ହରିଶ୍ଚନ୍ଦ୍ର ବକ୍ସିପାତ୍ର
ହରିଶ୍ଚନ୍ଦ୍ର ବକ୍ସିପାତ୍ର (୧୯୩୩-୨୦୦୦) କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଦଶମ ବିଧାନ ସଭାର ସଭ୍ୟ ରୂପେ ୦୩ ମାର୍ଚ୍ଚ ୧୯୯୦ରୁ ୧୫ ମାର୍ଚ୍ଚ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ ।
ହରିଶ୍ଚନ୍ଦ୍ର ବକ୍ସିପାତ୍ର | |
---|---|
ଜନ୍ମ | ହରିଶ୍ଚନ୍ଦ୍ର ବକ୍ସିପାତ୍ର ୧୭ ନଭେମ୍ବର ୧୯୩୩ |
ମୃତ୍ୟୁ | ୨୭ ଅକ୍ଟୋବର ୨୦୦୦ | (ବୟସ ୬୬)
ପୁରୀ | |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ବନଲତା ବକ୍ସିପାତ୍ର |
ପିତାମାତା | ଗୋପିନାଥ ବକ୍ସିପାତ୍ର (ପିତା), ଶଶୀରେଖା ବକ୍ସିପାତ୍ର (ମାତା) |
ଛାତ୍ର ଜୀବନ
ସମ୍ପାଦନାରାୟଗଡ଼ାରେ ଜନ୍ମିତ ବକ୍ସିପାତ୍ର ଛାତ୍ର ଜୀବନରେ ହିଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ମଧ୍ୟ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଅଖିଳ ଭାରତୀୟ ଛାତ୍ର ପରିଷଦର ଓଡ଼ିଶା ଶାଖାର ମୁଖ୍ୟ ଭାବେ ମଧ୍ୟ କିଛିଦିନ କାର୍ଯ୍ୟଭାର ତୁଲାଇ ଥିଲେ ।[୧]
୧୯୭୩ରେ ଉତ୍କଳ କଂଗ୍ରେସ ଦଳରେ ଯୋଗ ଦେଇ ସେ ଜୟ ପ୍ରକାଶଙ୍କ ସହ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାଓଡ଼ିଶା ଦଶମ ବିଧାନ ସଭାରେ ସେ ଶିଳ୍ପ ବିକାଶ ମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱ ତୁଲାଇ ଥିଲେ । ଜଣେ ଦକ୍ଷ କର୍ମୀ ଓ ଟ୍ରେଡ ୟୁନିୟନ ନେତା ସାଙ୍ଗକୁ ଜଣେ ଲେଖକ ଏବଂ ରାଜନେତା ଭାବେ ସେ ବେଶ ଜଣାଶୁଣା ।[୨] ତାଙ୍କର ଗୋଟିଏ ପୁଅ ଭୃଗୁ ବକ୍ସିପାତ୍ର ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସଂପାଦକ ଅଛନ୍ତି ଏବଂ ତିନିଝିଅ ମଧ୍ୟରୁ ଗୋଟିଏ ଝିଅ ଲୋପାମୁଦ୍ରା ବକ୍ସିପାତ୍ର ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ସ୍ୱର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ହେଉଛନ୍ତି ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜ୍ୟେଷ୍ଠ ଭାଇ ।
ତାଙ୍କ ସମ୍ମାନାର୍ଥେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି ସମିତି ତରଫରୁ ପ୍ରତିବର୍ଷ ବକ୍ତୃତାମାଳାର ଆୟୋଜନ କରାଯାଉଛି ।[୩]
ଆଧାର
ସମ୍ପାଦନା- ↑ "MLA Harish Chandra Buxipatra Profile | KORAPUT Constituency". www.odishahelpline.com. Retrieved 28 November 2018.
- ↑ "A Tribute to late Harishchandra Baxipatra -". Odisha News Insight. 17 November 2017. Retrieved 28 November 2018.
- ↑ "The Hindu : Poverty all set to get aggravated". www.thehindu.com. Retrieved 28 November 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |