୋରାପୁଟ ଜିଲ୍ଲାରେ ଅବସ୍ଥିତ । ସେ ଗୁଡ଼ିକ ହେଲା :-
- କୋରାପୁଟ
- ସୁନାବେଡ଼ା
- ଦେଓମାଳୀ
- ସୁବାଇ
- ନନ୍ଦପୁର
- ଜଲାପୁଟ
- ମାଛକୁଣ୍ଡ
- ନାଗେଶ୍ୱରୀ ମାଳୀ ପର୍ବତ
- ବାଲ୍ମିକୀ ଆଶ୍ରମ
- କେଚଲା
- ବାଗ୍ରା
- ଗୁପ୍ତେଶ୍ୱର ଶିବ ମନ୍ଦିର
- ଗୁଲମୀ
ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭିନ୍ନ ନିମ୍ନସ୍ଥ ସ୍ଥାନ ଗୁଡ଼ିକ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
- ଉପର କୋଲାବ ଜୈବ ଉଦ୍ୟାନ
- ଡୁଡୁମା ଜଳପ୍ରପାତ
- ବାରିଣୀପୁଟ
- ଜୟପୁର : କୋରାପୁଟ ଜିଲ୍ଲାର ମୁଖ୍ୟ ବାଣିଜ୍ୟସ୍ଥଳୀ, ଜୟ ପୁର ରାଜାଙ୍କର ରାଜଧାନୀ ଓ ରାଜପ୍ରାସାଦ । ଏହି ସହରରେ ରଥଯାତ୍ରା ଓ ଦଶହରା ମହା ସମାରୋହରେ ପାଳିତ ହୋଇଥାଏ ।
- ବୀରଖମ୍ବ : ବନଦେବୀ ମନ୍ଦିର ପାଇଁ ଜଣାଶୁଣା ।
- ରାମଗିରି : ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଦକ୍ଷିଣକୁ ଗଲାବେଳେ ଏଠାରେ ଅବସ୍ଥାନ କରିଥିଲେ ।
- ଅନକାଡ଼େଲି : ମାଛକୁଣ୍ଡ ଜଳପ୍ରପାତର ନିକଟବର୍ତ୍ତୀ ଗ୍ରାମ। ଏଠାରେ ପ୍ରତ୍ୟେକ ଗୁରୁବାର ଦିନ ଏକ ସାପ୍ତାହିକ ହାଟ ହୋଇଥାଏ । ସ୍ଥାନୀୟ ବଣ୍ଡା ଜନଜାତିର ଲୋକମାନେ ଏଠାକୁ ଆସୁଥିବାରୁ ଏହା ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
- ବାଦୁଡ଼ି ପାହାଡ଼ : ଶାବେରୀ ନଦୀକୂଳରେ ଅବସ୍ଥିତ ଅନେକ ଗୁମ୍ଫାଯୁକ୍ତ ପାହାଡ଼ ।
- ମାଳିଗୁଡ଼ା : ଉଦ୍ୟାନ ଓ ପନିପରିବା ଚାଷ ପାଇଁ ପ୍ରସିଦ୍ଧ, ଏହା ଏକ ଚିରସ୍ରୋତା ଝରଣା କୁଳରେ ଅବସ୍ଥିତ ।
- କୋଲା : କୋଲାବ ନଦୀ ଉପରେ ବହୁମୁଖୀ ନଦୀବନ୍ଧ ଯୋଜନାରେ ୪ଟି ଟର୍ବାଇନରୁ ୩୨୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦନ କରୁଥିବା ପାୱାର ହାଉସ । ଏହି ନଦୀବନ୍ଧ ଯୋଜନାଦ୍ୱାରା ୨୨ ହଜାର ୨୬୬ ହେକ୍ଟର ଜମି ଜଳ ସେଚିତ ହୋଇପାରୁଛି। ଏଠାକାର ପ୍ରମୋଦ ଉଦ୍ୟାନ ପର୍ଯ୍ୟଟକମାନଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ ।
- ନାରାୟଣପାଟଣା: ଜୟପୁର ରାଜାଙ୍କର ପୁରୁଣା ଗଡ଼ ଓ ବର୍ତ୍ତମାନର ବ୍ଲକ ସଦର ମହକୁମା । ନୀଲାବାଡ଼ୀ, ଅଗ୍ନିଗଙ୍ଗାମା ଓ ପୁତ୍ୟାଲୁମା ଏ ଅଞ୍ଚଳର ଆରାଧ୍ୟଦେବୀ।
- ରାଇସିଲ୍ : ଏଠାକାର ମୁଖ୍ୟ ପର୍ବ ହେଉଛି ନୀଲାବାଡ଼ି ଯାତ୍ରା ଓ ଅଁଳାନବମୀ। ଏହା ଲକ୍ଷ୍ମୀପୁର ନିକଟସ୍ଥ ଏକ ପାହାଡ଼। ଏଠାରେ ଚିରସ୍ରୋତା ଝରଣାଟିଏ ରହିଛି ଓ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ଏହା ଏକ ବଣଭୋଜି ସ୍ଥଳୀ।
- ଡୁମୁରିପୁଟ : ଜାତୀୟ ରାଜପଥ ନିକଟସ୍ଥ ଏକ ଗାଁ । ଶ୍ରୀରାମ ମନ୍ଦିର ଓ ୭୨ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତୀ ପାଇଁ ଏହା ପ୍ରସିଦ୍ଧ । ଏଠାକାର ମୁଖ୍ୟପର୍ବ ହେଲା ରାମ ନବମୀ।
- ଦାମନଯୋଡ଼ି: ଏହା ଏସିଆ ମହାଦେଶର ଏକ ବୃହତ୍ତମ ବକ୍ସାଇଟ ଖଣିମାନଙ୍କ ଭିତରୁ ଅନ୍ୟତମ । ଏହା ପଞ୍ଚପଟମଲ୍ଲୀ ପାହାଡ଼ ଉପରେ ଅବସ୍ଥିତ । କଣ୍ଟାବାଉଁଶାଣୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏଠାରେ ରହିଛି।
- ପେଦାପାଡ଼ୁ : ପଟାଙ୍ଗି ନିକଟସ୍ତ ପେଦାପାଡ଼ୁ ମାଟି ମଧ୍ୟରେ ଏକ ସୁରମ୍ୟ ଗୁମ୍ଫାରେ ଅବସ୍ଥିତ। ଶିଡ଼ିଦେଇ ଏହା ଭିତରକୁ ଯିବାପାଇଁ ହୋଇଥାଏ। ୨୦୦୯ ମସିହାର ପରବର ଶୁଭ ଉଦ୍ଘାଟନ ଏଇଠାରୁ ହୋଇଥିଲା।
- ରାଣୀଡୁଡୁମା : ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଟୁଣିମାଳ ପାହାଡ଼ ନିକଟସ୍ଥ ଏକ ଛୋଟ ଜଳପ୍ରପାତ। ଏହାର ସୁରମ୍ୟ ଶୋଭାପାଇଁ ଏହା ପର୍ଯ୍ୟଟକମାନଙ୍କର ଏକ ଅଭୁଲା ଆକର୍ଷଣ।
- ଭୈରବସିଂହପୁର : ବୋରିଗୁମାବ୍ଲକ ଅନ୍ତର୍ଗତ ଏହି ସ୍ଥାନ ଏକ ଜୈନପୀଠ ଥିଲା। ଏବେ ଋଷଭନାଥଙ୍କ ମୂର୍ତ୍ତୀକୁ ଭୈରବନାଥ ରୂପେ ସ୍ଥାନୀୟ ଲୋକେ ପୂଜା କରି ଆସୁଛନ୍ତି।
ପର୍ବ
ସମ୍ପାଦନାଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ତା ସାଙ୍କକୁ ଏହି ଜିଲ୍ଲାର ବିଶେଷ ଓ ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ’। ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଓ ଏହା ନଭେମ୍ବର ୧୬ ତାରିଖରୁ ୧୮ ତାରିଖ ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ସହିତ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀମେଳା ଜିଲ୍ଲା ମହକୁମା କୋରାପୁଟଠାରେ ପାଳିତ ହୋଇଥାଏ । ଆହୁରି ମଧ୍ୟ ୨୦୧୮ ମସିହାଠାରୁ ପ୍ରତିବର୍ଷ ଭୁବନେଶ୍ବରର ଓଡ଼ିଆ ମିଡିଆ ପକ୍ଷରୁ କୋରାପୁଟରେ ଏକ ଜାତୀୟ ସମାରୋହ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ।[୫]
ଲୋକନୃତ୍ୟ
ସମ୍ପାଦନାରାଜ୍ୟସ୍ତରୀୟ ମହୋତ୍ସବ ‘ପରବ’ ପାଳନ ଅବସରରେ କୋରାପୁଟର ଅନେକ ଲୋକନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ । ଏହି ନୃତ୍ୟଗୁଡ଼ିକ ଭିତରେ କେତୋଟି ମୁଖ୍ୟ ନୃତ୍ୟ ହେଲେ :
- ଡେମସା
- ରିଞ୍ଜଡ଼ି
- ଦଣ୍ଡାହଳିଆ ବା କାଠିନାଚ
- ନରପା
- ଦୁରୁଆ
- ପରଜା
- ଗଦବା
ଆଧାର
ସମ୍ପାଦନା- ↑ କୋରାପୁଟ ଜିଲ୍ଲାର ସରକାରୀ ପୃଷ୍ଠା
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ କୋରାପୁଟ ଜିଲ୍ଲାର ସରକାରୀ ପୃଷ୍ଠା
- ↑ "ଆର୍କାଇଭ୍ କପି". Archived from the original on 2019-10-25. Retrieved 2019-10-25.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
ସମ୍ପାଦନା- Official website
- କୋରପୁଟ ଜିଲାର ସଡ଼କ ମାନଚିତ୍ର Archived 2007-04-04 at the Wayback Machine.
- ଉତ୍କଳ ପ୍ରସଂଗ - ସେପ୍ଟେମ୍ବର ୨୦୧୦